ଗୋଟିଏ  ସ୍ଥାନରେ ୩୦ ହଜାର ଗଣେଶ ପ୍ରଦର୍ଶିତ
by Argus News
Sun, Sep 08 | 3:51 p.m.

 ବ୍ରହ୍ମପୁର: ଆସିକାର ମମ୍‌ ସ୍କୁଲରେ ତିରିଶି ହଜାର ଗଣେଶଙ୍କୁ ପୂଜା କରିଲେ ଛାତ୍ରଛାତ୍ରୀ।  ଏହି ତରିଶି ହଜାର ଗଣେଶ ମୂର୍ତ୍ତିଙ୍କ ମଧ୍ୟରୁ  କେଉଁ ମୂର୍ତ୍ତି ଧ୍ୟାନ ମୁଦ୍ରାରେ ତ ଆଉ ଅନ୍ୟଟି ଆଶିର୍ବାଦ ମୁଦ୍ରାରେ ଆଉ କେଉଁ ମୂର୍ତ୍ତି  ତାଣ୍ଡବ ମୁଦ୍ରାରେ  ପୂଜା ପାଉଛନ୍ତି।  । ଏପରିକି ଭଳିକି ଭଳି ଗଣେଶ, ତାହା ପୁଣି ବିଭିନ୍ନ  ପ୍ରକାରର ଧାତୁ, ଶସ୍ୟ, ପଥର, ବର୍ଜ୍ୟବସ୍ତୁରେ ନିର୍ମିତ ।  ଏହା କୌଣସି ରେକର୍ଡ ଉଦ୍ଧେଶ୍ୟରେ ପୂଜା କରିବା କିମ୍ବା ପ୍ରଦର୍ଶିତ କରିବା ସ୍କୁଲର ଲକ୍ଷ ନୁହେଁ। ବରଂ ପିଲାଙ୍କ ନିଷ୍ଠା ଓ ଲଗନ ଦ୍ୱାରା ଏହା ସମ୍ଭବ ହୋଇ ପାରିଛି।  କେବଳ ଶିକ୍ଷା ସର୍ବସ୍ବ ନୁହେଁ।

ସ୍ମୃତି ମାଧ୍ୟମରେ ମାଇଣ୍ଡ କୁ ଯେଉଭଳି ଭାବେ ମମ୍‌ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ପିଲାଙ୍କୁ  ଶିକ୍ଷା ଦୀକ୍ଷା ପ୍ରଦାନ କରିଛନ୍ତି ତାହା ଅବିଶ୍ୱାସନୀୟ ଅଟେ । ଯାହାରି ବଳରେ ପିଲାମାନେ ବିଦ୍ୟାଦାତା ଗଣେଶଙ୍କ  ପର୍ବ ଦିନରେ ତାଙ୍କରି ମୂର୍ତ୍ତି ନିର୍ମାଣ କରିଛନ୍ତି ବିଭିନ୍ନ ବସ୍ତୁରେ ଯାହାକି ଏକ ଆଶ୍ଚର୍ଯ୍ୟର କଥା।  ଏହି ସ୍କୁଲର ଶିକ୍ଷା ଦୀକ୍ଷା  ଭବିଷ୍ୟତରେ ସମଗ୍ର ବିଶ୍ୱ ଦରବାରରେ ଏହାର ଗୁଣବତ୍ତା ଓ ନିଷ୍ଠା ସମ୍ବନ୍ଧରେ ମେସେଜ ଯିବ।  ପିଲାଙ୍କ ଏକାଗ୍ରତା ବୃଦ୍ଧି ସକାଶେ ସ୍କୁଲ ପ୍ରତିଷ୍ଠାତା ପ୍ରଭୁ ଅଗ୍ରପୂଜ୍ୟ ଗଜାନନ ଙ୍କ ପାଇଁ ଭଳି କି ଭଳି ମୂର୍ତି ତିଆରି କରିଛନ୍ତି। ପାଠ ପଢିବା ସହ ପିଲାଙ୍କ ଅନ୍ତର୍ନିହିତ ଗୁଣକୁ ଜାଗ୍ରତ କରିବା ପାଇଁ  ଏକ ପ୍ରୟାସ।  
 ଅଧିକ ଦେଖନ୍ତୁ : 

ପୋଲିସ ଡିଜି ଓ୍ବାଇବି
9m ago
ପୋଲିସ ଡିଜି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: ପୋଲିସ ଡିଜି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ିଲା। ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର। ସୂଚନାଯୋଗ୍ୟ ଗତ ମାସରେ ପୁଲି
ଜମ୍ମୁ-କଶ୍ମୀର
31m ago
ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତରୁ ଅଧିକ ମତଦାନ
ଅର୍ଗସ ବ୍ୟୁରୋ: ଏକ ଦଶନ୍ଧି ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତରୁ ଅଧି
ରାଜଧାନୀରେ
55m ago
ରାଜଧାନୀରେ ପୁଣି ବୋମାମାଡ: ୩ଟି ବୋମା ଫିଙ୍ଗିଲେ ଦୁର୍ବୁତ୍ତ
ଅର୍ଗସ ବ୍ୟୁରୋ: ରାଜଧାନୀରେ ପୁଣି ବୋମାମାଡ଼ ହୋଇଛି। କ୍ୟାପିଟାଲ ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ବୋମାମାଡ ହୋଇଛି। ୨ଜଣ ଯୁବକ ବାଇକରେ ଆସି ଦୁଇଟି ସ୍ଥାନରେ ୩ଟି ବୋମା ପକାଇ ଫେରାର