ଏଥର ବିଗବସ ଓଟିଟି ସିଜିନ-୩ରେ ହୋଷ୍ଟ କରିବେ ଅନିଲ କପ୍ପୁର
by Argus News
Fri, Jun 21 | 1:49 p.m.

ଅର୍ଗସ ବ୍ୟୁରୋ : ବିଗବସ ଓଟିଟି (OTT)  ସିଜିନ-୩  ଆରମ୍ଭ ହେବାକୁ ଯାଉଛି । ୨୧ ଜୁନରେ ଜିଓ ସିନେମା ଆପରେ ଆରମ୍ଭ ହେବ ବିଗବସ ଓଟିଟି । ଏହି ସୋ'ରେ ହୋଷ୍ଟ କରିବେ ଅନିଲ କପ୍ପୁର । ୧୪ ଜଣ ପ୍ରତିଯୋଗୀଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ଏଥର ଟିଭି ଆକ୍ଟର , ସୋସିଆଲ ମିଡିଆ ଇନଫ୍ଲ୍ୟୁନସରଙ୍କ ବ୍ୟତୀତ ସ୍ପୋର୍ଟସ ପର୍ସନାଲିଟି ମଧ୍ୟ ନଜର ଆସିବେ । ଟିଭି ଆକ୍ଟ୍ରେସ ପଲୋମି ପଲୋ ଦାସ, ସାନା ମାକବୁଲ, ମୁନିଷା ଖତୱାନୀ , ସାଇ କେତନ ରାଓ ନଜର ଆସୁଛନ୍ତି । ସେହିପରି ସୋସିଆଲ ମିଡିଆ ଇନଫ୍ଲ୍ୟୁନସର ଅର୍ମାନ ମଲ୍ଲିକଙ୍କ ସହ ତାଙ୍କର ୨ ଜଣ ପତ୍ନୀଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ ।

ଅଧିକ ପଢନ୍ତୁ : ଭାଇରାଲ ହେଉଛି 'ଶର୍ମା ଜୀ କି ବେଟି'ର ଟ୍ରେଲର

ସୋସିଆଲ ମିଡିଆରେ ଏହି ଫ୍ୟାମିଲଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ଲାଗି ରହୁଥିବା ବେଳେ ଏଥର ବିଗବସରେ ଏହି ଫ୍ୟାମିଲିଙ୍କ ଏଣ୍ଟ୍ରିକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଦର୍ଶକ । ଏମାନଙ୍କ ସହ ସନିୟର ଜର୍ନାଲିଷ୍ଟ ଦୀପକ ଚୌରସିଆ ମଧ୍ୟ ଏଣ୍ଟ୍ରି କରିବେ । ଏଥର ଓଟିଟି ବିଗବସରେ ବିଭିନ୍ନ କ୍ଷେତ୍ରର ପ୍ରତିଯୋଗୀ ଆସୁଥିବା ବେଳେ ସୋ ର ମଜା ନେବାକୁ ଅପେକ୍ଷା ଦର୍ଶକ ।

ପ୍ଲାଣ୍ଟରେ ବିସ୍ଫୋରଣ
ନିଆଁ ପିଣ୍ଡୁଳା ସଫେଇ ସମୟରେ ଅଘଟଣ; 5 ଗୁରୁତର
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ । Sms 1 ରେ ଘଟିଛି ବିସ୍ପୋରଣ । ସକାଳ ୯ ସମୟରେ sms 1 ରେ ସେଡ଼ରେ ନିଆଁ ପିଣ୍ଡୁଳା ସଫେଇ ସମୟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣର
ଭରତପୁର ଥାନା ଘଟଣା
ଭରତପୁର ଥାନା ଘଟଣା:ଗୁଜୁରାଟରେ  ୫ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ
ଅର୍ଗସ ବ୍ୟୁରୋ:ଭରତପୁର ଥାନା ଘଟଣାକୁ ନେଇ ଏବେବି ଜାରି ରହିଛି ସସ୍ସପେନ୍ସ,ସତ ପାଇଁ ଚାଲିଛି ମହାନାଟକ,କେବେ ଧରାପଡିବ ସତ,ସାଧାରଣରେ ଉଠିଛି ପ୍ରଶ୍ନ। ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର
ବିଦ୍ୟାଳୟରେ ତାଲା
ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର, ବିଦ୍ୟାଳୟରେ ପଡିଲା ତାଲା
ମାଲକାନଗିରି: ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର । ବିଦ୍ୟାଳୟରେ ପଡିଲା ତାଲା । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପଢିଲେ ପାଠ । ନାମକୁ ମାତ୍ର ପ୍ରଧାନଶିକ୍ଷକ । ଦିନେ ହେଲେ ମଧ୍