ବିଦେଶୀ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 3 ଗିରଫ
by Argus News
Thu, Mar 07 | 3:39 p.m.
  • ଝାଡଖଣ୍ଡ ପରେ ଛତିଶଗଡରେ ଲଜ୍ଜା
  • ଝାଡଖଣ୍ଡରେ ଲଜ୍ଜା
  • ବିଦେଶୀ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
  • ମାମଲାରେ 3 ଜଣଙ୍କୁ ଗିରଫ କଲା ପୋଲିସ  

ଅର୍ଗସ ବ୍ୟୁରୋ: 45 ବର୍ଷୀୟ ସ୍ପେନ୍ ମହିଳା ଜଣଙ୍କ ସ୍ୱାମୀଙ୍କ ସହ ଭାରତ ବୁଲିବାକୁ ଆସିଥିଲେ । ଏହି ସମୟରେ 8-10 ଜଣ ଲୋକ ସେମାନଙ୍କୁ ଅଟକାଇ ଜୋର ଜବରଦସ୍ତ ଏକୁଟିଆ ନେଇ ଗଣଦୁଷ୍କର୍ମ କରିଛନ୍ତି । ମହିଳା ଜଣଙ୍କ ଟୁରିଷ୍ଟ ଭିସାରେ ଭାରତ ବୁଲିବାକୁ ଆସିଥିଲେ । ଝାଡଖଣ୍ଡ ବୁଲିବା ପରେ ମହିଳା ଜଣଙ୍କ ନେପାଳ ଯାଇଥାନ୍ତେ । ହେଲେ ସ୍ୱାମୀଙ୍କ ସହ ବାଇକ୍ ରେ ବୁଲିବା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଘଟମାରେ ପୋଲିସ 3 ଜଣଙ୍କୁ ଗିରଫ କରିଛି । 

ସେପଟେ ଏନେଇ ପୀଡିତା ଜଣଙ୍କ କହିଛନ୍ତି ଯେ ଭାରତକୁ ମୁଁ ବହୁତ ଭଲ ପାଏ । ଭାରତୀୟଙ୍କ ବିରୋଧରେ ମୋର କୌଣସି ଅଭିଯୋଗ ନାହିଁ । ଭାରତରେ ମୁଁ 20 ହଜାର କିମି ସୁରକ୍ଷିତ ଭାବେ ଯାତ୍ରା କରିଛି । ଭାରତୀୟମାନେ ଖୁବ ଦୟାଳୁ । ମତେ ଅନେକ ସ୍ଥାନରେ ସାହାଯ୍ୟ କରିଛନ୍ତି । ଏହି ଘଟଣା ପାଇଁ ମୁଁ କାହାକୁ ଦୋଷ ଦେଉନି ବରଂ ସେହି ଦୁଷ୍କର୍ମକାରୀଙ୍କୁ ଦୋଷ ଦେଉଛି। 
 

  • ବିଦେଶୀ ମହିଳାଙ୍କୁ ଗଣଦୁଷ୍କର୍ମର ପରେ ଆଉ ଜଣେ କଳାକାରଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଛତିଶଗଡର 21 ବର୍ଷୀୟ ଷ୍ଟେଜ୍ କଳାକାର ସହ ତାଙ୍କ ସାଥୀ କଳାକାର ଗ୍ୟାଙ୍ଗ ରେପ୍ କରିଥିବା ଘଟଣା ସାମନାକୁ ଆସିଛି । ସାଥୀ କଳାକାର ମହିଳାଙ୍କୁ ନିଶା ଦ୍ରବ୍ୟ ଦେଇ କାର୍ ରେ ଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ପୋଲିସ ଦୁର୍ବୃତ୍ତଙ୍କୁ ଗିରଫ କରିବା ସହ ପୀଡିତାଙ୍କ ଡାକ୍ତରୀ ମାଇନା ପାଇଁ ଭର୍ତ୍ତି କରିଛି । 

ସେପଟେ ଏସଡିପିଓଙ୍କ କହିବା କଥା ମହିଳା ଜଣଙ୍କ ଛତିଶଗଡରୁ ପଲାମୁ ଜିଲ୍ଲାର ବିଶ୍ରାମପୁରରେ ଏକ କାର୍ଯ୍ୟକ୍ରମ ପାଇଁ ଆସିଥିଲେ । ହେଲେ କୌଣସି କାରଣରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିଲା ନାହିଁ । ଫଳରେ ସେ ନିଜ ସାଥୀପୁରୁଷ କଳାକାରଙ୍କ ସହ ଅନ୍ୟ କାର୍ଯ୍ୟକ୍ରମକୁ ଯାଇଥିଲେ । ସେଠାକୁ ଯିବା ବାଟରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ।  
ତେବେ ମହିଳାଙ୍କ ସମ୍ମାନ...ତ୍ୟାଗ ଓ ଅଧିକାରକୁ ନେଇ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଥିବାବେଳେ ଆଜି ବି ମହିଳାଟିଏ ସମାଜରେ ଅସୁରକ୍ଷିତ । ଯାହା ଏକ ବିରାଟ ବଡ ପ୍ରଶ୍ନବାଚୀ । 
 

ରୋଡ ସୋ'
35m ago
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍
ଦାଦାଗିରି
ଭଟଲିରେ ସୁଶାନ୍ତ ସିଂଙ୍କ ଦାଦାଗିରି
ଭୁବନେଶ୍ୱର: ଭଟଲିରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଦାଦାଗିରି । ରାମାୟଣ ପରେ ମହାଭାରତ କରିବାକୁ ଚେତାବନୀ । ଭୋଟରଙ୍କୁ ଧମକ ଦେଉଛନ୍ତି ସୁଶାନ୍ତଙ୍କ ଗୁଣ୍ଡାବାହିନୀ