ଆଜି ଇଡିରେ ହାଜର ହୋଇପାରନ୍ତି ଟିଏମସି ନେତ୍ରୀ ମହୁଆ ମୋଇତ୍ରା 
by Argus News
Thu, Mar 28 | 6:56 a.m.

ନୂଆଦିଲ୍ଲୀ:  ଆଜି ଇଡିରେ ହାଜର ହୋଇପାରନ୍ତି ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ଟଙ୍କା ପାଇଁ ପ୍ରଶ୍ନ ମାମଲାରେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କୁ ବୁଧବାର ତୃତୀୟ ସମନ ଜାରି କରିଥିଲା ଇଡି । ମାମଲାରେ ଦର୍ଶନ ହୀରାନନ୍ଦାନିଙ୍କ ସହ ମହୁଆ ମୈତ୍ରୀ ଙ୍କୁ ମୁହାଁମୁହିଁ ଜେରା କରିପାରେ ଇଡି ।  ଦର୍ଶନ ହୀରାନନ୍ଦାନିଙ୍କୁ ମଧ୍ୟ ଆଜି ଇଡିରେ ହାଜର ହେବାକୁ ସମନ ଜାରି କରିଛି ଇଡି ।

 ମହୁଆ ଦର୍ଶନ ହିରାନନ୍ଦାନୀଙ୍କଠାରୁ ୨ କୋଟି ନଗଦ ଟଙ୍କା ଏବଂ ବିଳାସପୂର୍ଣ୍ଣ ଉପହାର ସାମଗ୍ରୀ ନେଇଥିବା ଅଭିଯୋଗ ରହିଛି । ଏହାସହ ସଂସଦ ୱେବସାଇଟରେ ତାଙ୍କର ଗୋପନୀୟ ଆକାଉଣ୍ଟର ଲଗ୍-ଇନ୍ ତଥ୍ୟ ସେୟାର କରିଥିବା ଅଭିଯୋଗ ରହିଛି । ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି ।  ଆସନ୍ତା ମେରେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହେବ । କିଛିଦିନ ପୂର୍ବରୁ ମୋଇତ୍ରା ଦିଲ୍ଲୀ ହାଇକୋର୍ଟରେ ଇଡିର ତଦନ୍ତ ବିରୋଧରେ ପିଟିସନ ଦାଖଲ କରିଥିଲେ । ଯାହାକୁ ଖାରଜ କରିଦେଇଥିଲେ ଦିଲ୍ଲୀ ହାଇକୋର୍ଟ ।

ଅଧିକ ପଢନ୍ତୁ ଭାରତ ଖବର 

BJD ISSUE
6m ago
ଅଡୁଆରେ ଚାନ୍ଦବାଲି ବିଜେଡି, ରଞ୍ଜନ ପତ୍ନୀଙ୍କ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା
ଅର୍ଗସ ବ୍ୟୁରୋ : ଚର୍ଚ୍ଚାରେ ଚାନ୍ଦବାଲି ବିଜେଡି ରାଜନୀତି । ମହିଳା ଜଣକ କାନ୍ଦିକାନ୍ଦି କୋହୁଛନ୍ତି ମୋର ମୃତ୍ୟୁପାଇଁ କେବଳ ବାପି ବାବୁ ହିଁ ଦାୟୀ । କିନ୍ତୁ କାହିଁକି ବିଜେଡି ବିଧାୟ
TRIPLE MURDER
ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ
ଅର୍ଗସ ବ୍ୟୁରୋ : ଝାରସୁଗୁଡ଼ାରେ ଟ୍ରିପଲ୍ ମର୍ଡର । ଝାରସୁଗୁଡ଼ାରେ ୩ ଜଣଙ୍କୁ ହତ୍ୟା ଅଭିଯୋଗ । ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ବାଣୀପାହାଡ଼ ଜଙ୍ଗଲ ପାଖର
AIR INDIA
ଏୟାର ଇଣ୍ଡିଆ ବିମାନ ସେବାରେ ହଇଚଇ, ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ମଚାରୀ
ଅର୍ଗସ ବ୍ୟୁରୋ : ଏୟାର ଇଣ୍ଡିଆ ଏକ୍ସପ୍ରେସର ୯୦ରୁ ଅଧିକ ଜାତୀୟ ତଥା ଅନ୍ତର୍ଜାତୀୟ ବିମାନର ଉଡାଣକୁ ବାତିଲ କରାଯାଇଛି । ଏନେଇ ବିମାନ ଚଳାଚଳ ସୂତ୍ରରୁ ପ୍ରକାଶ ପାଇଛି । କାରଣ ଅନେ