ଆଜି ରାଷ୍ଟ୍ରପତି ଭବନରେ ୫ ଜଣଙ୍କୁ ମିଳିବ ଭାରତ ରତ୍ନ
by Argus News
Sat, Mar 30 | 9:06 a.m.

ଅର୍ଗସ ବ୍ୟୁରୋ : ଆଜି ୫ ଜଣଙ୍କୁ ମିଳିବ ଭାରତ ରତ୍ନ । ରାଷ୍ଟ୍ରପତି ଭବନରେ ଭାରତ ରତ୍ନ ପ୍ରଦାନ ସମାରୋହ କରାଯିବ । ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ । ୪ ଜଣଙ୍କୁ ମିଳିବ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯିବ ।କର୍ପୂରୀ ଠାକୁର, ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ପିଭି ନରସିଂହରାଓ, ଏମଏସ ସ୍ବାମୀନାଥନଙ୍କୁ ଭାରତ ରତ୍ନ ଦିଆଯିବ । ଏନେଇ ପୂର୍ବରୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଏକ୍ସ ହ୍ୟାଣ୍ଡଲରେ ଏନେଇ ଦେଶବାସୀଙ୍କୁ ସୂଚନା ଦେଇଥିଲେ । 

ଅଧିକ ପଢନ୍ତୁ : ମୋଦି ସରକାରଙ୍କ ବଡ଼ ଘୋଷଣା, ତିନି ମହାପୁରୁଷଙ୍କୁ ମିଳିବ ଭାରତ ରତ୍ନ

ପ୍ରଧାନମନ୍ତ୍ରୀ କହିଥିଲେ  ,"ଏହା ଆମ ସରକାରର ସୌଭାଗ୍ୟ। ଦେଶପାଇଁ ଅତୁଳନୀୟ ଯୋଗଦାନ କରିଥିବା ମହାପୁରୁଷଙ୍କୁ ସମର୍ପିତ ଏହି ସମ୍ମାନ। କୃଷକଙ୍କ ଅଧିକାର ଓ କଲ୍ୟାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। ଚୌଧୁରୀ ଚରଣ ସିଂହ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ଦେଶର ଗୃହମନ୍ତ୍ରୀ, ଜଣେ ବିଧାୟକ ଭାବେ ମଧ୍ୟ ସେ ସର୍ବଦା ରାଷ୍ଟ୍ର ନିର୍ମାଣକୁ ପ୍ରୋତ୍ସାହନ ଦେଇଥିଲେ । ଦେଶର କୃଷକଙ୍କ ପାଇଁ ତାଙ୍କର ସମର୍ପଣ ଓ ଜରୁରୀ ପରିସ୍ଥିତି ସମୟରେ ଗଣତନ୍ତ୍ର ପାଇଁ ତାଙ୍କର ପ୍ରତିବଦ୍ଧତା ସାରା ଦେଶ ପାଇଁ ପ୍ରେରଣା।" ଯେଉଁ ପ୍ରଧାନମନ୍ତ୍ରୀଙ୍କ ସମୟରେ ଦେଶର ଅର୍ଥନୀତି ପାଇଥିଲା ନୂଆ ଗତି, ଯାହାଙ୍କ ନିଷ୍ପତ୍ତି ଯୋଗୁଁ ଭାରତ ଆର୍ଥିକ ମହାଶକ୍ତି ହେବା ଦିଗରେ ପଡ଼ିଥିଲା ମୂଳ ଭିତ୍ତି, ସେହି ନେତା ପି. ଭି ନରସିଂହ ରାଓଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଛନ୍ତି ମୋଦି ସରକାର। ମୋଦି ସରକାରଙ୍କ ଏହି ନିଷ୍ପତ୍ତି କଂଗ୍ରେସ ମୁହଁରେ ଶକ୍ତ ଚାପୁଡ଼ା ଦେଇଛି।

BOBBY DAS
10m ago
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
21m ago
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
24m ago
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ