ଓଡ଼ିଶାବାସୀ ଏବଂ ଚାଷୀ ଭାଇଙ୍କ ପାଇଁ ଆଜି ଏକ ଶୁଭ ଦିନ - ଧର୍ମେନ୍ଦ୍ର ପ୍ରଧାନ
by Argus News
Fri, May 10 | 7:26 p.m.

ସମ୍ବଲପୁର:  କୃଷିଭିତ୍ତିକ ପର୍ବ ‘ଅକ୍ଷୟ ତୃତୀୟା’ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ହୀରାକୁଦର ସାପଲହରା ଗାଁରେ ଚାଷୀ ଭାଇ ମାନଙ୍କ ସହ ମିଶି ଅକ୍ଷିମୁଠି ଅନୁକୂଳ କରିବା ସହ ଧାନ ବୁଣିଛନ୍ତି । 

ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଓଡ଼ିଶା ସମେତ ଦେଶର ଚାଷୀମାନଙ୍କୁ ‘ଅକ୍ଷୟ ତୃତୀୟା’ର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଆ ପରମ୍ପରାରେ ଆଜି ଓଡ଼ିଆଙ୍କ ପାଇଁ ଏବଂ ଚାଷୀ ଭାଇଙ୍କ ପାଇଁ ଏକ ଶୁଭ ଦିନ ।  ଆଜିର ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ତିଆରି କାମ ଆରମ୍ଭ ହେଉଛି । ଶୀତଳଷଷ୍ଠୀର କାର୍ଯ୍ୟକ୍ରମ ମଧ୍ୟ ଆଜି ଠାରୁ ଆରମ୍ଭ ହୋଇଛି । ଏହି ପବିତ୍ର ଦିନରେ  ଅକ୍ଷିମୁଠି ଅନୁକୂଳ କରିବାର ସୌଭାଗ୍ୟ ପାଇଥିବାରୁ ମୁଁ ଖୁସି । ଆମ ରାଜ୍ୟ ଓଡ଼ିଶା ଏକ କୃଷି ଆଧାରିତ ରାଜ୍ୟ ।

ଆଗାମୀ ଦିନ ମାନଙ୍କରେ ଆମ ରାଜ୍ୟ ଓଡ଼ିଶା ଦେଶରେ ଏକ ନମ୍ବର ହେଉ, ପ୍ରଗତି ପଥରେ ଯାଉ । ଚାଷୀ ଭାଇ ମାନଙ୍କର ଜମିରେ ଭଲ ଫସଲ ହେଉ । ଓଡ଼ିଆ ଲୋକଙ୍କ ଜୀବନ ସୁଖମୟ ହେଉ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଇଙ୍କ ପାଖରେ ପ୍ରାର୍ଥନା । ଆମ ଦେଶ ଅର୍ଥନୀତିର ମେରୁଦଣ୍ଡ ତଥା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଗୁରୁ ଦାୟିତ୍ୱ ବହନ କରୁଥିବା ଚାଷୀ ଭାଇ ମାନଙ୍କର କଲ୍ୟାଣ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। 

ଏହି ଅବସରରରେ କେନ୍ଦ୍ରମନ୍ତ୍ରୀ ଶରଧାପାଲି ଠାରେ ପଦଯାତ୍ରାରେ ସାମିଲ ହୋଇ ସ୍ଥାନୀୟ ଅଞ୍ଚଳର ମାତୃଶକ୍ତି, ଗୁରୁଜନ ଓ ଯୁବବନ୍ଧୁଙ୍କୁ ଭେଟି  ଦେଶରେ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ସହ ଓଡ଼ିଶାରେ ବିଜେପି ସରକାର କରିବା ପାଇଁ ପଦ୍ମଫୁଲରେ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ । ସେହିପରି ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ଅବସରରେ ସମ୍ବଲପୁରରେ ‘ହରି ଓମ୍ ବାବା ଗୋଶାଳା’ ପରିସରରେ ଗୋମାତାଙ୍କ ସେବା କରିବା ସହ ପ୍ରଭୁ ପର୍ଶୁରାମଙ୍କ ପୂଜାର୍ଚ୍ଚନା କରିଥିଲେ । ଗୋମାତାଙ୍କ ସେବା କଲେ ଆମକୁ ପୁଣ୍ୟ ପ୍ରାପ୍ତ ହୋଇଥାଏ ବୋଲି ସେ କହିଥିଲେ । 

ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।
 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍