ଅର୍ଗସ ବ୍ୟୁରୋ : ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନର ଦ୍ବିତୀୟ ଦିନ । ଜାତୀୟ ସ୍ତରରେ ପାଳିତ ହେଉଛି ଉତ୍କଳକେଶରୀଙ୍କ ଜୟନ୍ତୀ । ବର୍ଷ ବ୍ୟାପୀ ଚାଲିବ କାର୍ଯ୍ୟକ୍ରମ । ଭାରତ ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଅଧିକ ପଢନ୍ତୁ : ଜାତୀୟ ସ୍ତରରେ ପାଳନ ହେଲା ଉତ୍କଳକେଶରୀଙ୍କ ୧୨୫ ତମ ଜୟନ୍ତୀ
ଓଡ଼ିଶାରେ ବନ୍ୟା ନିୟନ୍ତ୍ରଣ, କୃଷି, ଶିଳ୍ପାୟନ କ୍ଷେତ୍ରରେ ଡକ୍ଟର ମହତାବଙ୍କ ଭୂମିକାକୁ ପ୍ରଶଂସା କରିବା ସହ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଉତ୍କଳକେଶରୀଙ୍କ ଯୋଗଦାନକୁ ମନେପକାଇଥିଲେ ରାଷ୍ଟ୍ରପତି। ମୁଖ୍ୟମନ୍ତ୍ରୀ କହିଲେ, ହୀରକୁଦ ବନ୍ଧ ପାଇଁ ମହତାବଙ୍କୁ କେବେ ଭୁଲିହେବନି । ଉତ୍କଳକେଶରୀଙ୍କୁ ଓଡ଼ିଆ ଅସ୍ମିତାର ଜୀବନ୍ତ ପ୍ରତିଧ୍ଵନୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।