ଓଡ଼ିଶାରେ ରାହୁଲ ଗାନ୍ଧିଙ୍କ ଆଜି ନ୍ୟାୟ ଯାତ୍ରାର ତୃତୀୟ ଦିନ
by Argus News
Thu, Feb 08 | 7:32 a.m.

ଅର୍ଗସ ବ୍ୟୁରୋ : ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଆଜି ନ୍ୟାୟ ଯାତ୍ରାର ତୃତୀୟ ଦିନ । ଝାରସୁଗୁଡାରେ ଏକ ସାଧାରଣ ସଭାରେ ଯୋଗ ଦେବେ ରାହୁଲ । ଗତକାଲି  ସୁନ୍ଦରଗଡ଼ ଜିଲ୍ଲାରେ ନ୍ୟାୟ ଯାତ୍ରା ବେଳେ ବିଜେଡିକୁ ରାହୁଲ ଗାନ୍ଧି ସାଙ୍ଘାତିକ ଆକ୍ରମଣ କରିଥିଲେ । ସେ କହିଥିଲେ ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇ ଯାଇଥିବା ବେଳେ ବେରୋଜଗାରୀ ବଢ଼ିଛି। ଗତ ୪୦ ବର୍ଷରେ ଦେଶରେ ସବୁଠାରୁ ଅଧିକ ବେରୋଜଗାର ଓଡ଼ିଶାରେ ଥିବା କହିଥିଲେ।

ଅଧିକ ପଢନ୍ତୁ : ଓଡ଼ିଶାରେ ଜାରି ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା

 ସେ ଆହୁରି ମଧ୍ୟ କହିଥିଲେ ବାହାର ରାଜ୍ୟରୁ ଓଡ଼ିଶାକୁ ଲୁଟିବାକୁ 30 କୋଟିପତି ଆସିଛନ୍ତି। ତେଣୁ ଓଡ଼ିଶାରୁ ୩୦ ଲକ୍ଷ ଲୋକ ବାହାରକୁ ଚାଲି ଯାଇଥିବା ବେଳେ ବାହାରୁ 30ଜଣ ରାଜ୍ୟ ଭିତରକୁ ଆସିଛନ୍ତି। ସେମାନେ ଓଡ଼ିଶାକୁ ଲୁଟି ନିଜେ କୋଟିପତି ହେଉଛନ୍ତି।  ଓଡ଼ିଶା ଏକ ଆଦିବାସୀବହୁଳ ରାଜ୍ୟ । ମାତ୍ର ଏଠାରେ ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କ ପ୍ରତି ଅତ୍ୟାଚାର ହେଉଥିବା ପରି ଆରୋପ ଲଗାଇଛନ୍ତି ରାହୁଲ ଗାନ୍ଧି ।

ସର୍ବଭାରତୀୟ ନିଟ
20m ago
ସର୍ବଭାରତୀୟ ନିଟ ପରୀକ୍ଷାରେ ସଫଳ ହେବା ସହ ଡାକ୍ତର ହେବେ ଦିପୁ
ଅର୍ଗସ ବ୍ୟୁରୋ: ଜୀବନର ସଂଘର୍ଷ ତାଙ୍କୁ ଶିଖାଇଦେଇଛି ବଞ୍ଚିବା। ଯେଉଁ ବୟସରେ ବାପାଙ୍କ ହାତ ଧରି ଏ ଦୁନିଆକୁ ଦେଖିବା କଥା। ସେ ବୟସରେ ବିଧାତା ବି ତାଙ୍କୁ କଷଣ ଦେଇଛି। କିନ୍ତୁ ବାପାଙ୍
ମାଓ ପ୍ରବଣ ଅଞ୍ଚଳରେ
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି