ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
by Argus News
Wed, May 08 | 8:03 a.m.

ପୁରୀ : ଆଜି ବୈଶାଖ ମାସ କୃଷ୍ନପକ୍ଷ ଅମାବାସ୍ୟା ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ତେବେ ବନକଲାଗି ନୀତି ସରିବା ପରେ ଅନବସର ପିଣ୍ଡିରେ ଅନବସର ନୀତି ସହ ଜଡିତ କେତକ ଆନୁସଙ୍ଗିକ କାର୍ଯ୍ୟ ମଧ୍ୟ ସମ୍ପାଦିତ ହେବ। ଯେଉଁଥିରେ ଅନବସର ପିଣ୍ଡି ନିକଟରେ କାନ୍ଥ ଓ ଚଟାଣ ମରାମତି କାର୍ଯ୍ୟ କରାଯିବ । ତେଣୁ ବନକଲାଗି ଓ ଅଣସର ପିଣ୍ଡି ନିକଟରେ ମରାମତି ପାଇଁ 6ଘଣ୍ଟା ଜଗା ଦର୍ଶନ ବନ୍ଦ ରହିବ।  ବିଧି ଅନୁଯାୟୀ ଶ୍ରୀମନ୍ଦିରରେ ନୀତି ବଢ଼ି ଦ୍ଵିତୀୟ ଭୋଗମଣ୍ଡପ  ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ  । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ  ।

ଅଧିକ ପଢନ୍ତୁ : ଶ୍ରୀମନ୍ଦିର ଭିତରକାଠ ନିକଟରେ ପଡିଲା ରକ୍ତଛିଟା, ମହାପ୍ରଭୁଙ୍କର ହେଲା ବଡ ମହାସ୍ନାନ

ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ  । ଏହା ଏକ ଗୁପ୍ତ ସେବା ବା ଗୁପ୍ତ ନୀତି ହୋଇଥିବାରୁ ଏବଂ ଅନବସର ପିଣ୍ଡିରେ କିଛି କାର୍ଯ୍ୟ ଥିବାରୁ ଆଜି ଆପାତତଃ ସଂଧ୍ୟା ୬ଟାରୁ  ରାତି  ୧୨ଟା ପର୍ଯ୍ୟନ୍ତ  ୬ ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏ ଦୁଇଟି ନୀତି ସମାପନ ପରେ  ପୁନର୍ବାର  ଦର୍ଶନ ଆରମ୍ଭ ହେବ ନା ମହାପ୍ରଭୁଙ୍କ ପହୁଡ ନୀତି ହେବ ସେନେଇ କିଛି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ।

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍