ଆଜି ପାଳନ ହେବ ସମ୍ବିଧାନର ୭୫ତମ ବାର୍ଷିକୀ
by Argus News
Tue, Nov 26 | 7:37 a.m.

ଅର୍ଗସ ବ୍ୟୁରୋ : ଆଜି ପାଳନ ହେବ ସମ୍ବିଧାନର ୭୫ତମ ବାର୍ଷିକୀ । ସମ୍ବିଧାନ ଗୃହର କେନ୍ଦ୍ରୀୟ ହଲରେ ହେବ ଜାତୀୟ କାର୍ଯ୍ୟକ୍ରମ । ଏନେଇ ଶୀତ ଅଧିବେଶନ ପୂର୍ବରୁ ହୋଇଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସର୍ବସମ୍ମତି କ୍ରମେ ସଂସଦର ମିଳିତ ଅଧିବେଶନ ସମ୍ବିଧାନ ଗୃହର କେନ୍ଦ୍ରୀୟ ହଲରେ ହେବ । ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ମହାମହିମ ରାଷ୍ଟ୍ରପତି । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ, ପ୍ରହ୍ଲାଦ ଯୋଶୀ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ । ଆଜିଠାରୁ ଆରମ୍ଭ ହେଉଥିବା ସମ୍ବିଧାନ ଦିବସ ଉତ୍ସବ ବର୍ଷବ୍ୟାପୀ ଚାଲିବ ।

୨୬ ନଭେମ୍ବର ୧୯୪୯ରେ ଭାରତର ସମ୍ବିଧାନ ସଭା ଭାରତୀୟ ସମ୍ବିଧାନକୁ ଗ୍ରହଣ କରିଥିଲା ।  ଯାହା ୨୬ ଜାନୁଆରୀ ୧୯୫୦ରେ କାର୍ଯ୍ୟକାରୀ ହୋଇଥିଲା । ରାଷ୍ଟ୍ରପତିଙ୍କ ନେତୃତ୍ୱରେ ସଂସଦର ସେଣ୍ଟ୍ରାଲ ହଲରେ ଭବ୍ୟ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ସଂସ୍କୃତ ଓ ମୈଥିଲି ଭାଷାରେ ସମ୍ବିଧାନ ଉନ୍ମୋଚନ ହେବ। ୱେବସାଇଟ୍, 'constitution75.com' ମଧ୍ୟ ଲୋକାର୍ପିତ ହେବ । ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତି ଅବସରରେ ମୋଦି ସରକାର ବର୍ଷବ୍ୟାପୀ ଉତ୍ସବ କରିବାକୁ ଘୋଷଣା କରିଛନ୍ତି ।

ଚଢାଉ
1m ago
ଖଣି କମ୍ପାନୀର ଏକକାଳୀନ 8ଟି ସ୍ଥାନରେ ଆୟକର ଚଢାଉ
ଅର୍ଗସ ବ୍ୟୁରୋ: ଖଣି କମ୍ପାନୀ ଉପରେ ଆୟକର ଚଢାଉ । ଏକକାଳୀନ 8ଟି ସ୍ଥାନରେ ରେଡ୍। ଏସ.ଏନ ମହାନ୍ତି ଗ୍ରୁପ ଉପରେ ଆୟକର ବିଭାଗର ବଡ଼ ରେଡ୍। ଯୋଡା ବଡବିଲରେ ଥିବା କମ୍ପାନୀର ଅଫିସ
ଏକନାଥ ସିନ୍ଦେ
4m ago
ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ
ଅର୍ଗସ ବ୍ୟୁରୋ : ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ରାଜ୍ୟପାଳଙ୍କୁ ଭେଟି ପ୍ରଦାନ କଲେ ଇସ୍ତଫାପତ୍ର । ମହାୟୁତିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପ
ଆଇପିଏଲ
7m ago
ମାତ୍ର ୧୩ ବର୍ଷ ବୟସରେ ଆଇପିଏଲ ଟିମରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ
ଅର୍ଗସ ବ୍ୟୁରୋ: ମାତ୍ର ୧୩ ବର୍ଷ ବୟସରେ ଆଇପିଏଲ ଟିମରେ ସାମିଲ ହେଲେ ବିହାରର ବୈଭବ ସୂର୍ଯ୍ୟବଂଶୀ । ରାଜସ୍ଥାନ ରୟାଲସ ତାଙ୍କୁ ଏକ କୋଟି ୧୦ ଲକ୍ଷ ଟଙ୍କାରେ କିଣିଛି । ଗତକାଲି ଆଇପିଏ
ତାଜା ଖବର
14m ago
ଜାଣନ୍ତୁ ଆଜିର ତାଜା ଖବର ସଂକ୍ଷେପରେ..
୧- ଆଜି ପାଳନ ହେବ ସମ୍ବିଧାନର ୭୫ତମ ବାର୍ଷିକୀ । ସମ୍ବିଧାନ ଗୃହର କେନ୍ଦ୍ରୀୟ ହଲରେ ହେବ ଜାତୀୟ କାର୍ଯ୍ୟକ୍ରମ । ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ମହାମହିମ ରାଷ୍ଟ୍ରପତି
ରାଷ୍ଟ୍ରପତି
16m ago
"ଆମ ଦେଶର ସମ୍ବିଧାନ ସବୁଠୁ ପବିତ୍ର" :- ରାଷ୍ଟ୍ରପତି
ଅର୍ଗସ ବ୍ୟୁରୋ : ଜାତୀୟ ସମ୍ବିଧାନ ଦିବସ ଅବସରରେ ରାଷ୍ଟ୍ରପତିଙ୍କ ସମ୍ବୋଧନ । ଭାରତକୁ ଲୋକତନ୍ତ୍ରର ଜନନୀ କହିଲେ ମହାମହିମ ରାଷ୍ଟ୍ରପତି । ସେ କହିଛନ୍ତି , ଆମ ଦେଶର ସବୁଠୁ ପବିତ୍ର ଗ୍ରନ୍