ଟ୍ରେନ୍ ଟିକେଟ୍ କନଫର୍ମ ହେଉନି ଯଦି ଜାଣନ୍ତୁ କେମିତି କରିବେ କନଫର୍ମ
by Argus News
Tue, Mar 12 | 10:25 a.m.

ଅର୍ଗସ ବ୍ୟୁରୋ : ପର୍ବପର୍ବାଣୀ ସମୟରେ ଟ୍ରେନ୍ ଟିକେଟ୍ କରିବା ସହଜ କଥା ନୁହେଁ । କାରଣ ଟିକେଟ କରିଦେବେ କିନ୍ତୁ ଟିକେଟକୁ କନଫର୍ମ କରିବା କଷ୍ଟକର ହୋଇ ପଡ଼ିଥାଏ । ବିଶେଷକରି ହୋଲି-ଦିୱାଲୀ ପରି ବଡ ପର୍ବରେ । ଏପରି ପରିସ୍ଥିତିରେ, ଯଦି ଆପଣ ହୋଲିରେ ନିଜ ଘରକୁ ଯିବା ପାଇଁ ଟ୍ରେନ୍ ଟିକେଟ ବୁକିଂ କରୁଛନ୍ତି ଓ ଆପଣ କନଫର୍ମ ଟିକେଟ୍ ପାଇ ନାହାଁନ୍ତି, ତେବେ ରେଳବାଇର ସ୍ୱତନ୍ତ୍ର ଯୋଜନା ବିଷୟରେ ଜାଣନ୍ତୁ । ଏହି ଯୋଜନା ମାଧ୍ୟମରେ ଏକ କନଫର୍ମ ଟିକେଟ୍ ପାଇବା ସମ୍ଭାବନା ଅଧିକ ଥାଏ। ରେଳବାଇର ଏହି ଯୋଜନାକୁ ବିକଳ୍ପ ସ୍କିମ୍ କୁହାଯାଏ

ବିକଳ୍ପ ସ୍କିମ୍ କ’ଣ ?
ଟ୍ରେନ୍ ଟିକେଟ ବୁକିଂ କରିବା ସମୟରେ ଭାରତୀୟ ରେଳ ଯାତ୍ରୀମାନଙ୍କୁ ବିକଳ୍ପ ସ୍କିମ୍ ପ୍ରଦାନ କରିଥାଏ । ଏହା ଏକ କନଫର୍ମ ଟିକେଟ୍ ପାଇବା ସମ୍ଭାବନାକୁ ବଢ଼ାଇଥାଏ। ରେଳବାଇ ଦ୍ୱାରା ବିକଳ୍ପ ଟ୍ରେନ୍ ଏକମେଣ୍ଡସନ ସ୍କିମକୁ ବିକଳ୍ପ ନାମିତ କରାଯାଇଛି । ରେଳବାଇ ଏହି ଯୋଜନା ମାଧ୍ୟମରେ ଯାତ୍ରୀମାନଙ୍କୁ ସର୍ବାଧିକ କନଫର୍ମ ଟିକେଟ୍ ଦେବାକୁ ଚେଷ୍ଟା କରେ । ଏହା ଅଧୀନରେ, ଅନଲାଇନରେ ୱେଟିଂ ଟିକେଟ୍ ବୁକିଂ କରୁଥିବାବେଳେ ଯାତ୍ରୀମାନେ ଏକ କନଫର୍ମ ଟିକେଟ୍ ପାଇବା ପାଇଁ ଅନ୍ୟ ଟ୍ରେନର ବିକଳ୍ପ ମଧ୍ୟ ବାଛିପାରିବେ ।

ଅଧିକ ପଢନ୍ତୁ ଭାରତ ଖବର

ଏପରି ପାଇପାରିବେ ଟ୍ରେନରେ କନଫର୍ମ ଟିକେଟ୍-
IRCTCରୁ ଟିକେଟ୍ ବୁକିଂ କରିବାବେଳେ, ଯଦି ଆପଣ ବିକଳ୍ପ ଟିକେଟ୍ ବୁକିଂ ସ୍କିମକୁ ଚୟନ କରନ୍ତି, ତେବେ ଅନେକ ଥର ଆପଣ ଫେଷ୍ଟିଭାଲ ସିଜିନରେ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍ରେ ନିଶ୍ଚିତ ସିଟ୍ ପାଇପାରିବେ । କିମ୍ବା ସେହି ମାର୍ଗରେ ଚାଲୁଥିବା ଅନ୍ୟ କୌଣସି ଟ୍ରେନରେ କନଫର୍ମ ଟିକେଟ୍ ପାଇବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇଥାଏ । ତଥାପି, ବିକଳ୍ପର ଅର୍ଥ ନୁହେଁ ଯେ ଆପଣ ଏକ କନଫର୍ମ ଟିକେଟ୍ ପାଇବେ । ଏହି ଯୋଜନା ଅନ୍ତର୍ଗତ ଯାତ୍ରୀମାନଙ୍କୁ କନଫର୍ମ ଟିକେଟ୍ ଯୋଗାଇବା ପାଇଁ ରେଳ ସମସ୍ତ ପ୍ରୟାସ କରିଥାଏ ।

ଅଗ୍ନିକାଣ୍ଡ
ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବା
ହେମାମାଳିନୀ
ଆଜି ପୁଣି ପ୍ରଚାର ମୈଦାନକୁ ଓହ୍ଲାଇବେ ହେମାମାଳିନୀ
ଭୁବନେଶ୍ବର : ଆଜି ପୁଣି ହେମାମାଳିନୀ କରିବେ ପ୍ରଚାର । ଦେବଗଡ଼ ବାରକୋଟରେ ଜନସଭାକୁ ସମ୍ବୋଧିତ କରିବା ସହ ପାଲଲହଡ଼ାରେ ଜନସଭାକୁ କରିବେ ସମ୍ବୋଧନ । ସେହିପରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନ
ନିଆଁ
ତୀର୍ଥଯାତ୍ରୀ ବସରେ ନିଆଁ , ୮ ଜୀବନ୍ତ ଦଗ୍ଘ
ଅର୍ଗସ ବ୍ୟୁରୋ : ହରିୟାଣାର ନୁହରେ ତୀର୍ଥଯାତ୍ରୀ ବସରେ ନିଆଁ ଲାଗିଯାଇଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବସରେ ମୋଟ ୬୦ ଜଣ ଯାତ୍ର