ନିର୍ବାଚନ ପାଇଁ କାହିଁକି ୫ ହଜାର ଓକିଲ ନିଯୁକ୍ତ କରିଥିଲେ ଟ୍ରମ୍ପ ?
by Argus News
Wed, Nov 06 | 6:18 p.m.

ଅର୍ଗସ ବ୍ୟୁରୋ: ବିଶ୍ଵର ସର୍ବବୃହତ୍ତ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହୋଇଛି । ଏଥର ମଇଦାନରେ ଥିଲା ଡୋନାଲ୍ଡ ଟ୍ରମ୍ପ ଓ କମଲା ହାରିସ । କିଏ ବାଜି ମାରିବ ? ହ୍ଵାଇଟ୍‌ ହାଉସ୍‌ରେ କିଏ ଏଣ୍ଟ୍ରି ମାରିବ ? ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଟ୍ରମ୍ପ ଯେଉଁପରି ଭାବରେ ୫ ହଜାର ଆଇନଜୀବୀ ନିଯୁକ୍ତ କରିଥିଲେ ତାହା ଆହୁରି ଚର୍ଚ୍ଚାରେ । ୨୦୨୦ ନିର୍ବାଚନରେ ଟ୍ରମ୍ପ୍‌ ଯେଉଁ ଶିକ୍ଷା ପାଇଥିଲେ ତାହାକୁ ଆଧାର କରି ସେ ଚଳିତ ଥର ନିର୍ବାଚନ ଫଳ ପାଇଁ ଆଗୁଆ ପ୍ରସ୍ତୁତ ରହିଛନ୍ତି ବୋଲି କୁହାଯାଉଛି ।

୨୦୨୦ରେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ ଡୋନାଲ୍ଡ ଟ୍ରମ୍ପ । ହେଲେ ନିର୍ବାଚନ ଫଳାଫଳ ତାଙ୍କ ସପକ୍ଷରେ ଯାଇନଥିଲା । ସେଇଥି ଲାଗି ତ ନିର୍ବାଚନ ଫଳକୁ ଗ୍ରହଣ କରିପାରିନଥିବା ଟ୍ରମ୍ପ୍‌ ଏନେଇ ମକଦ୍ଦମା ରୁଜୁ କରିଥିଲେ । କିନ୍ତୁ ତାଙ୍କର ମକଦ୍ଦମାଗୁଡ଼ିକ ପ୍ରମାଣ ଅଭାବରୁ ରଦ୍ଦ ହୋଇଗଲା । ଟ୍ରମ୍ପ ମେଲ୍‌-ଇନ୍‌ ବାଲଟ୍‌ର ବୈଧତାକୁ ନେଇ ପ୍ରଶ୍ନ ଉଠାଇଥିଲେ ଏବଂ ବ୍ୟାପକ ଭୋଟ୍‌ ଜାଲିଆତି ହୋଇଥିବା ଅଭିଯୋଗ କରିଥିଲେ । କିନ୍ତୁ ଅନେକ ପ୍ରମୁଖ ରାଜ୍ୟଗୁଡ଼ିକରେ ଟ୍ରମ୍ପ୍‌ଙ୍କ ଲିଗାଲ୍‌ ଟିମ୍‌ ପ୍ରମାଣ ସଂଗ୍ରହରେ ବିଫଳ ହୋଇଥିଲେ । ହେଲେ ଚଳିତ ଥର ଟ୍ରମ୍ପ୍‌ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ଚାହିନାହାନ୍ତି । ଏଥିପାଇଁ ସେ ପ୍ରାୟ ୫ ହଜାର ଓକିଲଙ୍କୁ କାମରେ ନିୟୋଜିତ କରିଛନ୍ତି ।

ହ୍ଵାଇଟ୍‌ ହାଉସ । ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ କାର୍ଯ୍ୟାଳୟ । ହେଲେ ଏଥର ସର୍ବୋଚ୍ଚ ସ୍ଥାନରେ ଆମେରିକା ଜନତା କାହାକୁ ବସାଉଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି । ଏପଟେ, ଉଭୟ ପ୍ରାର୍ଥୀ ଜୋରଦାର ଦାବି କରିଛନ୍ତି କି ଆମେ ବିଜୟ ହେବୁ ବୋଲି । କିନ୍ତୁ ମ୍ୟାଜିକ୍ ନମ୍ବର ୨୭୦ କିଏ ପାର୍ କରି ହ୍ୱାଇଟ ହାଉସରେ କିଏ ଏଣ୍ଟ୍ରି ମାରିବେ ତାହା ତ ସମୟ କହିବ ।

ପେନସଲଭେନିଆ ଏବଂ ମିସଗନ୍ । ଏବେ ଚର୍ଚ୍ଚାରେ ଏହି ଦୁଇ ରାଜ୍ୟ । କାରଣ ଆଗାମୀ ଦିନରେ କିଏ ରାଷ୍ଟ୍ରପତି ରେସ୍ ଜିତିବ ତାହା ନିର୍ଣ୍ଣୟ କରିବେ ଏହି ରାଜ୍ୟର ଜନତା । ଡେମୋକ୍ରାଟିକ୍ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ଭାରତୀୟ ବଂଶୋଭବ କମଲା ହାରିସ । ସେପଟେ ରିପବ୍ଲିକାନ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୂଚନା ଅନୁସାରେ, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ବିଜୟୀ ପାଇଁ ୫୩୮ ଇଲେକ୍ଟୋରାଲ କଲେଜ ଭୋଟରୁ ୨୭୦ ଭୋଟ୍ ସହ ପ୍ରାର୍ଥୀଙ୍କୁ ଅତି କମରେ ତିନିଟି ପ୍ରମୁଖ ରାଜ୍ୟରେ ଜିତିବାକୁ ପଡ଼ିବ । ଜାନୁଆରୀ ୬ ତାରିଖରେ ବିଜେତାଙ୍କ ନାଁ ଘୋଷଣା କରାଯିବ । ଜାନୁଆରୀ ୨୦ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ହେଲେ ଟ୍ରମ୍ପ ଯେଉଁପରି ଭାବରେ ଆଇନ ଲଢେଇ ଲାଗି ପ୍ରସ୍ତୁତ ହେଉଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କି ହ୍ଵାଇଟ୍‌ ହାଉସ୍‌ରେ ଏଣ୍ଟ୍ରି ମାରିପାରନ୍ତି ଟ୍ରମ୍ପ ।
 

ଡୋନାଲ୍ଡ ଟ୍ରମ୍ପଙ୍କ
ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଖାସ୍‌ ବାର୍ତ୍ତା ପଠାଇଲେ ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି କହିଛନ୍ତି, ଐତିହାସିକ ବିଜୟ ପାଇଁ ମୋ
ମେଘନାଦ ପାଚେରୀ
ମେଘନାଦ ପାଚେରୀ ଫାଟ ପ୍ରସଙ୍ଗକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ
ଅର୍ଗସ ବ୍ୟୁରୋ: ମେଘନାଦ ପାଚେରୀ ଫାଟ ପ୍ରସଙ୍ଗରେ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ବୈଠକ। ପ୍ରାରମ୍ଭିକ ପର୍ଯ୍ୟାୟରେ ପାଣି ଝରିବା ବନ୍ଦ କରିବା ଓ ଶିଉଳୀ ଛଡ଼ାଇବା କାର୍ଯ୍
ନଭେମ୍ବର ୨୧ରୁ
ନଭେମ୍ବର ୨୧ରୁ ଆରମ୍ଭ ହେବ ରାଜ୍ୟରେ ଖରିଫ ଧାନ କିଣା
ଅର୍ଗସ ବ୍ୟୁରୋ: ନଭେମ୍ବର ୧ରେ ରାଜ୍ୟରେ ଖୋଲିବ ଖରିଫ ଧାନ ମଣ୍ଡି। ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା। ଏଥର ଚାଷୀଙ୍କଠାରୁ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣିବାକୁ ଘୋଷଣ