ଥମୁନି ଇସ୍ରାଏଲ-ଇରାନ ଯୁଦ୍ଧ : ଇସ୍ରାଏଲ ପ୍ରତିରକ୍ଷାମନ୍ତ୍ରୀଙ୍କୁ ବିଦା କଲେ ନେତାନ୍ୟାହୁ
by Argus News
Wed, Nov 06 | 6:22 p.m.

ଅର୍ଗସ ବ୍ୟୁରୋ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଥମୁନି ଚର୍ଚ୍ଚା । କାରଣ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଇରାନ ପ୍ଲାନ କରୁଛି । ଇରାନର ପ୍ଲାନ ସମ୍ପର୍କରେ ଗୁଇନ୍ଦା ତଥ୍ୟ ପାଇବା ପରେ ସଜାଗ ହୋଇଯାଇଛି ଇସ୍ରାଏଲ । ଅବଶ୍ୟ ପୂର୍ବରୁ ଇରାନର ଆକ୍ରମଣକୁ ଆକାଶ ମାର୍ଗରେ ହିଁ ବିଫଳ କରିଦେଇଥିଲା ଇସ୍ରାଏଲ । କିନ୍ତୁ ଏବେ ପୁଣି ଥରେ ଆକ୍ରମଣର ଆଶଙ୍କା ବଢିଛି । ହେଲେ ଯୁଦ୍ଧର ଘମାସନ ଭିତରେ ଇସ୍ରାଏଲର ପିଏମ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପଦରୁ ବିଦା କରିଛନ୍ତି । ଯାହାକୁ ନେଇ ପୁରା ବିଶ୍ଵରେ ଚର୍ଚ୍ଚା ଜୋର ଧରିଛି ।

ଯୁଦ୍ଧ ପରିସ୍ଥିତି ଭିତରେ ପ୍ରତିରକ୍ଷା ମନ୍ତ୍ରଣାଳୟର ମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ମଙ୍ଗଳବାର ନିଜ ରକ୍ଷା ମନ୍ତ୍ରୀ ୟୋବ ଗ୍ୟାଲେଣ୍ଟଙ୍କୁ ବରଖାସ୍ତ କରିଛନ୍ତି। ୟୋବଙ୍କୁ ବାହାର କରିବା ପଛରେ ବିଶ୍ବାସର ସଂକଟ ଥିଲା ବୋଲି ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି । ହମାସ ଓ ହିଜବୁଲ୍ଲା ବିରୋଧରେ ଯୁଦ୍ଧ ରଣନୀତିକୁ ନେଇ ୟୋବଙ୍କୁ ବିଶ୍ବାସର ସହ ନେଇ ପାରୁନଥିଲେ ନେତାନ୍ୟାହୁ । ଗାଜା ଓ ଲେବାନନ୍ ଯୁଦ୍ଧକୁ ନେଇ ଅନେକ ସମୟରେ ବେଞ୍ଜାମିନ୍ ଓ ନେତାନ୍ୟାହୁଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହୁଥିଲା । ଅନେକ ସମୟରେ ମତଭେଦ ବି ରହୁଥିଲା। କିନ୍ତୁ ଯୁଦ୍ଧ ସମୟରେ ପିଏମ ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ଭିତରେ ସମନ୍ଵୟ ନିହାତି ଦରକାର । ଯାହା କି ଇସ୍ରାଏଲରେ ବ୍ୟତିକ୍ରମ ହେଉଥିଲା । 

ଇରାନ ଉପରେ ଇସ୍ରାଏଲର ଜୋରଦାର ଆଟାକ୍‌ ପରେ ଏବେ ପ୍ରତିଶୋଧର ନିଆଁରେ ଜଳୁଛି ତେହେରାନ୍‌ । ସେଇଥି ଲାଗି ତ କେମିତି ଇସ୍ରାଏଲ ଉପରେ ଆକ୍ରମଣ କରିବ ସେନେଇ କରୁଛି ମାଷ୍ଟର ପ୍ଲାନ୍‌ । ଇସ୍ରାଏଲକୁ ଯେହେତୁ ପୂର୍ବରୁ ଆମେରିକା ଖୋଲା ସମର୍ଥନ ଦେଇସାରିଛି ତେଣୁ ଇରାନ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ସଜବାଜ ହେଉଥିବା ଖବର ମିଳିବା ପରେ ଆକ୍ସନ ମୋଡ୍‌ରେ ପେଣ୍ଟାଗନ୍‌ । ଇରାନର ଆକ୍ରମଣକୁ ନଜରରେ ରଖି ମିଡିଲ୍ ଇଷ୍ଟରେ ଆମେରିକା ମୁତୟନ କରିଛି B-52 ବୋମା ବର୍ଷଣକାରୀ ବିମାନ ।  ବାଇଡେନଙ୍କ ନିର୍ଦ୍ଦେଶ ଆସିବା ପରେ ଭୟଙ୍କର ରୂପ ଦେଖାଇବ B-52 ବମ୍ବର । 

ସେଦିନ ଥିଲା ଅକ୍ଟୋବର ୨୫ । ଇରାନ ଉପରେ ଭୟଙ୍କର ଆକ୍ରମଣ କରିଥିଲା ଇସ୍ରାଏଲ । ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଇରାନ ଆକ୍ରମଣକୁ ରୋକିବାକୁ ସଫଳ ହୋଇନଥିଲା । ଘରେ ପଶି ମାରିବା ପରି ପରିସ୍ଥିତି ସୃଷ୍ଟି କରିଥିଲା ଇସ୍ରାଏଲ । ହିଜବୁଲ୍ଲାରେ ତ ଧ୍ଵଂସର ତାଣ୍ଡବ କରିଥିଲା ଇସ୍ରାଏଲ । ଯାହାକୁ ନେଇ ଖପ୍ପା ହୋଇଥିଲା ଇରାନ । ଯେହେତୁ ସେବେ ଇସ୍ରାଏଲକୁ ରୋକିବାକୁ ସଫଳ ହୋଇନଥିଲା ତେଣୁ ଏବେ ଆକ୍ରମଣର ବଦଲା ନେବାକୁ ସଜବାଜ ହେଉଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି । ଆଉ ଏପଟେ ପ୍ରତିରକ୍ଷା ମନ୍ତ୍ରୀ ବିଦା ହୋଇଥିବାରୁ ଚର୍ଚ୍ଚା ବଢିଛି ।
 

ଡୋନାଲ୍ଡ ଟ୍ରମ୍ପଙ୍କ
ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଖାସ୍‌ ବାର୍ତ୍ତା ପଠାଇଲେ ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି କହିଛନ୍ତି, ଐତିହାସିକ ବିଜୟ ପାଇଁ ମୋ
ମେଘନାଦ ପାଚେରୀ
ମେଘନାଦ ପାଚେରୀ ଫାଟ ପ୍ରସଙ୍ଗକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ
ଅର୍ଗସ ବ୍ୟୁରୋ: ମେଘନାଦ ପାଚେରୀ ଫାଟ ପ୍ରସଙ୍ଗରେ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ବୈଠକ। ପ୍ରାରମ୍ଭିକ ପର୍ଯ୍ୟାୟରେ ପାଣି ଝରିବା ବନ୍ଦ କରିବା ଓ ଶିଉଳୀ ଛଡ଼ାଇବା କାର୍ଯ୍
ନଭେମ୍ବର ୨୧ରୁ
ନଭେମ୍ବର ୨୧ରୁ ଆରମ୍ଭ ହେବ ରାଜ୍ୟରେ ଖରିଫ ଧାନ କିଣା
ଅର୍ଗସ ବ୍ୟୁରୋ: ନଭେମ୍ବର ୧ରେ ରାଜ୍ୟରେ ଖୋଲିବ ଖରିଫ ଧାନ ମଣ୍ଡି। ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା। ଏଥର ଚାଷୀଙ୍କଠାରୁ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣିବାକୁ ଘୋଷଣ