ନାବାଳକଙ୍କ ବେପରୁଆ ଗାଡି ଚାଳନା, ୨ମୃତ 
by Argus News
Tue, May 21 | 10:41 a.m.

ଅର୍ଗସ ବ୍ୟୁରୋ:  ପୁନେରେ ନାବାଳକଙ୍କ ବେପରୁଆ ଗାଡିଚାଳନା ଘଟଣାରେ ତଦନ୍ତ କରୁଛି ପୋଲିସ । ଆଜି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରୁଛନ୍ତି । ଏଥିସହ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିର ଯାଞ୍ଚ କରାଯାଉଛି । ରବିବାର ଭୋରରେ ନାବାଳକଙ୍କ ଜଣଙ୍କ ଅତ୍ୟନ୍ତ ବେପରୁଆ ଭାବେ ଜୋରରେ ଗାଡି ଚଳାଇ ବାଇକକୁ ଧକ୍କା ଦେଇଥିଲା । ଏଥିରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । 

ଗଳି ରାସ୍ତାରେ କାରଟି ଘଣ୍ଟାପ୍ରତି ୯୦ କିମିରୁ ଅଧିକ ବେଗରେ ଯାଉଥିବା ସିସିଟିଭିରୁ ଜଣାପଡିଛି । ନାବାଳକ ଜଣଙ୍କ ନିଶାଗ୍ରସ୍ତ ହୋଇ ଗାଡି ଚଳାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମହାରାଷ୍ଟ୍ରରେ ୨୫ରୁ କମ ବୟସର ବ୍ୟକ୍ତିଙ୍କୁ ମଦ ବିକ୍ରି କରିବା ବେଆଇନ୍ । କିନ୍ତୁ କେଉଁ ପରିସ୍ଥିତିରେ ନାବାଳକ ଜଣଙ୍କ ନିଶା ସେବନ କରିଥିଲେ ସେ ନେଇ ପୋଲିସ ଖୋଳତାଡ କରୁଛି । କାର ଦୁର୍ଘଟଣା କରିଥିବା ନାବାଳକର ବାପାଙ୍କୁ ପୋଲିସ ଗିରଫ କରିଛି । 
 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି