ଅର୍ଗସ ବ୍ୟୁରୋ: ଓ୍ବାନ ନେସନ୍, ଓ୍ବାନ ଇଲେକସନ ବିଲକୁ କ୍ୟାବିନେଟର ମଞ୍ଜୁରୀ । ଆଉ ପାଦେ ଆଗେଇଲା ଏକ ଦେଶ, ଏକକ ନିର୍ବାଚନ । ଏହି ବିଲ୍ କୁ ମୋଦି କାବିନେଟ୍ ରେ ମଞ୍ଜୁରୀ ମିଳିଛି । ବହୁ ଶୀଘ୍ର ସଂସଦରେ ଉପସ୍ଥାପିତ ହେବ । ଆଜି ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ କୁ କାବିନେଟ୍ ବୈଠକ ରେ ମଞ୍ଜୁରୀ ମିଳିଛି । ଚଳିତ ଶୀତ ଅଧିବେଶନରେ ସଂସଦରେ ଉପସ୍ଥାପନ ପାଇଁ ରଖିବେ । ଏହା ପରେ ଜୁଗ୍ମ ସଂସଦିୟ କମିଟି ଗଠନ କରାଯିବ ଏବଂ ସମସ୍ତ ଦଳର ପରାମର୍ଶ ନିଆଯିବ । ଶେଷରେ ଏହା ସଂସଦରେ ପାସ୍ ହେବା ପାଇଁ ବିଲ୍ କୁ ସଂସଦ କୁ ପଠାଯିବ ।
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱାଧୀନ କମିଟିର ସୁପାରିଶ କ୍ରମେ ଅନୁମୋଦିତ ହୋଇଥିଲା ଏକକ ନିର୍ବାଚନ ବିଧେୟକ । ଗତ ସେପ୍ଟେମ୍ବରରେ କେନ୍ଦ୍ର କ୍ୟାବିନେଟ ମଧ୍ୟ ବିଲ୍ କୁ ମଞ୍ଜୁରୀ ଦେଇଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୬୨ଟି ରାଜନୈତିକ ଦଳର ମତାମତ ନେଇ ବିଲ୍ ପ୍ରସ୍ତୁତ କରିଛନ୍ତି । ପ୍ରସ୍ତାବକୁ 32 ରାଜନୈତିକ ଦଳ ସମର୍ଥନ କରିଥିବାବେଳେ 15 ଦଳ ବିରୋଧ କରିଥିଲେ ଏବଂ 15ଟି ଦଳ ନିରୁତ୍ତର ରହିଥିଲେ । ମାର୍ଚ୍ଚ 14 ତାରିଖରେ ରାଷ୍ଟ୍ରପତିଙ୍କୁ 18ହଜାର ପୃଷ୍ଠାର ରିପୋର୍ଟ ହସ୍ତାନ୍ତର କରିଥିଲା ଏକକ ନିର୍ବାଚନ କମିଟି । ଏକକ ନିର୍ବାଚନ ବିଲ୍ ସଂସଦରେ ପାରିତ ହେବା ପରେ ଏକା ସାଙ୍ଗରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। ଏହାଫଳରେ ନିର୍ବାଚନ କମିସନ ଉପରେ ଚାପ କମିବା ସହ କମିବ ଆର୍ଥିକ ବ୍ୟୟ ।
ପ୍ରସ୍ତାବ ଅନୁସାରେ - ସାରା ଦେଶରେ ଏକାସାଙ୍ଗରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ
- MP, MLA ନିର୍ବାଚନର 100 ଦିନ ମଧ୍ୟରେ ହେବ ପଞ୍ଚାୟତ, ନଗରପାଳିକା ଭଳି ଲୋକାଲ ବଡି ଇଲେକ୍ସନ୍
- ଦେଶରେ ସମସ୍ତ ନିର୍ବାଚନ ପାଇଁ ବ୍ୟବହାର ହେବ ଏକକ ଭୋଟର ପରିଚୟ ପତ୍ର
ଅଧିକ ପଢନ୍ତୁ: ରାଜଧାନୀ ଦିଲ୍ଲୀ ଏବଂ ହରିୟାଣା ମଧ୍ୟରେ କନେକ୍ଟିଭିଟି ବୃଦ୍ଧି ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ