ପ୍ରଶ୍ନବାଣରେ ରାଜ୍ୟ ସରକାରଙ୍କୁ ଘାଇଲା କରିଦେଲେ ଶାହ
by Argus News
Fri, Apr 26 | 9:37 p.m.

ଅର୍ଗସ ବ୍ୟୁରୋ : ରାଜ୍ୟ ରାଜନୀତିରେ ଏବେ ହେଭିୱେଟ୍‌ଙ୍କ ବୟାନ । ଏପଟେ ହିଞ୍ଜିଳିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସଭାରେ ତାଙ୍କର ହିଞ୍ଜିଳି ମଡେଲ୍‌ ସେପଟେ ସୋନପୁରରେ ବିଜେପିର ଅମିତ ଶାହଙ୍କ ଦାଦନ ମୁକ୍ତ ଓଡ଼ିଶାର ପ୍ରତିଶ୍ରୁତି ଓ ଧର୍ମେନ୍ଦ୍ରଙ୍କ ଆଠମଲ୍ଲିକକୁ ହିଞ୍ଜିଳି ନହେବାକୁ ଦମ୍ଭୋକ୍ତି ।

ନବୀନଙ୍କ ହିଞ୍ଜିଳି ମଡେଲ୍‌....ବିକାଶ ଦେଖିଲେ ଉଡିଯିବ ହୋସ୍‌ । କାରଣ ରାଜ୍ୟରେ ଥିବା ୪୩୦୬ ମଦ ଦୋକାନରୁ କେବଳ ଗଂଜାମର ୨୨ ବ୍ଲକ୍‌ରେ ୬୬୨ ମଦ ଦୋକାନ ଅଛି । ଖାଲି ଏତିକି ନୁହେଁ ବରଂ ୨୨ ବ୍ଲକ୍‌ରୁ ଦାଦନ ଯାଆନ୍ତି ପ୍ରାୟ ୨୦ ଲକ୍ଷ ଲୋକ । ତେଣୁ ନବୀନଙ୍କ ହିଞ୍ଜିଳି ମଡେଲ୍‌ ହେଲା ...ପ୍ରତି ବ୍ଲକ୍‌ରେ ୩୦ ମଦ ଦୋକାନ, ପ୍ରତି ବ୍ଲକ୍‌ ପିଛା ଲକ୍ଷେ ଲୋକ ଦାଦନ ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା ନବୀନଙ୍କ ବିକାଶ ଏମିତି ଯେ ଯେଉଁଠି ଦାଦନ ଲକ୍ଷଲକ୍ଷ...ମଦୁଆଙ୍କ ସଂଖ୍ୟା ହଜାରେ ହଜାରେ । କିନ୍ତୁ ଅମିତ ଶାହଙ୍କ ମତରେ ଓଡ଼ିଶା ଖଣିଜ ଓ ଜଳ ସମ୍ପଦରେ ଦେଶର ପ୍ରଥମ । ତେଣୁ କଳକାରଖାନା ଆମ ରାଜ୍ୟକୁ ଆସିବା କଥା, ଆମ ଲୋକ କିଆଁ ବାହାରକୁ ଯିବେ ?

ଖାଲି ଶାହ ନୁହେଁ ବରଂ ପୂର୍ବରୁ ଧର୍ମେନ୍ଦ୍ର କହିଥିଲେ ରାଜ୍ୟରେ ମଦର ବନ୍ୟା ହେଉଛି । ସ୍ଥିତି ଏମିତି ହେଲାଣି ମଦର ଆୟ ଖଣିର ଆୟରୁ ବଢିଗଲାଣି । ସେଇଥି ଲାଗି ତ ଧର୍ମେନ୍ଦ୍ର କହିଥିଲେ ଓଡ଼ିଶାରେ ମଦ ନା ମୋଦି ଦରକାର ? ମୋଟ୍‌ ଉପରେ ଏଥର ରାଜ୍ୟରେ ମଦ ଓ ଦାଦନକୁ ନେଇ ନିର୍ବାଚନ ଫଇସଲା କରିବେ ଜନତା । କାରଣ ପୂରା ଦେଶରେ ଏବେ ମୋଦି ହାୱା ବଢୁଥିବା ବେଳେ ବିଜେଡିର ଲୋକପ୍ରିୟତା କମୁଛି । ତେବେ ସମୟ କହିବ ଆଗାମୀ ଦିନରେ କେଉଁ ପାଣି କୁଆଡ଼େ ଯାଉଛି ?
 


 

ଭଣ୍ଡାରିପୋଖରୀରେ
2m ago
ଭଣ୍ଡାରିପୋଖରୀରେ ତ୍ରିମୁଖୀ ଲଢ଼େଇ: କିଏ ମାରିବ ବାଜି..... କାହାକୁ ବାଛିବେ ଭୋଟର
ଅର୍ଗସ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ସରଗରମ ହେଉଛି । ହାତରେ ଆଉ ଦିନ କେଇଟା ବାକି ଥିବା ବେଳେ, ପ୍ରଚାରକୁ ଜୋରଦାର କରୁଛନ୍ତି ୩ ପ୍ରମୁଖ ଦଳ
TRAIN
10m ago
ଟ୍ରେନ୍ ବୁକିଂରେ ବଡ ରିହାତି
ଅର୍ଗସ ବ୍ୟୁରୋ: ଯଦି ଆପଣ ଏହି ଖରା ସମୟରେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରୁଛନ୍ତି ତେବେ ପେଟିଏମ୍ ଆପଣଙ୍କୁ ଛୁଟି ଦେବାର ଦାୟିତ୍ଵ ନେଉଛି । ପେଟିଏମ୍ 'ଟ୍ରାଭେଲ
DHARMENDRA PRADHAN
13m ago
ପର ଘର ତିଅଣରେ ଅତିଥି ସତ୍କାର କରିବାରେ ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ : କେନ୍ଦ୍ରମନ୍ତ୍ରୀ
ଅର୍ଗସ ବ୍ୟୁରୋ : ପର ଘର ତିଅଣରେ ଅତିଥି ସତ୍କାର କରିବାରେ ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ । ନରେନ୍ଦ୍ର ମୋଦୀଙ୍କ ସରକାର ଏସଏଚଜି ଭଉଣୀଙ୍କ ପାଇଁ ବ୍ୟାଙ୍କରୁ ଋଣ ଦେବାର ବ୍ୟବସ୍ଥା କଲେ । ଗରି