ଧର୍ମେନ୍ଦ୍ରଙ୍କ ସପକ୍ଷରେ ରାସେଶ୍ଵରୀ :
by Argus News
Sun, Apr 28 | 8:39 p.m.

ଅର୍ଗସ ବ୍ୟୁରୋ : ସକାଳୁ ସକାଳୁ ସମ୍ବଲପୁର ବିଜେଡି ରାଜନୀତିକୁ ନେଇ ଚର୍ଚ୍ଚା ଜୋର । କାରଣ ପୂର୍ବତନ ବିଧାୟିକ ତଥା ସମାଜସେବୀ, ପ୍ରତିଷ୍ଠିତ ଚିକିତ୍ସିକ ଡ.ରାସେଶ୍ଵରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଭେଟିବା ପରେ ଖୁସିରେ ରାସେଶ୍ଵରୀ କେତେ ବିଭୋର ସେ ଏ ଫଟୋ ହିଁ ବୟାନ କରୁଛି । ତେବେ କିଛିଦିନ ତଳେ ରାସେଶ୍ଵରୀ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳ ସମ୍ବଲପୁରକୁ ଅଣଦେଖା କରୁଥିବାରୁ ସେଠାରେ ଅଧିକ ଦିନ ରହିହେବନି ବୋଲି ରୋକଠୋକ କହିଥିଲେ । ଖାଲି ଏତିକି ନୁହେଁ ବରଂ ବିଜେଡି ସମ୍ବଲପୁରବାସୀଙ୍କୁ ଧୋକା ଦେଉଥିବା ନେଇ ରୋକଠୋକ କହିଥିଲେ । ଜଣେ ପୂର୍ବତନ ବିଧାୟିକାଙ୍କ ଏମିତି ବିସ୍ଫୋରକ ବୟାନକୁ ନେଇ ଜୋରଦାର ଚର୍ଚ୍ଚା ବି ହୋଇଥିଲା । 

ରାସେଶ୍ଵରୀ ପାଣିଗ୍ରାହୀ । ବିଜେଡିର ପୂର୍ବତନ ବିଧାୟିକା...ସହରରେ ତାଙ୍କର ଦବଦବା ବି ଥିଲା । ହେଲେ ୨୪ରେ ଦଳ ତାଙ୍କୁ ଅଣଦେଖା କଲା । ଯାହାକୁ ନେଇ ସେ ଅସନ୍ତୋଷ ଝାଡିଥିଲେ । ଖାଲି ଅସନ୍ତୋଷ ଝାଡିଥିଲେ ତାହା ନୁହେଁ ବରଂ ସମ୍ବଲପୁର ବିଧାନସଭା ଆସନ ପାଇଁ ଅଯୋଗ୍ୟ ବ୍ୟକ୍ତିଙ୍କୁ ଦଳ ଟିକେଟ୍ ଦେବାରୁ ଏହା ସମ୍ବଲପୁରର ଗରିମାକୁ ନଷ୍ଟ କରିଛି । ସମ୍ବଲପୁରରେ କଣ ନେତା ନଥିଲେ ଯେ ଯାହାକୁ ଅଯୋଗ୍ୟ କହି ବରଖାସ୍ତ କରିଥିଲେ, ତାଙ୍କୁ ଟିକେଟ୍ ଦେଲେ । ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ଇସ୍ତଫା ଦେଲି ବୋଲି କହିଥିଲେ ରାସେଶ୍ୱରୀ । ଯାହାକୁ ନେଇ ସରଗରମ ହୋଇଥିଲା ରାଜନୀତି । ହେଲେ ଏବେ ସେ ଧର୍ମେନ୍ଦ୍ରଙ୍କୁ ସମର୍ଥନ ଦେଇଥିବବାରୁ ପୁଣି ଥରେ ସମ୍ବଲପୁର ରାଜନୀତିକୁ ନେଇ ଚର୍ଚ୍ଚା ଜୋର ।

ସମ୍ବଲପୁର । ପଶ୍ଚିମ ଓଡ଼ିଶାର ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ । ହେଲେ ଏବେ ସେହି ଆସନକୁ ନେଇ ବିଜେଡିର ମୁଣ୍ଡବିନ୍ଧା । କାରଣ ପ୍ରାର୍ଥୀ ପରିବର୍ତ୍ତନଠୁ ଆରମ୍ଭ କରି ଆମଦାନୀ ନେତାଙ୍କୁ ଦଳ ସେଠାରେ ପ୍ରାର୍ଥୀ କରିଛି । ଯାହାକୁ ନେଇ ପ୍ରଥମରୁ କେଁ ଦେଖାଯାଇଛି । ହେଲେ ଏବେ ଧର୍ମେନ୍ଦ୍ରଙ୍କ ସପକ୍ଷରେ ରାସେଶ୍ଵରୀ ବାହାରିଥିବାରୁ ବିଜେଡିର ସ୍ଥିତି ସେଠାରେ କେତେ ଯେ ଖରାପ ତାହା ଏବେ ସ୍ପଷ୍ଟ ବାରି ହୋଇ ପଡ଼ିଛି । ତେବେ ସମୟ କହିବ ରାଜନୈତିକ ପାଣି ଯାଉଛି କୁଆଡ଼େ ।
 

ପୁଅକୁ ଡ୍ରଗ୍ସ
4m ago
ପୁଅକୁ ଡ୍ରଗ୍ସ ଦେଇ ଚୋରି କରିବାରେ ସାହାଯ୍ୟ କରୁଥିଲା ମା'
ଅର୍ଗସ ବ୍ୟୁରୋ: ମୁମ୍ବାଇ ପୋଲିସ ବାରମ୍ବାର ଚୋରି ଅପରାଧରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହାପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋଲିସର ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛ
ଭୋଟିଂ
11m ago
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୯.୩୦ ପ୍ରତିଶତ ଭୋଟିଂ ହୋଇଛି । ନବରଙ୍ଗପୁରରେ ୪୨.୬୫ ପ୍ରତିଶତ, କଳାହାଣ୍ଡିରେ
ବିଜେପି ଲୋକସଭା
12m ago
ବିଜେପି ଲୋକସଭା ପ୍ରାର୍ଥୀ ମାଧବୀଲତା ଦେଲେ ଭୋଟ
ଅର୍ଗସ ବ୍ୟୁରୋ: ହାଇଦ୍ରାବାଦରେ ବିଜେପି ଲୋକସଭା ପ୍ରାର୍ଥୀ ମାଧବୀଲତା ଦେଲେ ଭୋଟ୍ । ଜନତାଙ୍କୁ ମତଦାନ ପାଇଁ କଲେ ଅପିଲ୍ । ମାଧବୀଲତା ହାଇଦ୍ରାବାଦରେ ଅସବୁଦ୍ଦିନ ଓବିସିଙ୍କୁ ଟକ୍କର ଦେଉଛନ୍ତ