ତିନିଦିନିଆ UAE ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
by Argus News
Fri, Nov 03 | 3:48 p.m.

ଅର୍ଗସ ବ୍ୟୁରୋ : ବିଦେଶ ଗସ୍ତରେ ଥାଇ ବି ଓଡ଼ିଆଙ୍କ ପ୍ରତି ଥିବା ଭଲପାଇବା ଓ ଓଡ଼ିଶାର ଅସ୍ମିତାକୁ ପ୍ରଶଂସା କରିବାକୁ ଆଦୌ ଭୁଲିନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବରଂ ଓଡ଼ିଆ ମନ୍ଦିରର କାନ୍ଥରେ ନିଖୁଣତାର ସହ ଅଙ୍କା ଯାଇଥିବା କଳା, କାରୁକାର୍ଯ୍ୟ ଓ ଐତିହ୍ୟକୁ ଅତି ପାଖରୁ ଦେଖି ଖୁସିରେ ଆତ୍ମହରା ହୋଇଥିଲେ । ଉପସ୍ଥିତ ଥିବା ପ୍ରବାସୀ ଓଡ଼ିଆଙ୍କ ସହ ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟରେ ଆଲୋଚନା କରିଥିଲେ । ଏବଂ ଜଣେ ଓଡ଼ିଆ ମନ୍ତ୍ରୀଙ୍କୁ ପାଖରେ ପାଇ ବେଶ୍‌ ଖୁସିବ୍ୟକ୍ତ ମଧ୍ୟ କରିଥିଲେ । ବିଦେଶ ଗସ୍ତରେ ଥିବା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡ଼ିଆ ଲୋକ ଭିତରେ ଦୃଢ଼ ଆତ୍ମବିଶ୍ୱାସ ଅଛି ଏବଂ ଏହି ଆତ୍ମବିଶ୍ୱାସକୁ ବଢାଇ ଓଡ଼ିଶାକୁ ଆଗାମୀ ଦିନରେ ବଡ କରିବାର ଦାୟିତ୍ୱ ନେବାକୁ ପଡ଼ିବ ।


ଶ୍ରୀ ପ୍ରଧାନ ଆବୁଧାବୀରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଓଡ଼ିଆ ସମାଜ ଏକ ଜୀବନ୍ତ ସମାଜ । ଆମ ଓଡ଼ିଆଙ୍କ ପାଖରେ ବୈଶ୍ୱିକ ନେତୃତ୍ୱ ନେବାର ସବୁ ଗୁଣ ଅଛି । ଅତୀତରେ ଆମ ସମୃଦ୍ଧ ରାଜ୍ୟ ଓଡ଼ିଶା ନୌବାଣିଜ୍ୟ ଅର୍ଥନୀତି ରାଜ୍ୟ ଥିଲା । ଆମେ ପୂର୍ବରୁ ସମ୍ପନ୍ନ ଥିବା କାରଣରୁ ହଜାର ହଜାର ବର୍ଷ ପୂର୍ବରୁ କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ଭଳି ବଡ ବଡ ମନ୍ଦିର ତିଆରି କରିଥିଲେ । ଆମେ କଳିଙ୍ଗ ଯୁଦ୍ଧ ମାଧ୍ୟମରେ ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିବା ପାଇଁ ବାଧ୍ୟ କରିଥିଲେ । ତିର୍ତ୍ତୋଲରେ ଥିବା ଓଡଙ୍ଗଗଡ ଓଡ଼ିଶାର ପୁରାତନ ସଭ୍ୟତାର ପରିଚୟ ଦେଉଛି । ଆମର ରଘୁରାଜପୁରର ପଟ୍ଟଚିତ୍ର, ଇକତ୍ ନିଖୁଣ କାରିଗରୀରର ପରିଚୟ ଦେଉଛି । ହଜାର ହଜାର ବର୍ଷ ତଳୁ ଓଡ଼ିଆ ଲୋକଙ୍କ ଦ୍ୱାରା ତିଆରି ହୋଇଥିବା ସୃଜନଶୀଳତା ଏବେ ବି ଲୋକଙ୍କ ମଧ୍ୟରେ ଉନ୍ମାଦନା ତିଆରି କରୁଛି । ଆଜି ନୂଆ ସଂସଦ ଭବନ, ଭାରତ ମଣ୍ଡପମରେ କୋଣାର୍କ ଚକ୍ର ଅଛି । ଜି-୨୦ରେ କୋଣାର୍କ ଚକ୍ର ତଳେ ବିଶ୍ୱର ନେତା ମାନଙ୍କୁ ସ୍ୱାଗତ କରାଯାଉଛି ।  


ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଯେତେବେଳେ କେନ୍ଦ୍ରମନ୍ତ୍ରୀ ବିଦେଶ ଗସ୍ତରେ ଥାଆନ୍ତି, ପ୍ରବାସୀ ଓଡ଼ିଆଙ୍କୁ ଭେଟିବାକୁ କେବେ ଭୁଲିନାହାନ୍ତି । ଆଉ ତିନିଦିନିଆ ଓଡ଼ିଶା ଗସ୍ତରେ ଥିବା ବେଳେ ଓଡ଼ିଆ ମନ୍ଦିର ବୁଲି ବେଶ ଖୁସି ବ୍ୟକ୍ତ କରିଛନ୍ତି ଧର୍ମେନ୍ଦ୍ର ।

ଅଧିକ ପଢନ୍ତୁ ଭାରତ ଖବର...
 

ADR REPORT
8m ago
ଆସିଲା ଏଡିଆର୍ ରିପୋର୍ଟ; ୮୬ ଜଣଙ୍କ ନାମରେ ରହିଛି ଗୁରୁତର ଅପରାଧ ମାମଲା
ଭୁବନେଶ୍ୱର: ଆସିଲା ଏଡିଆର୍ ରିପୋର୍ଟ । ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜ
24 ELECTION
ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଅର୍ଗସ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀର
ARVIND KEJRIWAL
ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ
ଅର୍ଗସ ବ୍ୟୁରୋ : ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିର