ଯୋଡ଼ି ଶଙ୍ଖ ବହୁତ ଦୁଃଖ; ଯୋଡ଼ି ଫୁଲ ବହୁତ ଭଲ : ନବୀନଙ୍କ ବିରୋଧରେ ଲଢ଼ୁଛି ବିଜେପି ବାଘ
by Argus News
Fri, Apr 26 | 9:34 p.m.

ଅର୍ଗସ ବ୍ୟୁରୋ : ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍‌ରେ ରାଜ୍ୟ ସରକାର । ପୁରା ଧୂଆଁଦାର, ସାନଦାର ଶୈଳୀରେ । ସିଧାସିଧା ରାଜ୍ୟ ପାଇଁ କି କି କାମ କରିଛନ୍ତି ନବୀନ ବାବୁ ସେନେଇ ମାଗିଲେ  ହିସାବ । ନବୀନ ବାବୁ ହିଞ୍ଜିଳିରେ କଣ କରିଛନ୍ତି ? ବିଜେପୁରରେ କ’ଣ କରିଛନ୍ତି ? ଶ୍ଵେତପତ୍ର ଜାରି କରନ୍ତୁ । ପୂର୍ବଥର ନବୀନ ହିଞ୍ଜିଳିକାଟୁ ସହ ବିଜେପୁରରୁ ଲଢ଼ିଥିଲେ ଆଉ ଏଥର ହିଞ୍ଜିଳିକାଟୁ ସହ କଣ୍ଟାବାଞ୍ଜିରୁ ଲଢ଼ିବେ କିନ୍ତୁ ବଲାଙ୍ଗୀର ବିଜେପି ସାଂସଦ ମହାଶୟା ଆପଣଙ୍କୁ କିଛି ପ୍ରଶ୍ନ ପଚାରିଲେ ତାର ଉତ୍ତର ଆପଣ ଦେବେ କି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ? ଏହାସହ କଣ୍ଟାବାଞ୍ଜିରୁ ନବୀନ ପ୍ରତିଦ୍ଵନ୍ଦ୍ଵିତା କରୁଥିବା ବେଳେ ତାଙ୍କ ବିରୋଧରେ ବିଜେପିର ବାଘ ଲଢ଼ୁଛନ୍ତି ଅର୍ଥାତ୍ ଲକ୍ଷ୍ମଣ ବାଗ ପ୍ରାର୍ଥୀ ହୋଇଥିବା ଧର୍ମେନ୍ଦ୍ର କହିଛନ୍ତି ।  

ରାଜ୍ୟର ବିକାଶ ଲାଗି ମୋଦି ସରକାର ସବୁବେଳେ ଚେଷ୍ଟା କରୁଛନ୍ତି । ଖାଲି ଚେଷ୍ଟା କରୁଛନ୍ତି ତାହା ନୁହେଁ ବରଂ ଅନୁଦାନ ବି ବଢାଉଛନ୍ତି । କିନ୍ତୁ ଏଠାକାର ସରକାର କେନ୍ଦ୍ରୀୟ ଯୋଜନାକୁ ହଡପ କରି ନିଜ ନାଁରେ ନେଉଛନ୍ତି । ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ଏବେ ସମୟ ଆସିଯାଇଛି...ପରିବର୍ତ୍ତନ ନିଶ୍ଚୟ ହେବା ନେଇ ଆଭାସ ମିଳିଲାନି । ସେଇଥି ଲାଗି ତ ଖୋଲା ମଂଚରୁ ସରକାରଙ୍କୁ ପ୍ରଶ୍ନ କଲେ ଧର୍ମେନ୍ଦ୍ର ।

୨୪ ବର୍ଷ ହେବ ଲୋକଙ୍କୁ ପାଣି ଯୋଗାଇପାରୁନି ସେ ସରକାର କହୁଛି ବିରୋଧୀ ବିକାଶକୁ ବିରୋଧ କରୁଛନ୍ତି । ଆପଣ କାମ ଦେଇ ପାରୁନାହାନ୍ତି, ପାଣି ଦେଇ ପାରୁନାହାନ୍ତି କିନ୍ତୁ ବିକାଶ କରୁଛନ୍ତି  । ଏଭଳି ଅପାରଗ ସରକାରଙ୍କୁ ଏଥର ଜବାବ୍ ମିଳିବ । ମାଗଣାରେ ଚାଉଳ ମୋଦି ସରକାର ଦେଉଛନ୍ତି, କରୋନା ବେଳେ ବିନା ପଇସାରେ ଟୀକା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେଣୁ ଏଥର ଓଡ଼ିଶାରେ ୨୧ଟି ଯାକ ଲୋକସଭା ଆସନ ବିଜେପି ଦଖଲ କରିବା ନେଇ ଦମ୍ଭୋକ୍ତି ଭରିଛନ୍ତି ଧର୍ମେନ୍ଦ୍ର । 

ମୋଟ୍‌ ଉପରେ ସୋନପୁରରୁ ହିଁ ଅସଲ ମହାଲଢ଼େଇର ଶୁଭାରମ୍ଭ ହୋଇଛି । ଶାହଙ୍କ ଏହି ଗସ୍ତ ନିଶ୍ଚିତ ଭାବେ ବିଜେପିକୁ ଓଡ଼ିଶାରେ ଫାଇଦା ଦେବ ବୋଲି ରାଜନୈତିକ ବିଶ୍ଲେଷକଙ୍କ ମତ । 

HELICOPTER CARRYING
31m ago
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍