ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 
by Argus News
Fri, May 10 | 12:43 p.m.

ଅର୍ଗସ ବ୍ୟୁରୋ: ଅକ୍ଷୟ ତୃତୀୟାରେ ସମ୍ବଲପୁର ସାପଲହରା ଗାଁରେ ଅକ୍ଷିମୁଠି ଅନୁକୂଳ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଆଜି ଅକ୍ଷୟ ତୃତୀୟା ଅବସରରେ ସମ୍ବଲପୁର ସାପଲହରା ଗାଁରେ ଚାଷୀ ଭାଇ ମାନଙ୍କ ସହ ମିଶି ଅକ୍ଷିମୁଠି ଅନୁକୂଳ କରିଛନ୍ତି । ଓଡ଼ିଶା ସମେତ ଦେଶର ଚାଷୀମାନଙ୍କୁ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଯେ ଓଡ଼ିଆ ପରମ୍ପରାରେ ଆଜି ଓଡ଼ିଆଙ୍କ ପାଇଁ ଏବଂ ଚାଷୀ ଭାଇଙ୍କ ପାଇଁ ଏକ ଶୁଭ ଦିନ । 

ଆଜିର ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ତିଆରି କାମ ଆରମ୍ଭ ହେଉଛି । ଶୀତଳଷଷ୍ଠୀର କାର୍ଯ୍ୟକ୍ରମ ମଧ୍ୟ ଆଜି ଠାରୁ ଆରମ୍ଭ ହୋଇଛି । ଏହି ପବିତ୍ର ଦିନରେ  ଅକ୍ଷିମୁଠି ଅନୁକୂଳ କରିବାର ସୌଭାଗ୍ୟ ପାଇଥିବାରୁ ମୁଁ ଖୁସି । ଆମ ରାଜ୍ୟ ଓଡ଼ିଶା ଏକ କୃଷି ଆଧାରିତ ରାଜ୍ୟ । ଆଗାମୀ ଦିନ ମାନଙ୍କରେ ଆମ ଦେଶ ଏକ ନମ୍ବର ହେଉ, ପ୍ରଗତି ପଥରେ ଯାଉ । ଚାଷୀ ଭାଇମାନଙ୍କର ଜମିରେ ଭଲ ଫସଲ ହେଉ । ଏହା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଇଙ୍କ ପାଖରେ ପ୍ରାର୍ଥନା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । 

 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍