ପାଲିଙ୍କିରେ ପହଣ୍ଡି ହୋଇ ରଥାରୂଢ ହୋଇ ଘୋଷଯାତ୍ରାରେ ବାହାରନ୍ତି ମହାବାହୁ
by Argus News
Tue, Jul 09 | 11:24 a.m.

ପୁରୀ: ଭିନ୍ନ ଏକ ପରମ୍ପରା । ପାଲିଙ୍କିରେ ପହଣ୍ଡି ହୋଇ ରଥାରୂଢ ହୋଇ ଘୋଷ ଯାତ୍ରାରେ ବାହାରିନ୍ତି ମହାବାହୁ । ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ତୁଳସୀପୁର ଗାଁରେ ଭିନ୍ନ ଏକ ଢଙ୍ଗରେ ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କ ଘୋଷ ଯାତ୍ରା ।  

ଶହେ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏଭଳି ଭିନ୍ନ ଢଙ୍ଗରେ ଏଠି ରଥଯାତ୍ରା ଚାଲିଆସୁଛି । ପରମ୍ପରା ଅନୁଯାୟୀ ତୁଳସୀପୁର ବ୍ରାହ୍ମଣ ଶାସନର ଗ୍ରାମବାସୀ ମାନେ ରଥ ନିର୍ମାଣ କରନ୍ତି । ଗାଁର ବହୁ ଦୂରରେ ଥିବା ବନ୍ଦେଶ୍ୱର ଗ୍ରାମରେ  ପୂଜାପାଇ ଆସୁଥିବା ପ୍ରଭୁ ଶ୍ରୀ ଗୁରୁଦେବ ଠାକୁରଙ୍କୁ ନବ ବସ୍ତ୍ର ପିନ୍ଧାଇ, ପୁଷ୍ପ, ଅଳଙ୍କାରରେ ଭୂଷିତ କରାଇଥାନ୍ତି । ତାଙ୍କ ନିକଟରେ ଅନ୍ନ ପ୍ରସାଦ ଭୋଗ ଲାଗି ହେବା ପରେ ଏକ ସୁସଜ୍ଜିତ ପାଲିଙ୍କିରେ ଶୋଭାଯାତ୍ରା କରି ନିଜ ଗାଁକୁ ଆଣି ରଥାରୁଢ଼ କରାଇବା ପରେ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ।


ପରମ୍ପରା ଅନୁଯାୟୀ ବାଟରେ ସ୍ଥାନୀୟ ଲୋକେ ମାନସିକ ରଖି ପାଲିଙ୍କି ଉପରେ ମହାପ୍ରଭୁଙ୍କୁ ଭୋଗ ଲାଗି କରିଥାନ୍ତି । ଡାହୁକ ଗୀତ, ଘଣ୍ଟ ମୃଦଙ୍ଗ ,ହରିବୋଲ ହୁଳହୁଳି ଶବ୍ଦରେ ରଥ ଗଡି ଶେଷରେ ଗାଁର ଆରାଧ୍ୟା ଦେବୀ ମା' କନକ ଦୂର୍ଗାଙ୍କ ମନ୍ଦିର ନିକଟରେ ପହଂଚିବା ପରେ 9 ଦିନ ରହଣି ପରେ ଗ୍ରାମବାସୀମାନେ ପୁଣି ପାଲିଙ୍କିରେ ବସାଇ ବାହୁଡା ଯାତ୍ରା କରିଥାନ୍ତି । 

କାହିଁ କେଉଁ କାଳରୁ ବ୍ରାହ୍ମଣ ସମ୍ପ୍ରଦାୟ ଲୋକଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିବା ରଥଯାତ୍ରା ପାଇଁ 9 ଦିନ ବ୍ୟାପୀ ସ୍ଥାନୀୟ ଅଞ୍ଚଳର ଗାଁ ଗଣ୍ଡା ଉତ୍ସବମୁଖର ହୋଇପଡେ ।


 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା