ସଫଳ ହେଲା ରେସ୍କ୍ୟୁ ଅପରେସନ୍‌, ୪୦ ମିନିଟରେ ବାହାରିଲେ ୪୧ ଶ୍ରମିକ
by Argus News
Tue, Nov 28 | 9:51 p.m.

ଅର୍ଗସ ବ୍ୟୁରୋ : ସରିଲା ଉଦ୍ଧାର କାର୍ଯ୍ୟ, ୪୦ ମିନିଟରେ ବାହାରିଲେ ୪୧ ଶ୍ରମିକ । ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ଉତ୍ତରକାଶୀ ଟନେଲରେ ଫସି ରହିଥିଲେ ୪୧ ଜଣ ଶ୍ରମିକ । ଶ୍ରମିକମାନେ ୧୭ ଦିନ କାଳ ଟନେଲ ଭିତରେ ଫସି ରହିଥିଲେ ହେଁ ସମସ୍ତେ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛନ୍ତି । 

ତେବେ ୧୭ ଦିନ ପରେ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଟନେଲରୁ ବାହାର କରାଯାଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ଟ୍ୱିଟ କରି କହିଛନ୍ତି, “ଉତ୍ତରାଖଣ୍ଡ ଟନେଲରେ ଫସି ରହିଥିବା ଶ୍ରମିକମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବାରୁ ମୁଁ ଅତ୍ୟନ୍ତ ଆଶ୍ୱସ୍ତି ଓ ଖୁସି ଅନୁଭବ କରୁଛି । ୧୭ ଦିନ ଧରି ଚାଲିଥିବା ଅକ୍ଲାନ୍ତ ପରିଶ୍ରମ ସଫଳ ହୋଇଛି। ଅନେକ ଘାତପ୍ରତିଘାତ ସତ୍ତ୍ୱେ ମିଶନ ସଫଳ ହୋଇଛି ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉଦ୍ଧାରକାରୀ ଟିମକୁ ଶୁଭେଛା ଜଣାଇଛନ୍ତି । ଏହା ମାନବିକତା ଓ ଟିମ ୱାର୍କର ଚମତ୍କାର ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମୋଦି କହିଛନ୍ତି, “ଉତ୍ତରକାଶୀରେ ଆମର ଶ୍ରମିକ ଭାଇମାନଙ୍କ ରେସ୍କ୍ୟୁ ଅପରେସନର ସଫଳତା ପ୍ରତ୍ୟେକଙ୍କୁ ଭାବପ୍ରବଣ କରିବା ଦେବା ଭଳି ଘଟଣା । ଟନେଲରେ ଯେଉଁ ସାଥୀମାନେ ଫସି ରହିଥିଲେ ସେମାନଙ୍କୁ ମୁଁ କହିବାକୁ ଚାହେଁ ଯେ ଆପଣଙ୍କ ସାହାସ ଓ ଧୈର୍ଯ୍ୟ ଯେକୌଣସି ଲୋକଙ୍କୁ ପ୍ରେରଣା ଦେବ ।

BJP
now
ଭୋଟରଙ୍କୁ ପଦ୍ମ ଫୁଲ ଦେଇ ସମର୍ଥନ ଲୋଡିଲେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର
ଅର୍ଗସ ବ୍ୟୁରୋ : ବାରବାଟୀ-କଟକ ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନିଆରା ପ୍ରଚାର । ଭୋଟରଙ୍କୁ ପଦ୍ମ ଫୁଲ ଦେଇ ସମର୍ଥନ ଲୋଡିଲେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଆଜ
MOTHER-IN-LAW
42m ago
ବୋହୂର ମାଡରେ ଶାଶୂ ଗୁରୁତର, ଭାଇରାଲ ହେଉଛି ମାଡ଼ ବେଳର ଦୃଶ୍ୟ
ଅର୍ଗସ ବ୍ୟୁରୋ : ବୋହୂର ମାଡରେ ୬୫ବର୍ଷୀୟ ଶାଶୂ ଗୁରୁତର । ଗୁରୁତର ଶାଶୂଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଗ୍ରାମବାସୀ ମାନେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଜାର
MANMOHAN SAMAL
କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନୋବଳକୁ ସୁଦୃଢ କଲେ
ଅର୍ଗସ ବ୍ୟୁରୋ : ଆଜି ଦିନିକିଆ ଗସ୍ତରେ ମୟୂରଭଞ୍ଜ ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦୁଇ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନବଳକୁ ସୁଦୃ