ଜ୍ଞାନବାପୀରେ ପୂଜା ଅଧିକାର ନେଇ ବାରଣାସୀ ଜିଲ୍ଲା କୋର୍ଟଙ୍କ ରାୟ
by Argus News
Wed, Jan 31 | 7:19 p.m.
  • ଅଯୋଧ୍ୟା ପରେ କାଶୀରେ ହିନ୍ଦୁ ଭାବବେଗର ବଡ଼ ବିଜୟ
  • ଜ୍ଞାନବାପୀରେ ପୂଜା ଅଧିକାର ନେଇ ବାରଣାସୀ ଜିଲ୍ଲା କୋର୍ଟଙ୍କ ରାୟ
  • ଜ୍ଞାନବାପୀର ବ୍ୟାସ ଭଣ୍ଡାର ଘରେ ମିଳିଲା ହିନ୍ଦୁଙ୍କୁ ପୂଜା ଅଧିକାର
  • 1993ରେ ପୂଜା ବନ୍ଦ କରାଇଥିଲେ ମୁଲାୟମ ସିଂ ସରକାର
  • 7 ଦିନ ମଧ୍ୟରେ ପୂଜା ବ୍ୟବସ୍ଥା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ
  • କୋର୍ଟଙ୍କ ଆଦେଶ ପରେ ଦେଶବ୍ୟାପୀ ଖୁସିର ମାହୋଲ

ଅର୍ଗସ ବ୍ୟୁରୋ: କାଶୀରେ ହିନ୍ଦୁଙ୍କ ଶତାବ୍ଦୀ ଶତାବ୍ଦୀର ଲଢେଇକୁ ପ୍ରାରମ୍ବିକ ସଫଳତା। 31 ବର୍ଷ ଧରି ନନ୍ଦିଙ୍କ ଅପେକ୍ଷାର ଘଟିବାକୁ ଯାଉଛି ଅନ୍ତ। ବାରଣାସୀ ଜିଲ୍ଲା କୋର୍ଟ ହିନ୍ଦୁଙ୍କ ସପକ୍ଷରେ ଦେଇଛନ୍ତି ବଡ଼ ଫୈସଲା। ଜ୍ଞାନବାପୀ ବ୍ୟାସ ଭଣ୍ଡାର ଘରେ ପୂଜା ପାଇଁ ହିନ୍ଦୁଙ୍କୁ ମିଳିଲା ଅଧିକାର। 7 ଦିନ ଭିତରେ ପୂଜା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

ବ୍ୟାସ ଭଣ୍ଡାର ଘର ବିବାଦୀୟ ଜ୍ଞାନବାପୀ ମସଜିଦର ତଳ ମହଲାରେ ରହିଛି। 1993 ମସିହା ନଭେମ୍ବର ମାସ ଯାଏ ଏଠାରେ ହିନ୍ଦୁମାନେ ପୂଜା କରୁଥିଲେ କିନ୍ତୁ ତତକାଳୀନ ମୁଲାୟମ ସିଂ ଯାଦବ ସରକାର ହିନ୍ଦୁଙ୍କଠାରୁ ପୂଜା ଅଧିକାର ଛଡାଇନେଇଥିଲେ। ଏବେ 31 ବର୍ଷ ପରେ ପୁଣିଥରେ ନିୟମିତ ପୂଜା କରିପାରିବେ ହିନ୍ଦୁ ସମାଜ। କାଶୀ ବିଶ୍ବନାଥ ଟ୍ରଷ୍ଟ ବୋର୍ଡ ପକ୍ଷରୁ ପୂଜା ଅର୍ଚ୍ଚନା କରାଯିବ। ତେବେ କୋର୍ଟଙ୍କ ଏହି ରାୟକୁ ନେଇ ଖପ୍ପା ମୁସଲିମ ସମାଜ ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରାଯିବ ବୋଲି କହିଛନ୍ତି ମୁସଲିମ ପକ୍ଷ ଓକିଲା।

17 ଜାନୁଆରୀରେ ବ୍ୟାସ ଭଣ୍ଡାର ଘରକୁ କୋର୍ଟଙ୍କ ଆଦେଶ କ୍ରମେ ନିଜ ନିୟନ୍ତ୍ରଣକୁ ନେଇଥିଲା ଜିଲ୍ଲା ପ୍ରଶାସନ। ଏଏସଆଇ ସର୍ଭେ ସମୟରେ ଦୀର୍ଘ ବର୍ଷ ଧରି ବନ୍ଦ ଥିବା ଭଣ୍ଡର ଘର ସଫା ସୁତୁରା କରାଯାଇଥିଲା। ଏବେ କୋର୍ଟ କାଶୀ ବିଶ୍ବନାଥ ମନ୍ଦିରର ପୂଜକଙ୍କ ଦ୍ବାରା ଏଠାରେ ପୂଜାର୍ଚ୍ଚନା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ 7 ଦିନ ମଧ୍ୟରେ ସେଠାରେ ଲାଗିଥିବା ବ୍ୟାରିକେଡ ହଟାଇବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାରଣାସୀ କୋର୍ଟଙ୍କ ରାୟକୁ ସ୍ବାଗତ କରିବା ସହ ଏହାକୁ ବଡ଼ ବିଜୟ ବୋଲି କହିଛନ୍ତି ସାଧୁ ସନ୍ଥ।

ଐତିହାସିକ ତଥ୍ୟ ଅନୁଯାୟୀ ମୋଗଲ ଶାସନ କାଳରେ ପ୍ରସିଦ୍ଧ କାଶୀ ବିଶ୍ବନାଥ ମନ୍ଦିର ପରିସରରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଥିଲା। ସେବେଠାରୁ ସେଠାରେ ନିଜ ଅଧିକାର ଫେରିପାଇବା ପାଇଁ ସଂଘର୍ଷ ଜାରି ରଖିଛି ହିନ୍ଦୁ ସମାଜ। ନିକଟରେ ଜ୍ଞାନବାପୀ ମସଜିଦ ପରିସରରେ ଏଏସଆଇ ପକ୍ଷରୁ କରାଯଇଥିବା ସର୍ଭେରେ ବହୁ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ମିଳିଥିଲା। ଏଥିସହ ସେଠାରେ ପୂର୍ବରୁ ମନ୍ଦିର ଥିବା ନେଇ ଅନେକ ପ୍ରମାଣ ମିଳିଛି।

ଅଧିକ ପଢ଼ନ୍ତୁ ଦେଶ ଖବର: 

MANMOHAN SAMAL
13m ago
କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନୋବଳକୁ ସୁଦୃଢ କଲେ
ଅର୍ଗସ ବ୍ୟୁରୋ : ଆଜି ଦିନିକିଆ ଗସ୍ତରେ ମୟୂରଭଞ୍ଜ ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦୁଇ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନବଳକୁ ସୁଦୃ
ନିଯୁକ୍ତି ନାଁରେ ଗୋଚର
37m ago
ନିଯୁକ୍ତି ନାଁରେ ଗୋଚର ଜମି ହଡ଼ପ କରୁଛନ୍ତି କନ୍ଧମାଳ ସାଂସଦ
ଅର୍ଗସ ବ୍ୟୁରୋ: ସ୍କୁଲ ଭିତରକୁ ଧସେଇ ପଶିଲେ ଲୋକେ , ସାଇନ ବୋର୍ଡ ଭାଙ୍ଗିଲେ। ଜମି ମାଫିଆ କହି ଦେଲେ ନାରାବାଜି l ଏଭଳି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚା ହୋଇଥିବା ବେଳେ ଘଟଣାକ
ରଣ ହୁଙ୍କାର
41m ago
ବିଜେଡି ଗଡରେ ମୋଦି ଦେବେ ରଣ ହୁଙ୍କାର
ଭୁବନେଶ୍ୱର: ବିଜେପି ଫୋକସରେ ଓଡ଼ିଶା .. ପୁରୀରେ ମୋଦି କରିବେ ରୋଡ ସୋ'.. ବଡ ଦାଣ୍ଡରେ ରଣହୁଙ୍କାର ଦେବେ ପିଏମ ମୋଦି । ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ ନବୀନଙ୍