ଆସୁଛି ବାତ୍ୟା ; ପୋଟଳ ୭୦, ଅଦା ୧୦୦
by Argus News
Mon, Oct 21 | 8:33 p.m.

ଅର୍ଗସ ବ୍ୟୁରୋ : ବାତ୍ୟା ବଢାଇଲା ପରିବା ଦର । ବଜାରରେ ହୁ ହୁ ହୋଇ ବଢିଲା ପରିବା ଦର । ଗୋଟିଏ ପଟେ ସମ୍ଭାବ୍ୟ ବତ୍ୟା ଖବର ଗଣମାଧ୍ୟମରୁ ଶୁଣି ବଜାର ହାଟରେ ଲୋକଙ୍କ ପ୍ରବଳ ଗହଳି ଲାଗିିଥିବା ବେଳେ ଅନ୍ୟପଟେ ଲୋକଙ୍କ ଆବଶ୍ୟକତାର ଫାଇଦା ନେଉଛନ୍ତି ବେପାରୀ । ବାତ୍ୟା ଆଳରେ ପରିବା ଦରକୁ ମନଇଚ୍ଛା ବଢାଇଛନ୍ତି ବେପାରୀ ।ତେବେ ବାତ୍ୟା ପୁରୀ ଓ ସାଗର ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବା ସ୍ପଷ୍ଟ ହେବା ପରେ ଲୋକେ ଆଗୁଆ ପରିବା କିଣି ଗଚ୍ଛିତ କରିବା ଆରମ୍ଭ କରିଛନ୍ତି ଯାହା ଫଳରେ ପରିବା ବଜାରରେ ଲାଗିଛି ନିଆଁ ଆଉ ଦର ହୋଇଛି ଆକାଶ ଛୁଆଁ । କଟକ ଆର୍ବନ୍ ହାଟରେ ଆଳୁ ଧଡ଼ା ପ୍ରତି 80 ଟଙ୍କା ଥିବା ବେୱାଲ ଆଜି 100 ଟଙ୍କାରେ ପହଁଚିଛି l ସେହିଭଳି ପୋଟଳ 70,ବାଇଗଣ 60,ସରୁ 50,ଲଙ୍କା କିଲୋ 200,ପିଆଜ କିଲୋ 60,ଅଦା 100,ରସୁଣ 400,ଝୁଡ଼ଙ୍ଗ 60,ବିନ 80,ଭେଣ୍ଡି 80,ଜନହି 50,ବିଲାତି 70 ବିକ୍ରି ହେଉଛି l

ଏ ହେଉଛି ବାଲେଶ୍ବର ସହରର ନୂଆ ବଜାର ମାର୍କେଟ ର ଚିତ୍ର । ଗତ ୨ ଦିନ ମଧ୍ୟରେ ପରିବା ଦର ଯାହା ଥିଲା, ବାତ୍ୟାର ଖବର ପରେ ତାହା ୨ ଗୁଣା ଅଧିକ ଦରରେ ବିକ୍ରୀ ଚାଲିଛି। ବଜାରରେ ବାଇଗଣ କିଲୋ ପିଛା ୬୦ ଟଙ୍କା ଥିବା ବେଳେ କଲରା ୮୦ ଟଙ୍କା, ବିଲାତି ୮୦, ଜହ୍ନି ୫୦ ଟଙ୍କା ଆଉ ପୋଟୋଲ  ଓ ଭେଣ୍ଡି କିଲୋ ପିଛା ୮୦ ଟଙ୍କା ପହଞ୍ଚିଲାଣି। ଗ୍ରାହକଙ୍କ ଭିଡ଼ ଦେଖି ଦର ବୃଦ୍ଧି ଅଧିକ ହେବ ବୋଲି ଦୋକାନୀ ଆଶଙ୍କା କରୁଛନ୍ତି। 

ଅଧିକ ପଢନ୍ତୁ : ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ପରିବା ଦର ବୃଦ୍ଧି

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସମେତ ଅନ୍ୟ ସ୍ଥାନରେ  ପରିବା ଦର ସ୍ଥିର ରହିଥିବା ବେଳେ କିଛି ଜାଗା ରେ ବାତ୍ୟା ପ୍ରଭାବ ରୁ ପରିବା ଦରରେ ଅହେତୁକ ବୃଦ୍ଧି ଘଟିଛି । ଫଳରେ ଖାଉଟି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ କଳାବଜାରୀଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଚେତାବନୀ। ସମ୍ଭାବ୍ୟ ବାତ୍ୟାକୁ ଦେଖି ତାଗିଦ କରିଛନ୍ତି ମନ୍ତ୍ରୀ। ଅସାଧୁ ବ୍ୟବସାୟୀ କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥାନ ଉପରେ ନଜର ରଖିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ଆସନ୍ନ ବାତ୍ୟା ପାଇଁ ଯେପରି କଳାବଜାରୀ ନହୁଏ, ସେଥିପାଇଁ ନଜର ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଯୋଗାଣ ବିଭାଗ ର ବୈଠକ ବସିବାକୁ ଥିବା ବେଳେ ରାଜ୍ୟସରକାରଙ୍କ  ବାତ୍ୟା ସହ କଳାବଜାରୀ ରୋକିବା ଉପରେ ରହିଛି ନଜର


 

ବାତ୍ୟାକୁ ନେଇ ରାଜ୍ୟ
ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଘୋଷଣା, ଏହି ୧୪ ଜିଲାରେ ବନ୍ଦ ରହିବ ସ୍କୁଲ
ଅର୍ଗସ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସୋମବାର ସ୍କୁଲ ଛୁଟି ଘୋଷଣା କରିଛନ୍ତି। ୨୩ରୁ ୨୫ ତାରିଖ ଯାଏ ସ୍କୁଲ ବନ୍ଦ ରହିବ। ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପ୍ରଭାବି
ମୁଖ୍ୟମନ୍ତ୍ରୀଙ୍କ
ମୁଖ୍ୟମନ୍ତ୍ରୀଙ୍କ ଢ଼େଙ୍କାନାଳ ଗସ୍ତ
ଅର୍ଗସ ବ୍ୟୁରୋ: ଆଜି ଢ଼େଙ୍କାନାଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ହେଲିକପ୍ଟର ଯୋଗେ ସନ୍ଧ୍ୟା ୫ଟା ସମୟରେ ଢେଙ୍କାନାଳରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ର
ନ୍ୟୁଜିଲାଣ୍ଡଠାରୁ
ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ସ୍ତ୍ରୀଙ୍କ ସହ କୀର୍ତ୍ତନ କଲେ ବିରାଟ କୋହଲି
ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ