ଟ୍ରେନ୍‌ ଭିତରେ ସାପ , ଧାଇଁଲେ ଯାତ୍ରୀ
by Argus News
Mon, Sep 23 | 8:12 p.m.

ଅର୍ଗସ ବ୍ୟୁରୋ: ସାପ । ନାଁ ଶୁଣିଲେ ଆମେ ସମସ୍ତେ ଡରନ୍ତି । ଡରିବା ବି ସ୍ଵାଭାବିକ କଥା । କାରଣ ସର୍ପାଘାତରେ କେତେ ଲୋକଙ୍କ ପ୍ରାଣ ଯାଉଛି ତାହା ଆମେ ସମସ୍ତେ ଜାଣନ୍ତି । ଥରେ ଚିନ୍ତାକରନ୍ତୁ ତ ? ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ହଠାତ୍‌ ସାପ ବାହାରିବ , ଆଉ ସାପ ଦେଖିବା ପରେ କେମିକି ଧାଁ ଦୌଡା କରୁଥିବେ ଯାତ୍ରୀ ଆପଣ ନିଶ୍ଚିତ ଅନୁମାନ କରିପାରୁଥିବେ । ହଁ...ଆପଣଙ୍କ ଅନୁମାନ ଠିକ୍‌ । କାରଣ ଏମିତି କିଛି ଘଟଣା ଘଟିଛି ପଡୋଶୀ ମଧ୍ୟ ପ୍ରଦେଶରେ । ଟ୍ରେନ୍‌ରେ ଚାଲୁଥିବା ବେଳେ ହଠାତ୍‌ ସାପ ବାହାରିଥିଲା । ଆଉ ସାପ ଦେଖିବା ପରେ ଯିଏ ଯୁଆଡ଼େ ପାରିଲେ ସିଆଡେ ଧାଇଁଲେ । 

ଯାତ୍ରୀମାନେ ଟ୍ରେନ୍‌ରେ ଆରାମରେ ବସି ଯାତ୍ରା କରୁଥିଲେ, ହେଲେ ଏତିକି ବେଳେ ଟ୍ରେନ୍‌ରେ ଏକ ସାପ ଦେଖିବାକୁ ମିଳିଥିଲା । ତା’ପରେ ଟ୍ରେନ୍‌ରେ ଥିବା ଯାତ୍ରୀମାନେ କିଏ କୁଆଡ଼େ ଦୌଡ଼ିଥିଲେ ତା’ର କିଛି ଠିକ୍‌ଠିକଣା ନାହିଁ । ସୂଚନା ଅନୁସାରେ ଟ୍ରେନ୍‌ର ଉପର ବର୍ଥରେ ଲାଗିଥିବା ଲୁହା ଉପରେ ଏକ ଲମ୍ବା ସାପକୁ ଦେଖି ପ୍ରଥମେ ଯାତ୍ରୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ହେଲେ ସାପ ଟ୍ରେନ୍‌କୁ କେମିତି ଆସିଲା ? ତାହାର ଉତ୍ତର କେହି ପାଇନଥିଲେ । ଏମିତି ସେ ସାପ ବିଷାକ୍ତ କି ନୁହେଁ ଜାଣିବା ପୂର୍ବରୁ ଜୀବନ ବଂଚାଇବାକୁ କୋକୁଆ ଭୟ ସୃଷ୍ଟି ହୋଇଥିଲା । 

ମଧ୍ୟପ୍ରଦେଶର ଜବଲପୁରରୁ ମୁମ୍ବାଇ ଯାଉଥିବା ଗରିବ ରଥ ଏକ୍ସପ୍ରେସରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । କୋଚ ନମ୍ବର ଜି-୧୭ରେ ସାପର ଶବ୍ଦ ଶୁଣାଯାଇଥିଲା । ସାପର ଶଦ୍ଦ ଶୁଣି ଅନ୍ୟଙ୍କୁ ସଚେତନ କରାଇଥିଲେ ଜଣେ ଯାତ୍ରୀ । ବାସ୍‌ ଏହାପରେ ଚଳନ୍ତା ଟ୍ରେନ୍‌ରେ ଆତଙ୍କ ଖେଳିଯାଇଥିଲା । ପରେ ପରେ ରେଲୱେ କର୍ତ୍ତୃପକ୍ଷଙ୍କୁ ଏ ନେଇ ଅବଗତ କରାଯିବା ପରେ ସାପକୁ ସୁରକ୍ଷିତ ଟ୍ରେନ୍‌ରୁ ଉଦ୍ଧାର କରାଯାଇଥିଲା । ହେଲେ ସାପ କେମିତି ଟ୍ରେନ୍‌କୁ ପଶିଲା ତାହାର ତଦନ୍ତ ଚାଲୁଥିବା କୁହାଯାଇଛି । ହେଲେ ଏହି ଭିଡିଓ କିନ୍ତୁ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।
 

ପୁଷ୍ଟିକର
କଦଳୀ ଏବଂ କ୍ଷୀରକୁ ଏକାଠି ଖାଇବା ଦ୍ୱାରା ଶରୀରକୁ ଅନେକ ପୁଷ୍ଟିକର ଲାଭ ମିଳିଥାଏ
ଅର୍ଗସ ବ୍ୟୁରୋ: ଆମେ ଆଗରୁ ଜାଣିଛନ୍ତି ଯେ କ୍ଷୀର ଓ କଦଳୀ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହି ଦୁଇଟି ଏମିତି ଖାଦ୍ୟ ପଦାର୍ଥ ଯାହା ମିଶାଇକି ଖାଇଲେ ଶୀଘ୍ର ଓଜନ ବଢିଇବା ସ
HEALTH
କଲରା ସ୍ୱାସ୍ଥ୍ୟ ପାଇଁ ଭଲ ନା ଖରାପ ?
ଅର୍ଗସ ବ୍ୟୁରୋ: କଲରା ଖାଇବାକୁ କାହାକୁ ବି ଭଲ ଲାଗେ ନାହିଁ। ତଥାପି କଲରା ଖାଇବାକୁ ଘରେ ସମସ୍ତଙ୍କୁ ବାଧ୍ୟ କରନ୍ତି। କଲରା ମଧୁମେହ ରୋଗୀଙ୍କ ପାଇଁ ଏକ ଔଷଧ ଠାରୁ କମ
AMITABH BACHCHAN
ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ସହି ପାରିଲେନି ଅମିତାଭ
ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବିଶ୍ୱ ସୁନ୍ଦରୀ। ଗତ କିଛି ଦିନ ହେବ ଅଭିନେତ୍ରୀଙ୍କ ଲାଇଫରେ ଅନେକ କିଛି ଚାଲିଛି। ଜୁଆଡେ ବି ଯାଅ ସେହି ଗୋଟିଏ ପ୍ରଶ୍ନକୁ ନେଇ ଆଲୋଚନା। ସତର