ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ତୀବ୍ର ଉତ୍ତେଜନା 
by Argus News
Thu, Sep 12 | 9:24 p.m.

ନୂଆଦିଲ୍ଲୀ:  କର୍ଣ୍ଣାଟକାର ମାଣ୍ଡୟାରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ତୀବ୍ର ଉତ୍ତେଜନା। ଗଣେଶ ପେଣ୍ଡାଲ ଉପରକୁ ପଥର ମାଡ଼ ପରେ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ। ସିଏମ ସିଦ୍ଧରମେୟା ଘଟଣାକୁ ସାଧାରଣ କହିବା ପରେ ବର୍ଷିଲା ବିଜେପି। କହିଲା କଂଗ୍ରେସ ଶାସିତ ରାଜ୍ୟରେ ହିନ୍ଦୁ ଭଗବାନ ଓ ହିନ୍ଦୁଙ୍କୁ କରାଯାଉଛି ଅପମାନ।  ଏପରି ଘଟଣା କର୍ଣ୍ଣାଟକାର ମାଣ୍ଡୟାରେ ଘଟିଛି। ଉଭୟ ପକ୍ଷଙ୍କ ପଥର ମାଡ଼ରେ ଜଣେ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି।

ବୁଧବାର ରାତିରେ ନାଗମଙ୍ଗଳା ଟାଉନ୍‌ ଥାନା ଅଞ୍ଚଳରେ ଗଣେଶ ମୂର୍ତ୍ତି ବିସର୍ଜନ ନିମନ୍ତେ ଶୋଭାଯାତ୍ରା ବାହାରିଥିଲା। ଏହି ସମୟରେ ମୈସୁର ରୋଡରେ ପ୍ରୋସେସନ ଉପରକୁ ପଥର ମାଡ଼ ହୋଇଥିଲା। ଏପରିକି ସଂଘର୍ଷ ବେଳେ ଖଣ୍ଡା ବୁଲିଥିଲା। ଏହାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଦୋକାନ ବଜାରରେ ନିଆଁ ଲଗାଇ ଦେଇଥିଲେ। ଏଥିସହ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। ହିଂସା କ୍ରମଶଃ ଉଗ୍ର ରୂପ ଧାରଣ କରିବାରୁ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ପୁଲିସ୍‌ ସ୍ଥିତି ଉପରେ କଡ଼ା ନଜର ରଖିଥିବା ଜଣାଯାଇଛି।

ଏ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି, ସରକାର ଘଟଣା ଉପରେ ନଜର ରଖିଛନ୍ତି। ଏଯାଏଁ ୫୦ ଜଣଙ୍କୁ ଗିରଫ କରାଯାଇଛି। ଦୋଷୀଙ୍କ ବିରୋଧରେ କଠୋର ଆକ୍ସନ ନିଆଯିବ। ତେବେ ବିଜେପି ସିଦ୍ଧରମେୟା ସରକାରଙ୍କୁ କଡ଼ା ସମାଲାଚନା କରିଛି। ବିଜେପି ନେତ୍ରୀ କହିଚନ୍ତି କଂଗ୍ରେସ ହିନ୍ଦୁ ବିରୋଧୀ। ରାଜ୍ୟରେ ଭଗବାନ ଗଣେଶ ଓ ହିନ୍ଦୁଙ୍କୁ ଅପମାନିତ କରଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ସଧାରଣ ଘଟଣା କହିବା ନିନ୍ଦନୀୟ।  

ଅଧିକ ପଢନ୍ତୁ ଭାରତ ଖବର 

ଗୁଟଖା
36m ago
ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉ
ବ୍ରହ୍ମପୁର: ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉ। ଲକ୍ଷାଧିକ ଟଙ୍କାର ମେସିନ ଗୁଟଖା ଜବତ । ଗଂଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଉଁଶିଆପାଲ୍ଲୀରେ ଥିବା ନୀଳଚକ୍ର ପ୍ରଡକ୍ସନରେ ଦୀର୍
ହରିଲୁଟ
58m ago
ଚୂନ ମାରି ମିଳିମିଶି ଖାଇଗଲେ କୋଟି କୋଟି ଟଙ୍କା
ନୂଆପଡା: ଶିକ୍ଷାର ବିକାଶ ଲାଗି ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ଏଠି ନିମ୍ନମାନର ସାମଗ୍ରୀ ଯୋଗାଇ ମାଲେମାଲ୍ ଇଞ୍ଜିନିୟର୍ । ନୂଆପଡ଼ା ଜିଲ୍ଲାରୁ ଆସିଲ
ବନ ବିଭାଗ
ହାତୀ ମୃତ୍ୟୁ ଘଟଣାରେ  ବନ ବିଭାଗ କର୍ମଚାରୀଙ୍କୁ ଗିରଫ କଲା ବନ ବିଭାଗ
ବାଲେଶ୍ୱର: ବନ ବିଭାଗ କର୍ମଚାରୀଙ୍କୁ ଗିରଫ କଲା ବନ ବିଭାଗ। ହାତୀ ମୃତ୍ୟୁ ଘଟଣା ରେ ସୋର ରେଞ୍ଜ ଔପଦା ବେତେଇ ଫରେଷ୍ଟ ଗାର୍ଡ ପଦ୍ମଲୋଚନ ପାତ୍ର ସହ ୪ ସବୁଜ ବାହିନୀ କର୍ମଚାର