ଭିଡିଓ କଲରେ ପରିବାର ସହ କଥା ହେଲେ ବିରାଟ
by Argus News
Thu, Mar 28 | 7:06 p.m.

ଅର୍ଗସ ବ୍ୟୁରୋ: ସୋମବାର ଆଇପିଏଲ ୨୦୨୪ର ଷଷ୍ଠ ମ୍ୟାଚରେ ବିରାଟ କୋହଲି ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଏକ ଚମତ୍କାର ଇନିଂସ ଖେଳିଥିଲେ। ଏବଂ ତାଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା। ୧୧ ଚୌକା ଓ ଦୁଇଟି ଛକା ସହାୟତାରେ କୋହଲି ୪୯ ବଲରେ ୭୭ ରନ ସ୍କୋର କରିଥିଲେ। ମ୍ୟାଚ ପରେ କୋହଲି ପିତା ହେବାର କର୍ତ୍ତବ୍ୟ ପାଳନ କରିଥିଲେ। ଏବଂ ପଡ଼ିଆରୁ ଭିଡିଓ କଲରେ ସ୍ତ୍ରୀ ଅନୁଷ୍କା, ଝିଅ ଭାମିକା ଏବଂ କୁନି ପୁଅ ଅକାୟଙ୍କ ସହ କଥା ହୋଇଥିଲେ। 

ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା, ଝିଅ ଭାମିକା ଏବଂ ପୁଅ ଅକାୟଙ୍କ ସହ ଭିଡିଓ କଲରେ କଥା ହେଉଥିବା ଦେଖିବାକୁ ମିଳିଛି। ବିରାଟ ଆଉ ଧ୍ୟାନ ଦେଇ ନ ଥିଲେ ଯେ, ତାଙ୍କୁ କ୍ୟାମେରା ସବୁ ଦିଗରୁ କ୍ୟାପଚର କରୁଛି ଏବଂ ପିଲାମାନଙ୍କ ସହିତ ତାଙ୍କ ଖୁସିର ମୁହୂର୍ତ୍ତର କଥାବାର୍ତ୍ତା ହେଉଥିବାର ଦେଖାଯାଇଥିଲା। ଏହି ସମୟରେ ଭିଡିଓରେ ଦେଖାଯାଇଥିଲା ଯେ, ନିଜ କୁନି ପୁଅ ଏବଂ ଝିଅକୁ ହସେଇବା ପାଇଁ ବିରାଟ ନାନା ପ୍ରକାର ଫେସ ଏକ୍ସପ୍ରେସନ ଦେଇ ହସାଉଥିଲେ। ଏହି ମୋମେଣ୍ଟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫ୍ୟାନମାନଙ୍କୁ ଏହି ଭିଡିଓ ଖୁବ ଭଲ ଲାଗିଛି। 

ଫ୍ୟାନମାନେ ଷ୍ଟାର କ୍ରିକେଟରଙ୍କ ଉପରେ ସେମାନଙ୍କର ଭଲ ପାଇବା ଦେଇଥିବାରୁ ତାଙ୍କ ପର୍ସନାଲ ଲାଇଫର ଭିଡିଓ ଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହୋଇ ନ ଥିଲା। ଫ୍ୟାନମାନେ ଚାହୁଁଥିଲେ କିଙ୍ଗ କୋହଲି ତାଙ୍କ ଫ୍ୟାମିଲି ସହ କ୍ବାଲିଟି ଟାଇମ ବିତାନ୍ତୁ। ଜଣେ ୟୁଜର୍ସ ଲେଖିଥିଲେ କୋହଲିଙ୍କ ଜୀବନର ମିଠା ମୁହୂର୍ତ୍ତ। ଆଉ ଜଣେ ୟୁଜର୍ସ ଲେଖିଥିଲେ ଆମ କିଙ୍ଗ ତାଙ୍କ ପରିବାର ପ୍ରାଥମିକତାକୁ ଭଲ ଭାବେ ଜାଣିଛନ୍ତି। ସତରେ ଲେଜେଣ୍ଡ ଷ୍ଟାର। 

ବିରାଟଙ୍କ ମଜାକ ଉଡ଼ାଇବାରୁ ରାଗିଗଲେ RCB ଫ୍ୟାନ

ଫେବୃଆରୀ 15 ରେ ବିରାଟ ଏବଂ ଅନୁଷ୍କା ସେମାନଙ୍କର ଦ୍ୱିତୀୟ ସନ୍ତାନ ଅକାୟଙ୍କୁ ସ୍ୱାଗତ କରିଥିଲେ ଏବଂ ଦମ୍ପତି ଏହାକୁ ଏକ ସୋସିଆଲ ମିଡିଆରେ ଏକ ନୋଟ ଶେୟାର କରିଥିଲେ ସେ କହିଥିଲେ  ଆମେ ଭାଗ୍ୟବାନ ଯେ, 15 ଫେବୃଆରୀରେ ଆମେ ଆମ ପୁଅ ଅକାୟ ଏବଂ ଭାମିକାର ସାନ ଭାଇକୁ ଏହି ସୁନ୍ଦର ଦୁନିଆକୁ ସ୍ବାଗତ କରିଥିଲୁ। ଆମ ଜୀବନର ଏହି ସୁନ୍ଦର ସମୟରେ ଆମେ ଆପଣଙ୍କ ଆଶୀର୍ବାଦ ଏବଂ ଶୁଭକାମନା ହିଁ ଚାହୁଁଛୁ। ଏହି ସମୟରେ ଆମର ଗୋପନୀୟତାକୁ ଦୟାକରି ସମ୍ମାନ କରିବାକୁ ଆପଣଙ୍କୁ ଅନୁରୋଧ କରୁଛୁ ବୋଲି ଅନୁଷ୍କା ବିରାଟ ଲେଖିଥିଲେ। 

ତାମିଲନାଡ଼ୁ
22m ago
ତାମିଲନାଡ଼ୁ ବାଣ କାରଖାନାରେ ବିସ୍ଫୋରଣ: ୮ ମୃତ
ଅର୍ଗସ ବ୍ୟୁରୋ: ତାମିଲନାଡୁର ଶିବକାଶୀରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୫ ଜଣ ମହିଳାଙ୍କ ସମେତ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ଆ
ମ୍ୟାଚ ହାରିବା ପରେ
36m ago
ମ୍ୟାଚ ହାରିବା ପରେ ରାହୁଲଙ୍କ ଉପରେ ରାଗିଗଲେ LSG ମାଲିକ ସଞ୍ଜୀବ ଗୋଏଙ୍କା: ଭିଡିଓ ଭାଇରାଲ
ଅର୍ଗସ ବ୍ୟୁରୋ: ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ମ୍ୟାଚ ପରେ ଏକ ବିବାଦ ସାମ୍ନାକୁ ଆସିଛି। ଯାହା କ୍ରିକେଟ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି
ଆସନ୍ତାକାଲି
ଆସନ୍ତାକାଲି ଅକ୍ଷୟ ତୃତୀୟା, ସୁନା କିଣିବା ପୂର୍ବରୁ ଜାଣିନିଅନ୍ତୁ କେତେ ଅଛି ଦାମ
ଅର୍ଗସ ବ୍ୟୁରୋ: ଆସନ୍ତା କାଲି ହେଉଛି ଅକ୍ଷୟତୃତୀୟା। ଓଡ଼ିଆ ମାନଙ୍କର ଏକ ବଡ଼ ପର୍ବ। ଏହି ଦିନ ରଥ କାଠ ଅନୁକୂଳ ହୁଏ। ସୁନା କିଣିବାକୁ ଭାରତୀୟମାନେ ଭାବପ୍ରବଣ ହୋଇଥାନ୍ତି। ଆମର ଏକ ପରମ୍ପର