ପ୍ରଚାର ମଇଦାନକୁ କେବେ ଓହ୍ଲାଇବେ ପାଣ୍ଡିଆନ ?
by Argus News
Wed, Apr 03 | 3:51 p.m.

ଅର୍ଗସ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହୋଇସାରିଲାଣି, ପ୍ରାର୍ଥୀଙ୍କ ନାଁ ବି ଡିକଲାର ହେଲାଣି । ଖାସ୍‌ କରି ଶାସକ ଦଳ ବିଜେଡି କାହାକୁ କେଉଁଠି ପ୍ରାର୍ଥୀ କରିଛି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର । କାରଣ ବିଜେଡି ପ୍ରଚାର ମଙ୍ଗ ଏବେ ପାଣ୍ଡିଆନ ଧରିବେ କି ନାହିଁ ସେନେଇ ଏବେଠୁ ଜୋରଦାର ଚର୍ଚ୍ଚା ଚାଲିଛି । କାରଣ ଗତକିଛି ଦିନ ହେବ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଯେମିତି ଭାବରେ ଜିଲ୍ଲାୱାରୀ ଗସ୍ତ କରୁଥିଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ ଏଥର ବିଜେଡି ଲାଗି ପ୍ରଚାର କରିବେ ପାଣ୍ଡିଆନ । ହେଲେ ମଇଦାନକୁ କେବେ ଓହ୍ଲାଇବେ ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରିଲାଣି । 

ଓଡ଼ିଆଙ୍କ ଭାବାବେଗ ସହ ପାଣ୍ଡିଆନଙ୍କର ସମ୍ପର୍କ ନାହିଁ । ଯଦି ଥାଆନ୍ତା ତାହେଲେ ଓଡ଼ିଆଙ୍କୁ ଏମିତି ହତାଦାର କିଆଁ କରିଥାଆନ୍ତେ ? ଏଇ ଯେମିତି ଉତ୍କଳ ଦିବସରେ ବାର୍ତ୍ତା ଦେଇ କାମ ସାରିଦେଲେ ମୁଖ୍ୟମନ୍ତ୍ରୀ । ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋ ବୁଲିଲେ ପାଣ୍ଡିଆନ୍ । ବିଶେଷଜ୍ଞଙ୍କ ପ୍ରଶ୍ନ, ପ୍ରଚାର ମୈଦାନକୁ ଓହ୍ଲାଇବେ ନା ଦୂରେଇ ରହିବେ ସରକାର ଓ ଶାସକ ଦଳକୁ ହାତମୁଠାରେ ରଖିଥିବା ପାଣ୍ଡିଆନ ? 

ମିଳିଥିବା ସୂଚନା ଅନୁସାରେ, ଉତ୍କଳ ଦିବସରେ ଭିଡିଓ ବାର୍ତ୍ତା ଦେଇ କାମ ସାରିଦେଇଥିଲେ ୨୪ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଠିକ୍ ସେହିଦିନ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀରେ ପହଞ୍ଚିଗଲେ ପାଣ୍ଡିଆନ୍ ।  ଉତ୍କଳମଣିଙ୍କୁ ଶ୍ରଦ୍ଧା ସୁମନ ବି ଦେଲେ । ହେଲେ ଗଲେନାହିଁ ପଞ୍ଚଶଖାଙ୍କ କର୍ମଭୂମୀ ବକୁଳବନ । ସ୍ଥାନୀୟ ଲୋକେ କହିଲେ ଓଡ଼ିଆ ଭାବବେଗ ସହ ନାହିଁ ସଂପର୍କ।  ସରକାର ଓ ବିଜେଡି ଉଭୟକୁ ଚଲାଉଥିବା ପାଣ୍ଡିଆନ୍ ନିଜ ଭାବମୂର୍ତ୍ତୀକୁ ସଜାଡିବାକୁ ଆଗଭର। ହେଲେ ସିଧାସଳଖ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଡରୁଛନ୍ତି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜନୈତିକ ବିଶ୍ଲେଷକ । 

ସେପଟେ ଓଡ଼ିଶାରେ ନବୀନଙ୍କ ଲୋକପ୍ରିୟତା କ୍ରମାଗତ ଭାବେ ହ୍ରାସ ପାଉଛି । ଇଣ୍ଡିଆ ଟୁଡେର ସର୍ଭେ ଅନୁସାରେ ଅଢେଇ ବର୍ଷରେ ନବୀନଙ୍କ ଲୋକପ୍ରିୟତା ପ୍ରାୟ ୨୫ ପ୍ରତିଶତ ହ୍ରାସ ପାଇଛି । ସେହିଭଳି ବିଭିନ୍ନ ସର୍ଭେ କହୁଛି  ଓଡ଼ିଶାରେ ବିଜେପିର ସିଟ୍ ସଂଖ୍ୟା ଓ ଭୋଟ ପ୍ରତିଶତ ବଢୁଛି। ସେପଟେ ମୁଖିଆଙ୍କ ପ୍ରତିନିଧି ହୋଇ ବୁଲିବା ପାଣ଼୍ଡିଆନଙ୍କ ପାଇଁ ବୁମେରାଂ ହୋଇଥିବା ଏକ୍ସପର୍ଟ ମାନେ କହିଛନ୍ତି । ଏହି କାରଣରୁ ବିଜେଡି ପୋଷ୍ଟରରୁ ହଟିଯାଇଥିଲା ପାଣ୍ଡିଆନଙ୍କ ଫଟୋ । ତେବେ ସମୟ କହିବ କେବେ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି ପାଣ୍ଡିଆନ ।
 

ଆଜିଠାରୁ ଏକମାସ
38m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
59m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି