ଘରେ ଵଳକା ଦହି ରହିଯାଇଥିଲେ ଏହାକୁ ନଷ୍ଟ କରିବା ଉଚିତ୍ ନୁହେଁ
by Argus News
Wed, Apr 24 | 1:13 p.m.

ଅର୍ଗସ ବ୍ୟୁରୋ: ସମସ୍ତେ ଦହି ଖାଇଵାକୁ ପସନ୍ଦ କରିଥାନ୍ତି । ଘରେ କିଛି ଵଳକା ଦହି ରହିଯାଇଥାଏ ତେବେ ଏହାକୁ ନଷ୍ଟ କରିବା ଉଚିତ୍ ନୁହେଁ, ଏହାକୁ କିଛି ଉପାୟରେ ବ୍ୟବହାର କରନ୍ତୁ, ଖାଇଵା ,ଚର୍ମ ଏବଂ କେଶ ମଧ୍ୟ ସୁସ୍ଥ ରହିବ ।
ଦହି ଖାଇବା ଦ୍ଵାରା ସ୍ୱାସ୍ଥ୍ୟରେ ଅନେକ ପରିଵର୍ତ୍ତନ ହୋଇଥାଏ ।କାରଣ ଏହାର ବ୍ୟବହାର ହାଡକୁ ମଜବୁତ କରିଥାଏ  ଶରୀରରେ କ୍ୟାଲସିୟମର ଅଭାବ ରହିନଥାଏ । କିଛି ଲୋକ ପ୍ରତିଦିନ ଦହି  ଖାଇବାକୁ ପସନ୍ଦ କରନ୍ତି ।

ସକାଳେ ଏବଂ ରାତିରେ ଦହି ଖାଇବାକୁ ପସନ୍ଦ କରିଥାନ୍ତି । କିଛି ଲୋକ ବଜାରରୁ ଦହି କିଣୁଥିବାବେଳେ ଅନେକ ଲୋକ ଘରେ ଦହି ପ୍ରସ୍ତୁତ କରିବାକୁ ପସନ୍ଦ କରନ୍ତି । ଅନେକ ସମୟରେ ଅଧିକ ପରିମାଣରେ ଦହି ଗଚ୍ଛିତ ରଖିବା ହେତୁ ଏହା ଅନେକ ଦିନ ଫ୍ରିଜରେ ରହିଥାଏ । ଚିନି ଏବଂ ଲୁଣ ସହିତ ଖାଇବା ମଧ୍ୟ ଆପଣଙ୍କୁ ବିରକ୍ତ ଲାଗେ ତାସହ କିଛି ଦିନ ରହିଲେ ତାହା ଖଟା ହୋଇଯାଏ । ତେଵେ ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣ ବିଭିନ୍ନ ଉପାୟରେ ଦହିକୁ ବ୍ୟବହାର କରିପାରିବେ । 

ଅବଶିଷ୍ଟ ଦହି କିପରି ବ୍ୟବହାର କରିବେ 
ଯଦି ଆପଣଙ୍କର ଵଳକା ଅଧିକ ଦହି ରହିଛି ତେଵେ ଏହାକୁ କିପରି ବ୍ୟବହାର କରାଯିଵ ତେବେ ଆପଣ ଏଥିରୁ ବଟରମିଲ୍କ, ତରକାରୀ, ଦହି ଆଳୁ ଇତ୍ୟାଦି ତିଆରି କରିପାରିବେ ।

ଆପଣ ଏହି ଦହିକୁ ସ୍ଲୁଇଟିରେ ବ୍ୟବହାର କରିପାରିବେ । ତେବେ କିଛି ଫଳ, ବରଫ କ୍ୟୁବ୍, ମହୁ ଏବଂ କଦଳୀ ମିଶାଇ ଏକ ସ୍ବାଦଯୁକ୍ତ ଖାଇଵା ପ୍ରସ୍ତୁତ କରି ଏହାକୁ ଖାଆନ୍ତୁ ।

ଆପଣ ମରିନାଡ ପାଇଁ ଦହି ମଧ୍ୟ ବ୍ୟବହାର କରିପାରିବେ । ଅନେକ ଅଣ-ଭେଜ୍ ଆଇଟମ୍ ତିଆରି କରିବାକୁ, ସେଗୁଡିକ ଦହିରେ ମାରିନେଟ୍ କରାଯାଏ । ଯଦି ଆପଣ ମାଂସ ଏବଂ ମାଛ ଖାଆନ୍ତି, ତେବେ କୌଣସି ରେସିପି ପ୍ରସ୍ତୁତ କରନ୍ତୁ ଯାହାକି ଦହି ସହିତ ମରିନାଡ ଆବଶ୍ୟକ

ଯଦି ଆପଣ ସାଲାଡ ଖାଇବାକୁ ପସନ୍ଦ କରନ୍ତି  ତେବେ ଆପଣ ସାଲାଡରେ ଦହି ମିଶାଇ  ମଧ୍ୟ କରିପାରିବେ । ଏଥିପାଇଁ ଆପଣ ଅଲିଭ୍ ତେଲ, କିଛି କଟା ରସୁଣ ଏବଂ ଲେମ୍ବୁ ରସକୁ ଦହିରେ ମିଶାଇ ପାରିବେ ।
ଆପଣ ଅବଶିଷ୍ଟ ଦହିକୁ ସ୍ନାକ୍ସ, ରୁଟିରେ ଖାଇପାରିଵେ ଏଥିପାଇଁ ରସୁଣକୁ ଭାଜନ୍ତୁ କିଛି ମସଲା,ଏବଂ କିଛି ହଳଦୀକୁ ଦହିରେ ମିଶାନ୍ତୁ । ଏହାକୁ ଭଲ ଭାବରେ ମିଶାନ୍ତୁ  ଆପଣ ଏହାକୁ ଯେକୌଣସି ସ୍ନାକ୍ସ, ରୁଟିରେ ଇତ୍ୟାଦିରେ ବୁଡ଼ାଇ ଖାଇପାରିବେ । 

ଯେତେବେଳେ ଅବଶିଷ୍ଟ ଦହି  ଟିକେ ଖଟା ହୋଇଯାଏ ଆପଣ ଏଥିରୁ ଲସି ତିଆରି କରିପାରିବେ । ଦହିରେ କିଛି ପାଣି, ଚିନି, ଗୋଲାପ ପାଣି ମିଶାଇ ଏହାକୁ ଏକ ମିକ୍ସର୍ରେ ମିକ୍ସ କରି ପିଅନ୍ତୁ । ଏହାକୁ ପିଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିବ 

ଦହିରୁ ଏକ ଫେସ୍ ମାସ୍କ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁରେ ଲଗାନ୍ତୁ । ଚର୍ମରେ ଦହି ଲଗାଇବା ଦ୍ୱାରା ଚର୍ମ ସଫା ହୋଇଥାଏ  ପିଗମେଣ୍ଟେସନ୍ ଏବଂ ଦାଗ କମିଯାଏ ତାହା ସହ ଚର୍ମ କୋମଳ ରହିଥାଏ । 

ଆପଣ  ଦହିରୁ ଏକ ହେୟାର ମାସ୍କ ତିଆରି କରି ଏହାକୁ ନିଜ କେଶରେ ଲଗାଇ ପାରିବେ । ଏହା କେଶକୁ ସମ୍ପୂର୍ଣ୍ଣ ପୋଷଣ ଯୋଗାଇବ ସହ ଦହି ଏକ ପ୍ରାକୃତିକ କଣ୍ଡିସନର ଭାବରେ କାମ କରେ । 
 

MODI
19m ago
ପୁଣି ଓଡ଼ିଶାରେ ମୋଦି ଧମାକା
ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶାରେ ମୋଦି ଧମାକା । ଆଜି ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ଅଭିମୁଖେ ଗଲେ ପ୍ରଧାନମନ୍ତ୍ରୀ । ଆଉ କିଛି ସମୟ ପରେ ପୁରୀରେ ପହଞ୍ଚିବେ ମୋଦି
CYCLONE ALERT
33m ago
ପୁଣି ଓଡ଼ିଶାକୁ ବାତ୍ୟା ଭୟ, ବଙ୍ଗୋପସାଗରରେ ବାନ୍ଧୁଛିଦାନା
ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶାକୁ ଭୟ ଦେଖାଇଲାଣି ବାତ୍ୟା । ଆସନ୍ତା ୨୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃ‌ଷ୍ଟି ହୋଇପାରେ ବାତ୍ୟା । ଏହା ଉତ୍ତର-ପୂର୍ବ ଦିଗରେ ଗତ
LOK SABHA POLLS
49m ago
ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ : ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ । ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନରେ ହେବ ଭୋଟଗ୍ରହଣ । ଉତ୍ତରପ୍ରଦେଶର ୧୪ ସିଟ୍, ମହାରାଷ୍ଟ୍ର ୧୩ଟି ସିଟ୍