ବର୍ଷା ଆସିଲେ ମନେ ପଡେ ସାଧବ ବୋହୂ...
by Argus News
Mon, Jul 08 | 11:19 a.m.

ଭୁବନେଶ୍ୱର: ବର୍ଷା ଆସିଲେ ଆସେ ସାଧବ ବୋହୁ।  ମାଟିରେ ତାର କୁନି କୁନି ପାଦରେ ଠୁକୁଠୁକୁ ହୋଇ ଚାଲେ ଲାଲ ରଙ୍ଗର ଟୁକଟୁକୁ  ସାଧବ ବୋହୁ।  ଭାରି ଭଲ ଲାଗେ ତାକୁ  ମାଟିରୁ ଉଠାଇ  ହାତ ପାପୁଲିରେ ଚଲାଇବାକୁ। ତାର ପିଠିକୁ ଆଉଁସିବାକୁ। ତା ସହ ଲାଗିବାକୁ .. ନା ଅଛି ସେ ସମୟ .. ନା ଅଛି ସେ.. ଆଜି ବି ବର୍ଷା ହେଉଛି.. ମାଟି ଭିଜୁଛି.. ହେଲେ ଆସୁନ ଆଉ ସାଧବ ବୋହୁ..  ମାଟିରେ ପଡୁନି ତାର ପାଦ ଚିହ୍ନ। ସମସ୍ତେ ତା ବିଷୟରେ କଥା କୁହନ୍ତି, ଭଲ ପାଆନ୍ତି ପ୍ରଶଂସା କରନ୍ତି  । କିନ୍ତୁ ସେମାନଙ୍କ ଅସ୍ତିତ୍ବ ଆଜି ସଙ୍କଟରେ ।  ଏ ସୌଖିନ କୀଟ ସାଧବ ବୋହୁ ବିଲୁପ୍ତ ହେବାକୁ ବସିଲାଣି। ରାସାୟନିକ ସାର ଓ କୀଟନାଶକ ଯୋଗୁଁ ଲୋପାପାଉଛି ବଂଶ ।  କୁଆଡେ  ଗଲା ସାଧବ ବୋହୁ.. ଆଜି ବି ମେନ ପଡେ... 

କେହି କେହି  ସାଧବ ବୋହୁଙ୍କୁ ପାଟପୋକ କହନ୍ତି |  ମୌସୁମୀ ଆସିଲେ ସେ ଆସେ । କୁହାଯାଏ   ସାଧବ ବୋହୁ କାଳେ ରଥଯାତ୍ରା ଦେଖିବାକୁ ଆସେ।  କିନ୍ତୁ ଆଉ ଦେଖିବାକୁ ମିଳୁନି ସାଧବ ବୋହୁ।  ଏବେ ପରିବେଶ ଆଉ ପାଣିପାଗ ବଦଳିଛି |  ତେବେ  ଆସନ୍ତୁ ଜାଣିବା ଏମାନେ କେତେଦିନ ବଞ୍ଚନ୍ତି ଆଉ କଣ କହୁଛି ବିଜ୍ଞାନ ଓ ଗବେଷଣା ରଜ ସଙ୍କ୍ରାନ୍ତି ଦିନ କୁଆଁରୀମାନେ ଏମାନଙ୍କୁ ସଂଗ୍ରହ କରିଥାନ୍ତି ଓ ଭଲ ବର୍ଷା ପାଇଁ ପୂଜା କରିଥାନ୍ତି । ହାତକୁ ଭେଲଭେଟ ପରି ଲାଗିଥାଏ ସାଧବ ବୋହୁ..  ଦେଖିଲେ ଭାରି ଖୁସି ଲାଗେ।..  କିନ୍ତୁ ଆଉ ଆସୁନି ସାଧବୋହୁ.. ତାକୁ ଝୁରୁଛି ଆସାଢର ପ୍ରଥମ ବର୍ଷା..  
ଅଧିକ ଦେଖନ୍ତୁ : 

INCIDENT
37m ago
ବିଶ୍ୱବିଦ୍ୟାଳୟ ରାଗିଂ, ୧୭ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ
ଅର୍ଗସ ବ୍ୟୁରୋ: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରାଗିଂ ଘଟଣା । ଶୃଙ୍ଖଳା କମିଟିର ତଦନ୍ତ ପରେ ୧୭ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ସଂପୃକ୍
ମୁଖ୍ୟମନ୍ତ୍ରୀ
ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଦିଲ୍ଲୀରେ ମାଓ ମୁକାବିଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ଅଧ୍ୟକ୍ଷତାରେ ବସିବାକୁ ଥିବ
ବେଆଇନ ମଦ
ବେଆଇନ ମଦ ବିରୋଧରେ ଶହଶହ ମହିଳାଙ୍କ ରାଲି
ଅର୍ଗସ ବ୍ୟୁରୋ : ବେଆଇନ ମଦ ବିରୋଧରେ ଗର୍ଜିଲେ ବରଗଡ଼ ସଦର ଖଲିଆପାଲି ଗାଁ ସ୍କୁଲ ପଡ଼ାର ଶହ ଶହ ମହିଳା । ଗାଁରେ ନିଶା ବନ୍ଦ୍ ଦାବି ନେଇ ହାତରେ ପ୍ଲାଗ କାର୍ଡ ଧରି ମହିଳାଙ୍କ ରାଲି।