ମେହେନ୍ଦିର ବ୍ୟବହାର, ଜାଣନ୍ତି କି ଏହା କେତେ କ୍ଷତିକାରକ ...
by Argus News
Tue, May 07 | 3:25 p.m.

ଅର୍ଗସ ବ୍ୟୁରୋ: ସମସ୍ତେ ଚାହାଁନ୍ତି ନିଜର କେଶ ସୁନ୍ଦର ଦେଖାଯାଉ । ଆଉ ସମସ୍ତେ କେଶକୁ ସୁନ୍ଦର ଏବଂ କଳା କରିବା ପାଇଁ ମେହେନ୍ଦି ବ୍ୟବହାର କରନ୍ତି । ଆଜିକାଲି ଅନେକ ଲୋକ ଧଳା କେଶକୁ କଳା କରିବା ପାଇଁ ହେନା ମେହେନ୍ଦି ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏହା ମଧ୍ୟ କ୍ଷତିକାରକ ହୋଇପାରେ। କିଛି ଲୋକଙ୍କ ପାଇଁ ହେନା ବ୍ୟବହାର କରିବା ଦ୍ୱାରା କ୍ଷତି ହୋଇପାରେ । ହେନାର ମେହେନ୍ଦି କେଶରେ ଲଗାଇଵା ଏକ ପୁରାତନ ପ୍ରକ୍ରିୟା ହେଲେବି ଏହା ସମସ୍ତଙ୍କୁ ପସନ୍ଦ କିନ୍ତୁ ଆପଣ ଜାଣନ୍ତି କି ଏହା ସମସ୍ତଙ୍କ ପାଇଁ ଭଲ ନୁହେଁ । ହେନା ବ୍ୟବହାର କରିବାର ଅନେକ ଅସୁବିଧା ହୋଇପାରେ, ଯେଉଁମାନଙ୍କ ମଧ୍ୟରୁ କେତେକ ବିଶେଷ ଭାବରେ ଯତ୍ନବାନ ହେବା ଉଚିତ । ତେବେ ଆସନ୍ତୁ ଜାଣିବା କିଏ କେଶରେ ହେନା ଲଗାଇବା ଉଚିତ୍ ନୁହେଁ 

କେଶରେ ହେନା ପ୍ରୟୋଗ କରିବାର ଅସୁବିଧା :-
ତ୍ୱଚା ସମସ୍ୟା :- ଯଦି ଆପଣଙ୍କର ତ୍ୱଚାରେ କୌଣସି ପ୍ରକାରର ସମସ୍ୟା ଅଛି ଯେପରିକି ଡାଣ୍ଡ୍ରଫ୍ କିମ୍ବା ଚର୍ମ ଆଲର୍ଜିଥାଏ ତେବେ ହେନା ବ୍ୟବହାର କରିବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ।ଏହା ଆପଣଙ୍କ ତ୍ୱଚାକୁ ଅଧିକ କ୍ଷତି ପହଞ୍ଚାଇପାରେ ।

କେମିକାଲ ଚିକିତ୍ସା ପରେ :-ଯଦି ଆପଣ କିଛି ଦିନ ମଧ୍ୟରେ କେଶକୁ ରଙ୍ଗ କିମ୍ବା ସିଧା କରିବା କାର୍ଯ୍ୟ କରିଛନ୍ତି ତେବେ ହେନା ମେହେନ୍ଦି ବ୍ୟବହାର କରନ୍ତୁ ନାହିଁ । ଏହା ଆପଣଙ୍କ କେଶକୁ ଅଧିକ କ୍ଷତି ପହଞ୍ଚାଇପାରେ ଏବଂ କେଶ ଦୁର୍ବଳତା କରିଦେବ । 

ଧୂସର କେଶ ପାଇଁ :- ଯଦି ତୁମର କେଶ ଧୂସର ତେବେ ହେନା ବ୍ୟବହାର କରନ୍ତୁ ନାହିଁ । ଧୂସର କେଶ ରଙ୍ଗ କରିବାରେ ହେନା ସହାୟକ ହୁଏ ନାହିଁ ବରଂ ଏହାକୁ ଅଧିକ ଗାଢା କରିଦେବ । 

କେମୋଥେରାପି :-
କେମୋଥେରାପି କିମ୍ବା ବିକିରଣ ପରେ ତ୍ୱଚା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଯାଏ । ଏହି ସମୟରେ ହେନା ବ୍ୟବହାର କରିବା ଆପଣଙ୍କ ପାଇଁ ବିପଜ୍ଜନକ ହୋଇପାରେ କାରଣ ଏହା ଆପଣଙ୍କ ତ୍ୱଚା କୋମଳ ଥାଏ ସେଥିପାଇଁ ଅଧିକ ଅସୁବିଧା ହୋଇଥାଏ । 

ଅଧିକ ପଢନ୍ତୁ ଭାରତ ଖବର 

PM
29m ago
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ
VOTE
54m ago
ସକାଳ ୯ଟା ସୁଦ୍ଧା ୬.୯୯% ମତଦାନ
ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି । ୫ ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ
PM
ଶେଷ ହେଲା ପୁରୀ ରୋଡ଼ ସୋ', ଏବେ ଅନୁଗୁଳରେ କରିବେ ସାଧାରଣ ସଭା
ଅର୍ଗସ ବ୍ୟୁରୋ : ସରିଲା ମୋଦିଙ୍କ ବିଶାଳ ରୋଡ଼ ସୋ' । ମରିଚକୋଟରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ' ମେଡିକାଲ ଛକରେ ଶେଷ ହୋଇଛି । ଏହି ରୋଡ଼ ସୋ ରେ ସମଗ୍ର ବଡ଼ଦାଣ୍ଡ ପାଲଟିଥିଲ