ଛିଡା ହେବା ସମୟରେ ପାଣି ପିଇବା କାହାଁକି ଉଚିତ୍ ନୁହେଁ ?
by Argus News
Wed, Dec 11 | 4:46 p.m.


ଅର୍ଗସ ବ୍ୟୁରୋ: ମଣିଷ ଜୀବନରେ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପାଣି ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ । ଏହାକୁ ପିଇବା ଦ୍ଵାରା ଶରୀର ଅନେକ ରୋଗ ମଧ୍ୟ ଭଲ ହୋଇଥାଏ । କିନ୍ତୁ ଅନେକ ଲୋକଙ୍କର ଠିଆ ହୋଇ ପାଣି ପିଇବା ଅଭ୍ୟାସ ଥାଏ । କେହି କେହି କମାର ଵ୍ୟସ୍ତତା ଭିରରେ ହେଉ କିମ୍ଵା ଆଳସ୍ୟ ମନେ କରି ହେଉ ଏହି ପରି ଭୂଲ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ? ଠିଆ ହେବା ସମୟରେ ହେଉ କିମ୍ଵା ଚାଲିବା ସମୟରେ ପାଣି ପିଇବା ଦ୍ଵାରା କଣ କ୍ଷତି ହୋଇଥାଏ । 

ଏହା ସ୍ୟାସ୍ଥ ପାଇଁ ବହୁତ କ୍ଷତି କାରକ ହୋଇଥାଏ । ବିଶେଷ କରି ଏହା ଯକୃତକୁ ପ୍ରଭାବିତ କରିଥାଏ । ସେଥିପାଇଁ ଛିଡା ହେବା ସମୟରେ ପାଣିଁ ପିଇବା ପରିବର୍ତ୍ତେ ବସିବା ସମୟରେ ଏହାକୁ ପିଇବା ଭଳ ବୋଲି କୁହାଯାଏ । 

ଛିଡା ହେବା ସମୟରେ ପାଣି ପିଇବା କାହାଁକି ଉଚିତ୍ ନୁହେଁ ?

ଏହି ସମୟରେ ପାଣି ପିଇବା ଦ୍ଵାରା ବ୍ୟକ୍ତିର ଶୋଷ ମେଣ୍ଟି ନଥାଏ ଏବଂ ଦ୍ଵିତରୟରେ ଏହା ଶରୀରର ଅନକ ଗୁରୁତ୍ଵପୂଣ୍ଣ ଅଙ୍ଗକୁ ପ୍ରଭାବିର କରିଥାଏ । ଯେତେବେଳେ ଆମେ ଠିଆ ହେବା ସମୟରେ ପାଣି ପିଉ ଏହା ଆମ ପେଟ ଉପରେ ଚାପ ପକାଇଥାଏ । ଏବଂ ପାଣି ଏସୋଫ୍ୟାଗସ ମାଧ୍ୟମରେ ଚାପ ସହିତ ସିଧାସଳଖ ପେଟରେ ପହଚିଂ ଏହା ପେଟ ଏଵଂ ପେଟର ଚାରି ପାଖ ଓ ହଜମ ପ୍ରକ୍ରିୟାକୁ କ୍ଷତି ପହଚାଂଇଥାଏ । 

କଣ ପାଇଁ ବସିକି ପଣି ପିଇବା ଉଚିତ୍ ? 

ଜଳ ବିନା ଜୀବନ ପରିକଳ୍ପନା ଅସମ୍ଭବ । ମାତ୍ର ଖରା ଦିନେ ଶରୀର ଅଧିକ ଜଳ ଆବଶ୍ୟକ କରେ । ଗ୍ରୀଷ୍ମ ଋତୁରେ ପ୍ରତି 10-20 ମିନିଟରେ ଜଣେ ଶୋଷିଲା ଅନୁଭବ କରିଥାଏ । କାରଣ ପ୍ରଚଣ୍ଡ ଖରା ଯୋଗୁଁ ଦେହର ଜଳୀୟ ଅଂଶ କମିଯାଇଥାଏ । କିନ୍ତୁ ଆପଣ ଜାଣନ୍ତି କି ପାଣି ପିଇବାର ମଧ୍ୟ ଏକ ଶୈଳୀ ଅଛି, ଯଦି ଆପଣ ଭୁଲ ଉପାୟରେ ପାଣି ପିଅନ୍ତି, ତେବେ ପାଣି ପିଇବାର ଉପକାରିତା ଠାରୁ ଅପକାରିତା ଅଧିକ ହେବ । କିଛି ଲୋକ ଅଛନ୍ତି ଠିଆ ହୋଇ ପାଣି ପିଇବା ପସନ୍ଦ କରିଥାଆନ୍ତି । କିନ୍ତୁ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏକ୍ସପର୍ଟଙ୍କ କହିବାନୁସାରେ, ଠିଆ ହୋଇ ପାଣି ପିଇବା ଦ୍ବାରା କିଡନୀ ସମସ୍ୟା ହୋଇପାରେ ।

ଠିଆ ହୋଇ ପାଣି ପିଇବା ଦ୍ଵାରା ଏହି କ୍ଷତି ହୋଇଥାଏ

କିଡନୀ ସମସ୍ୟା:- ଛିଡା ହୋଇଥିବା ସମୟରେ ପାଣି ପିଇବା ଦ୍ୱାରା କିଡନୀ ରୋଗ ହେବାର ଆଶଙ୍କା ବଢିଯାଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣ କିଡନୀ ରୋଗରେ ପୀଡିତ ଅଛନ୍ତି, ତେବେ ଆପଣ ଠିଆ ହେବା ସମୟରେ ପାଣି ପିଇବା ଉଚିତ୍ ନୁହେଁ କାରଣ ଏହା ଆପଣଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଥାଏ । ଠିଆ ହୋଇ ପାଣି ପିଇବା ଦ୍ବାରା କିଡନୀ ନଷ୍ଟ ହୋଇଯିବାର ସମ୍ଭାବନା ଅଧିକ ରହିଥାଏ ବୋଲି ଏକ ରିସର୍ଚ୍ଚରେ ଜଣାପଡିଛି । ସେଥିପାଇଁ ପାଣି ପିଇବା ସମୟରେ ଆରାମରେ ବସି ପାଣି ପିଇବା ଉଚିତ୍‌ ଅଟେ ।

ଆଣ୍ଠୁଗଣ୍ଠିରେ ସମସ୍ୟା:- ବିଶେଷଜ୍ଞଙ୍କ ଅନୁଯାୟୀ, ଛିଡା ହୋଇଥିବା ପାଣି ପିଇବା ଦ୍ୱାରା ଶରୀରରେ ଅନେକ ପ୍ରକାରର କ୍ଷତି ହୋଇଥାଏ । ମୁଖ୍ୟତଃ ଏହା ମଧ୍ୟ ଗଣ୍ଠିକୁ କ୍ଷତି ପହଞ୍ଚାଏ । ଆର୍ଥ୍ରାଇଟିସର ଏହା ହେଉଛି ବିଶେଷ ଲକ୍ଷଣ । କେବଳ ଏତିକି ନୁହେଁ, ସ୍ନାୟୁ ଏବଂ ପାନୀୟ ଜଳର ଉତ୍ତେଜନା ଶରୀରରେ ତରଳ ପଦାର୍ଥର ମାତ୍ରାକୁ ବୃଦ୍ଧି କରିଥାଏ । ଯାହା ଦ୍ବାରା କି ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହୋଇଥାଏ ।

ଫୁସଫୁସର କ୍ଷତି:- ଯଦି ଆପଣ ଫୁସଫୁସ ରୋଗରେ ପୀଡିତ ଅଛନ୍ତି, ତେବେ ଠିଆ ହୋଇ ପାଣି ପିଇବା ଠାରୁ ଦୂରେଇ ରୁହନ୍ତୁ। କାରଣ ଠିଆ ହୋଇ ପାଣି ପିଇବା ଦ୍ବାରା ଶରୀରରେ ଅମ୍ଳଜାନର ମାତ୍ରା କମ ହୋଇଯାଇଥାଏ । ଏହି କାରଣରୁ ଫୁସଫୁସ ପ୍ରତି ଖରାପ ପ୍ରଭାବ ପଡିପାରେ ବୋଲି କୁହାଯାଇଛି ।

ହଜମ କ୍ରିୟାରେ ଅସୁବିଧା:- ଠିଆ ହୋଇ ପାଣି ପିଇବା ଦ୍ବାରା ଖାଦ୍ୟ ଠିକ ଭାବେ ହୋଇପାରେ ନାହିଁ । କାରଣ ଯେତେବେଳେ ଆମେ ଠିଆ ହୋଇ ପାଣି ପିଇଥାଉ ସେତେବେଳେ ପାଣି ଅତି କ୍ଷିପ୍ର ବେଗରେ ପେଟ ଭିତରକୁ ଯାଇଥାଏ। ଏବଂ ତଳି ପେଟ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ଫଳରେ ହଜମ ପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଥାଏ 
 

ଏନକାଉଣ୍ଟର
ଛତିଶଗଡ଼ ନାରାୟଣପୁରରେ ବଡ଼ ଧରଣର ଏନକାଉଣ୍ଟର
ଅର୍ଗସ ବ୍ୟୁରୋ: ଛତିଶଗଡ ନାରାୟଣପୁରର ଏହି ନକ୍ସଲ ଅପରେସନ କିଛି ଏମିତି ଢଙ୍ଗରେ ଆରମ୍ଭ ହୋଇଥିଲା । ନାରାୟଣପୁରର ଅବୁସମାଡ ଜଙ୍ଗଲରେ 50ରୁ 60ଜଣ ମାଓବାଦୀ ଲୁଚି ରହିଥିବାର ଖବର ପାଇଥିଲା ପୋଲି
ଏକ ଦେଶ ଏକ ନିର୍ବାଚନ
ଏକ ଦେଶ ଏକ ନିର୍ବାଚନକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ
ଅର୍ଗସ ବ୍ୟୁରୋ: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସଂକଳ୍ପ ପୂରା କରିବାକୁ ମୋଦି ଦେଇଥିଲେ ଆହ୍ବାନ । ଗୋଟିଏ ସମୟରେ ସାରା ଦେଶରେ ନିର୍ବାଚନ ନେଇ ଏବେ ପୁଣି ଗୋଟିଏ ପାଦ ଆଗକୁ ବଢିଲ
ବିଜେପି ସରକାର
ଓଡ଼ିଶାର ପ୍ରଥମ ବିଜେପି ସରକାରକୁ ୬ ମାସ ପୂର୍ତ୍ତି
ଅର୍ଗସ ବ୍ୟୁରୋ: ଜୁନ ୧୨ ତାରିଖରେ ପ୍ରଥମ ଥର ପାଇଁ ରାଜ୍ୟରେ ଦାୟିତ୍ବ ନେଇଥିଲା ବିଜେପି ସରକାର। ପ୍ରଥମ ଦିନରୁ ହିଁ ବଡ଼ ନିଷ୍ପତ୍ତି ନେଇ ଓଡ଼ିଶାବାସୀଙ୍କ ପ୍ରତି ନିଜ ପ୍ରତିବଦ୍ଧତାର ପରିଚ
ବିଜେଡି
ଆଗାମୀ ୫୦ ବର୍ଷ ଯାଏଁ ଓଡିଶାରେ ଶାସନ କରିବ ବିଜେପି
ଅର୍ଗସ ବ୍ୟୁରୋ: ବିଜେଡିର ଇତିହାସ ଶେଷ ହୋଇଗଲାଣି । ବିଜେପି ସରକାର ଭଲ କାମ କରୁଛି । ଆଗାମୀ ୫୦ ବର୍ଷ ଯାଏଁ ଓଡିଶାରେ ଶାସନ କରିବ ବିଜେପି । ଚିନ୍ତା କରିବାର ଆବଶ୍ୟକତା ନାହିଁ । ଓଡିଶ
ମଲ୍ଟି କ୍ରୀଡ଼ା କମ୍ପ୍ଲ
ରାଜଧାନୀ ଉପକଣ୍ଠରେ ନିର୍ମାଣ ହେବ ମଲ୍ଟି କ୍ରୀଡ଼ା କମ୍ପ୍ଲେକ୍ସ
ଅର୍ଗସ ବ୍ୟୁରୋ: ରାଜଧାନୀ ଉପକଣ୍ଠରେ ନିର୍ମାଣ ହେବ ମଲ୍ଟି କ୍ରୀଡ଼ା କମ୍ପ୍ଲେକ୍ସ। 1 ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଏହି କ୍ରୀଡ଼ା ଭିତ୍ତିଭୂମି। ଏହାସହ ଆଗକୁ ପ୍ରତି ଜିଲ୍ଲାର