ଆମାଜନ ନଦୀରେ କାହିଁକି ନାହିଁ ପୋଲ ?
by Argus News
Thu, Apr 25 | 4:15 p.m.

ଅର୍ଗସ ବ୍ୟୁରୋ : ଦୁନିଆର ସବୁଠାରୁ ବିଶାଳ ଜଙ୍ଗଲ ହେଉଛି ଆମାଜନ ଜଙ୍ଗଲ। ୫ କୋଟି ବର୍ଷରୁ ଅଧିକ ବର୍ଷ ଧରି ଏହି ଜଙ୍ଗଲ ରହିଛି । ପୃଥିବୀକୁ ଏହା ୨୦% ଅମ୍ଳଜାନ ଦେଇଥାଏ । ଏହି ଜଙ୍ଗଲ ଦେଇ ଯାଇଥିବା ନଦୀକୁ ଆମାଜନ ନଦୀ କୁହାଯାଏ। ନୀଳ ନଦୀ ପରେ ସର୍ବବୃହତ ନଦୀ ହେଉଛି ଆମାଜନ ନଦୀ। ଦୁନିଆର ୯ଟି ଦେଶ ଦେଇ ଏହି ନଦୀ ପ୍ରବାହିତ ହେଉଛି । ଏହି ନଦୀ ଆଖପାଖରେ ୩ କୋଟିରୁ ବି ଅଧିକ ଲୋକ ବସବାସ କରନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆଜି ପର୍ଯ୍ୟନ୍ତ ଏହି ଆମାଜନ ନଦୀ ଉପରେ ପୋଲ ତିଆରୀ ହୋଇପାରିନାହିଁ। 

 

ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି? ଦୁନିଆର ସବୁଠାରୁ ବଡ଼ ଜଙ୍ଗଲରେ କାହିଁକି ନଦୀ ଉପରେ ଏକ ପୋଲ ତିଆରି ହୋଇପାରୁନାହିଁ ? କଣ ଏଠାରେ ବସବାସ କରୁଥିବା ଲୋକଙ୍କୁ ପୋଲର କୌଣସି ଆବଶ୍ୟକତା ନାହିଁ ? ୩ କୋଟିରୁ ଅଧିକ ଲୋକ ନଦୀ ପାର ହେବା ପାଇଁ  ଆଜି ପର୍ଯ୍ୟନ୍ତ ଡଙ୍ଗା ବ୍ୟବହାର କରୁଛନ୍ତି।ପୋଲ ନହେବା ପଛର ପ୍ରକୃତ କାରଣ ହେଉଛି ଏଠାକାର ପାଣିପାଗ। ଯେତେବେଳେ ଆମାଜନରେ ବର୍ଷା ହୁଏ ସେତେବେଳେ ନଦୀର ଚଉଡ଼ା ୧୦ରୁ ୨୦ ଗୁଣ ଅଧିକ ବଢିଯାଏ। ଆଉ ଏହା ଅନୁମାନ କରିହୁଏନି କି ବର୍ଷା ହେଲେ ଏହା କେଉଁ ଆଡୁ ଏବଂ କେତେ ମାତ୍ରାରେ ଚଉଡ଼ା ହେବ ? ତା ସହିତ ବର୍ଷା ହେଲେ ନଦୀର କୂଳର ମାଟି ଅତ୍ୟନ୍ତ ନରମ ହୋଇଯାଏ ଯେ ଯଦି ଏହି ସମୟରେ ପୋଲ ତିଆରୀ ବି ହେଉଛି ତାହାଲେ ପୋଲ ଭାଙ୍ଗି ଯିବାର ସମ୍ଭାବନା ବହୁତ୍। ଯାହା ଲୋକଙ୍କ ଜୀବନ ପାଇଁ ମଧ୍ୟ ବିପଦ।

ତେବେ ଅନ୍ୟ ଏକ କାରଣ ହେଉଛି ପୋଲ ହେବା ଦ୍ବାରା ଡଙ୍ଗା ଚାଳକଙ୍କ ରୋଜଗାର ଉପରେ ପ୍ରଭାବ ପଡିବା ସହିତ ଏଠାରେ ଲୋକଙ୍କ ଆବାଦୀ ଅଧିକ ହେବ ଏବଂ ନିଜ ବସବାସ ପାଇଁ ଲୋକମାନେ ଗଛ କାଟିବା ଆରମ୍ଭ କରିଦେବେ ଯାହା ଆମାଜନକୁ ହାନି ପହଁଞ୍ଚାଇବା ସହିତ ପୃଥିବୀପୃଷ୍ଠ ପାଇଁ ମଧ୍ୟ ବିପଦ ପରିସ୍ଥିତି ସୃଷ୍ଟି କରିଦେବ।

ଅଧିକ ପଢ଼ନ୍ତୁ ବିଦେଶ ଖବର

 

BOBBY DAS
23m ago
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
34m ago
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
37m ago
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ