କାହିଁକି ଧୀର ହେଲା ଦାନା ? ଯେତିକି ଆକଳନ କରାଯାଇଥିଲା, ସେମିତି ହେଲାନି ?
by Argus News
Sat, Oct 26 | 5:04 p.m.

ଅର୍ଗସ ବ୍ୟୁରୋ: ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବା ପୂର୍ବରୁ ଏହା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଥିଲା । ନିଇତି ଏନେଇ ବୁଲେଟିନ ଜାରି କରୁଥିଲା ପାଣିପାଗ ବିଭାଗ । ଏମିତିକି କେବେ ଲଘୁଚାପ ହେଲା ? କେବେ ଅବପାତର ରୂପ ନେଲା ? କେବେ ବାତ୍ୟାର ରୂପ ନେଲା ? ସେନେଇ ସବୁ ଅପଡେଟ୍‌ ଦେଉଥିଲା ପାଣିପାଗ ବିଭାଗ । ପୂର୍ବାନୁମାନ ଅନୁସାରେ, ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୨୦ କି.ମି ରହିବ ବୋଲି କୁହାଯିବା ସହିତ ବାତ୍ୟା ପ୍ରଭାବରେ ୧୪ ଜିଲ୍ଲା କ୍ଷତିଗ୍ରସ୍ତ ହେବ ବୋଲି କୁହାଯାଇଥିଲା । କିନ୍ତୁ କିଛି ଜିଲ୍ଲାରେ ବାତ୍ୟା ବର୍ଷା କରାଇବା ସହିତ ଧୀର ହୋଇଗଲା । କିନ୍ତୁ ବାତ୍ୟାର ପ୍ରକୋପ କାହିଁକି କମିଗଲା ତାହାକୁ ନେଇ ଏବେ ପ୍ରଶ୍ନ । 

ଦୁଇ ଦୁଇଟି ଗୁରୁଚାପ ମଝିରେ ଚେପା ହୋଇଗଲା ବାତ୍ୟା ଦାନା ! ଦମ୍ ଦେଖାଇବା ଆଗରୁ ଦୁର୍ବଳ ହେଲା ଦାନା । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ବାୟୁମଣ୍ଡଳର ଲଘୁଚାପ-ଗୁରୁଚାପ ଖେଳ ଯୋଗୁଁ ଓଡ଼ିଶାରେ ସେତେ ଦମ୍‌ ଦେଖାଇପାରିଲାନି ଦାନା । କେବଳ ଯେଉଁଠି ଲ୍ୟାଣ୍ଡଫଲ୍ କଲା ସେଇଠି ପ୍ରବଳ ବର୍ଷିଲା, ଜୋର୍ ପବନ ବି ହେଲା । କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ବ୍ୟତୀତ ଅନ୍ୟ ଜିଲ୍ଲାରେ ପଡ଼ିନି ବେଶୀ ପ୍ରଭାବ । ଦୁଇଟି ଆଣ୍ଟି-ସାଇକ୍ଲୋନିକ୍ ସର୍କୁଲେସନ୍ ବା ଗୁରୁଚାପ ବଳୟ ଏଥିଲାଗି ଦାୟୀ ବୋଲି ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି । 

ସୂଚନା ଅନୁସାରେ, ୨୩ ତାରିଖ ପର୍ଯ୍ୟନ୍ତ ବାତ୍ୟା କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଅନୁକୂଳ ପରିବେଶରେ ଥିଲା । ଏହା ସମୁଦ୍ରରେ ବଳ ଗୋଟାଇବା ସହ ଉତ୍ତର ପଶ୍ଚିମ ଦିଗ ଅର୍ଥାତ୍ ଓଡ଼ିଶା ଉପକୂଳ ଆଡ଼କୁ ଗତି କରୁଥିଲା । ତେବେ ପଶ୍ଚିମ ବଙ୍ଗୋପ ସାଗରରେ ପଶିବା ମାତ୍ରେ, ତାକୁ ଦୁଇପଟୁ ଜାକି ଧରିଲେ ଦୁଇଟି ଶକ୍ତିଶାଳୀ ଗୁରୁଚାପ ବଳୟ । ଗୋଟିଏ ପଶ୍ଚିମରେ ଆରବ ସାଗର ଅଞ୍ଚଳରୁ ଆସୁଥିବା ଗୁରୁଚାପ ବଳୟ, ଏବଂ ଅନ୍ୟଟି ମିଆଁମାର ନିକଟ ଇଣ୍ଡୋ-ପାସିଫିକ୍ ଅଞ୍ଚଳର ଗୁରୁଚାପ ବଳୟ । କେବଳ ଏତିକି ନୁହେଁ, ଉତ୍ତର ପଶ୍ଚିମ ଗୁରୁଚାପ ବଳୟରୁ ଶୁଷ୍କ ଓ ଉଷ୍ମ ବାୟୁ ବାତ୍ୟା ଭିତରେ ପଶି ତାକୁ ଶକ୍ତିହୀନ କରିଦେଲା । ତେଣୁ ଉପକୂଳ ଆଡ଼କୁ ମୁହାଁଇଲା ସତ ହେଲେ ସେତେ କରାମତି ଦେଖାଇପାରିଲାନି ସାଇକ୍ଲୋନ । 

ଲ୍ୟାଣ୍ଡଫଲ ପୂର୍ବର ୨୪ ଘଂଟା ସମୁଦ୍ରରେ ସଂଘର୍ଷ କରୁଥିଲା ବାତ୍ୟା । ସ୍ଥିତି ଏମିତି ହେଲା ଯେ ଗୁରୁଚାପ ବଳୟ ଲାଗି ପାୱାର ଲେସ୍‌ ହେଲା ଦାନା । ବାତ୍ୟା ପାଇଁ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ଅନୁଗୁଳ, ଯାଜପୁର ଓ ଢେଙ୍କାନାଳ ସମେତ ୯ଟି ଜିଲ୍ଲାକୁ ଜାରି ହୋଇଥିଲା ରେଡ୍ ୱାର୍ଣ୍ଣିଂ । ଲ୍ୟାଣ୍ଡଫଲ ପରେ ବାତ୍ୟା ପଶ୍ଚିମ-ଦକ୍ଷିଣ-ପଶ୍ଚିମକୁ ରିକର୍ଭ ହେବା ଆଶଙ୍କା କରି, ଜାରି ହୋଇଥିଲା ଏହି ଅତି ପ୍ରବଳ ବର୍ଷା ସତର୍କତା । ହେଲେ ଗୁରୁଚାପ ପ୍ରଭାବରେ ବାତ୍ୟା ଯେହେତୁ ପଶ୍ଚିମକୁ ବଢ଼ିପାରିଲାନି, ତେଣୁ ଆଜିର ନୂଆ ମ୍ୟାପରେ ଏସବୁ ଜିଲ୍ଲା ଅରେଞ୍ଜ ଓ ୟେଲୋକୁ ବଦଳିଯାଇଛି । ତେବେ ବାତ୍ୟା ଦୁର୍ବଳ ହେବା ପରେ ସାମାନ୍ୟ ଆଶ୍ଵସ୍ତି ପାଇଛନ୍ତି ଉପକୂଳିଆବାସିନ୍ଦା ।
 

ବିଜେଡି ନିର୍ବାଚନୀ
ବିଜେଡି ନିର୍ବାଚନୀ ଟଙ୍କାରେ ଆକାଶରେ ଉଡୁଥିଲେ ପାଣ୍ଡିଆନ
ଅର୍ଗସ ବ୍ୟୁରୋ: ନିର୍ବାଚନରେ ପାଣି ଭଳି ଟଙ୍କା ବୁହାଇଥିଲା ବିଜେଡି । ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେଡି ଦାଖଲ କରିଥିବା ରିପୋର୍ଟରୁ ଆସିଛି ଆଖି ଖୋସି ଦେବା ଭଳି ରିପୋର୍ଟ । ରିପୋର୍
କାଠ ଆଣିବାକୁ
କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର
ଅର୍ଗସ ବ୍ୟୁରୋ: ଜଙ୍ଗଲରେ କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ। ପରେ ତାଙ୍କୁ ଗୁରୁତର ଭାବେ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ବା
ଆବାସ ଗୃହ
ଶିବାନୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର
ଅର୍ଗସ ବ୍ୟୁରୋ: ଖିଲାପ କଲେ କ୍ଷମା ନାହିଁ, ଭଲ କାମ କଲେ ପୁରସ୍କାର। ଏହି ପ୍ରତିଶ୍ରୁତି ପାଳନ କରିଛନ୍ତି ସରକାର। ବାତ୍ୟା ସମୟରେ ପ୍ରଶଂସନୀୟ କାର୍ଯ୍ୟ କରିଥିବାରୁ କେନ୍ଦ୍ରାପଡ଼