ସତରେ ପାକିସ୍ତାନ ପାଖରେ ଅଛି ତ ପରମାଣୁ ବୋମା ? ନାଁ ମିଛରେ ଖାଲି....
by Argus News
Tue, Oct 08 | 5:43 p.m.

ଅର୍ଗସ ବ୍ୟୁରୋ: ହେଜବୁଲ୍ଲା ଉପରେ ଭୟଙ୍କର ଆକ୍ରମଣ କରୁଛି ଇସ୍ରାଏଲ । ସମୟ ଗଡୁଛି, ଆକ୍ରମଣ ବି ବଢୁଛି । ଏହାରି ଭିତରେ ଇସ୍ରାଏଲ ଉପରେ ଇରାନ କରିଥିବା ଆକ୍ରମଣକୁ ନେଇ ଆମେରିକା କହିଥିଲା, ମହଙ୍ଗା ପଡ଼ିବ ଇରାନକୁ । ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧକୁ ନେଇ ଅନେକ ରାଷ୍ଟ୍ର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ହେଲେ ଇସାଲାମିକ ଦେଶ ଉପରେ ଇସ୍ରାଏଲର ଆକ୍ରମଣ ସମୟରେ କାହିଁକି ଇରାନକୁ ସାହାଯ୍ୟ କରୁନି ପାକିସ୍ତାନ ? ପରମାଣୁ ବୋମା ଥିବା ପରେ ବି କାହିଁକି ଚୁପ୍‌ ପାକିସ୍ତାନ ? ଏନେଇ ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ କୁହାଯାଉଛି କି ପାକିସ୍ତାନ ଡରିଯାଇଥିବାରୁ କୌଣସି ନିଷ୍ପତ୍ତି ନେଇପାରୁନି ।

ପାକିସ୍ତାନ ହେଉଛି ଏକ ଆଣବିକ ବୋମା ରଖିଥିବା ଦେଶ ତଥା ଇସଲାମିକ ସହଯୋଗ ସଂଗଠନ (ଓଆଇସି)ର ପ୍ରତିଷ୍ଠାତା ତଥା ପ୍ରମୁଖ ସଦସ୍ୟ । ଓଆଇସିର ସଦସ୍ୟ ଇସ୍ରାଏଲର ଆକ୍ରମଣକୁ ନିନ୍ଦା କରିବା ସହିତ ଇରାନ ସପକ୍ଷରେ ଯାଉଛନ୍ତି । ହେଲେ ପାକିସ୍ତାନ କାହିଁକି ଚୁପ୍‌ ବସିଛି ? ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି । କୁହାଯାଉଛି କି, ପାଲେଷ୍ଟାଇନ ସମସ୍ୟାର ଟୁ-ଷ୍ଟେଟ୍ ସମାଧାନକୁ ସମର୍ଥନ କରିବାରେ ପାକିସ୍ତାନ ସୀମିତ ରହିଛି । ଓଆଇସିର ଜଣେ ସକ୍ରିୟ ସଦସ୍ୟ ତଥା ଇସ୍ରାଏଲର ଜଣେ ବିରୋଧୀ ଇରାନ ବହୁ ପୂର୍ବରୁ ଜାଣିଥିଲା ଯେ ପାକିସ୍ତାନର 'ଇସଲାମିକ ବୋମା' ଦାବି କେବଳ ଏକ ପ୍ରତାରଣା । ତେଣୁ ଇରାନ ପରମାଣୁ କ୍ଷମତା ହାସଲ କରିବାକୁ ଚେଷ୍ଟା କରୁଛି ।

ପାକିସ୍ତାନ । ଏବେ ସେ ଦେଶରେ ସ୍ଥିତି ଏମିତି ଅଛି ଯେ ନିଜ ଲୋକଙ୍କୁ ଖାଇବାକୁ ଦେବାକୁ ତା ପାଖରେ ଅର୍ଥ ନାହିଁ । ଏମିତି ସମୟରେ ଭାରତ ବି ପାକ୍‌ ସହିତ ସମସ୍ତ ବାଣିଜ୍ୟିକ କାରବାର ବନ୍ଦ କରିଦେଇଛି । ଯାହାର ସିଧାସଳଖ ପ୍ରଭାବ ପଡିଛି ପାକିସ୍ତାନ ଉପରେ । କୁହାଯାଉଛି କି, ପାକିସ୍ତାନ ଏବଂ ଇସ୍ରାଏଲ ମଧ୍ୟରେ ଏକ ବୁଝାମଣା ଅଛି । ଯାହା କି ଅନେକ ଦେଶ ଜାଣନ୍ତି ନାହିଁ । ଏମିତିକି ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଇସ୍ରାଏଲର ସ୍ପାଏୱେରକୁ ବ୍ୟବହାର କରୁଛନ୍ତି । ହାର୍ଟେଜ୍ ପେପର ଦାବି କରିଛି ଏହି ସଫ୍ଟୱେର୍ ସିଙ୍ଗାପୁରରୁ କିଣାଯାଇଛି । ଇସ୍ରାଏଲ ସହିତ ପାକିସ୍ତାନର କୌଣସି କୂଟନୈତିକ ସମ୍ପର୍କ ନଥିବାରୁ ଏହା ମଧ୍ୟ ସନ୍ଦେହ ସୃଷ୍ଟି କରୁଛି । 

ଇସ୍ରାଏଲର ଶକ୍ତି କଣ ? ଆମେ ସମସ୍ତେ ଜାଣନ୍ତି । ସେଇଥି ଲାଗି ତ ପଙ୍ଗା ନେବାକୁ ଚାହୁଁନି ପାକିସ୍ତାନ । ମୋଟ୍‌ ଉପରେ, ସାଉଦି ଆରବ ସହିତ ପାକିସ୍ତାନର ଭଲ ସମ୍ପର୍କ ରହିଛି ଏବଂ ଆମେରିକା ସହ ମଧ୍ୟ ଭଲ ସମ୍ପର୍କ ଅଛି । କେବଳ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କ ଅତି ନିକଟତର ନୁହେଁ, ସାଉଦି ମଧ୍ୟ ଇସ୍ରାଏଲର ନିକଟତର ହେବାକୁ ଚେଷ୍ଟା କରିଛି । ଯଦି ଗାଜା ସମସ୍ୟା ଶାନ୍ତ ହୁଏ, ତେବେ ସାଉଦି ପୁଣିଥରେ ଇସ୍ରାଏଲ ସହିତ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ନେଇପାରିବ। ଏଭଳି ପରିସ୍ଥିତିରେ ପାକିସ୍ତାନ ନିଜର ଫାଇଦାକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରିବ ବୋଲି ଚର୍ଚ୍ଚା ହେଉଛି । ତେବେ ସମୟ କହିବ ପାକିସ୍ତାନକୁ ନେଇ ଇରାନର କଣ ରହୁଛି ଆଭିମୁଖ୍ୟ ?
 

ଗ୍ରାଚୁଇଟି ସୀମା
୨୦ ଲକ୍ଷ ହେଲା ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା
ଅଗର୍ସ ବ୍ୟୁରୋ : ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି। ପିଛିଲା ଭାବେ ୨୦୨୪ ଜାନୁଆରୀ ୧ ରୁ ଲାଗୁ ହେବ। ରାଜ୍ୟର ସରକାରୀ କର୍ମଚାର
ସୁଭଦ୍ରା ଯୋଜନା
ଅସହାୟଙ୍କ ସାହାର ସୁନିଲ, ସାଜିଛନ୍ତି ସୁଭଦ୍ରା ଯୋଜନାର ସାରଥୀ
ସମ୍ବଲପୁର : କିଏ ଚାଲି ପାରୁ ନାହିଁ, ତ କିଏ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାପାଇଁ ଅନ୍ୟର ସାହାରା ଲୋଡୁଛି, ସେ ପରିସ୍ଥିତିରେ ଅନେକ ଅସହାୟ, ଗର୍ଭବତୀ, ଦିବ୍ୟାଙ୍ଗ ମହିଳାମାନ
ହରିୟାଣା
ହରିୟାଣାରେ ଫେଲ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ
ନୂଆଦିଲ୍ଲୀ: ଭୁଲ୍ ପ୍ରମାଣିତ ହେଲା କଂଗ୍ରେସର ସବୁ ଆସ୍ଫାଳନ । ହରିଆଣାରେ ଫେଲ୍ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ । ମୋଦିଙ୍କ ବିଶ୍ବସ୍ତ ସିପାହୀଙ୍କ ରଣନୀତି ଆଗରେ ବିରୋଧୀ ହେଲେ ଚିତ୍