ଓ୍ବିଲ ଜାକ୍ସଙ୍କ ବିସ୍ଫୋରକ ଶତକ ଦେଲା ଆରସିବିକୁ ବଡ଼ ବିଜୟ
by Argus News
Mon, Apr 29 | 6:39 p.m.

ଅର୍ଗସ ବ୍ୟୁରୋ: ଆରସିବି କ୍ୟାମ୍ପରେ ଖୁସିର ମାହୋଲ। ଅହମ୍ମଦାବାଦର ନରେନ୍ଦ୍ରମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୯ ଓ୍ବିକେଟରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଓ୍ବିଲ ଜାକ୍ସଙ୍କ ବିସ୍ଫୋରକ ଶତକ ଓ ବିରାଟ କୋହଲିଙ୍କ ହାଫ ସେଞ୍ଚୁରୀ ବଲରୁ ୭୦ ରନ) ବଳରେ ବିଜୟୀ ୨୦୧ ରନର ଲକ୍ଷ୍ୟକୁ ସହଜରେ ହାସଲ କରିନେଇଛି ବେଙ୍ଗାଲୁରୁ । ଫାଫ ଡୁପ୍ଲେସିସ ୨୪ ରନ କରିଥିଲେ ।

ଏହି ମ୍ୟାଚରେ ବେଙ୍ଗାଲାରୁ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଆରମ୍ଭରୁ ଋଦ୍ଧିମାନ ଶାହାଙ୍କ ଓ୍ବିକେଟ ହରାଇଥିଲେ । ସେ ମାତ୍ର ୫ ରନ କରି ଆଉଟ ହୋଇଥିଲେ । ସେହିପରି ଅନ୍ୟ ଓପନର ଶୁଭମନ ଗିଲ ମଧ୍ୟ ମାତ୍ର ୧୬ ରନ କରି ଆଉଟ ହୋଇଥିଲେ । ତେବେ ସାଇ ସୁଦର୍ଶନ ଓ ଶାହରୁଖ ଖାଁ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ସୁଦର୍ଶନ ଅପରାଜିତ ୮୪ ରନ କରିଥିବାବେଳେ ଶାହରୁଖ ୫୮ ରନ କରିଥିଲେ । ଡେଭିଡ୍ ମିଲର ମଧ୍ୟ ୧୯ ବଲ ଖେଳି ୨୬ ରନ କରିଥିଲେ । ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୦୦ ରନ କରିଥିଲା । 
ଏହା ଫଳରେ ବେଙ୍ଗାଲୁରୁ ଆଗରେ ବିଜୟ ପାଇଁ ୨୦୧ରନର ଲକ୍ଷ୍ୟ ରହିଛି ।  ଆରସିବି ପକ୍ଷରୁ ଗ୍ଲେନ ମାକ୍ସଓ୍ବେଲ, ସ୍ବପ୍ନିଲ ସିଂ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

PM
29m ago
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ
VOTE
54m ago
ସକାଳ ୯ଟା ସୁଦ୍ଧା ୬.୯୯% ମତଦାନ
ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି । ୫ ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ
PM
ଶେଷ ହେଲା ପୁରୀ ରୋଡ଼ ସୋ', ଏବେ ଅନୁଗୁଳରେ କରିବେ ସାଧାରଣ ସଭା
ଅର୍ଗସ ବ୍ୟୁରୋ : ସରିଲା ମୋଦିଙ୍କ ବିଶାଳ ରୋଡ଼ ସୋ' । ମରିଚକୋଟରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ' ମେଡିକାଲ ଛକରେ ଶେଷ ହୋଇଛି । ଏହି ରୋଡ଼ ସୋ ରେ ସମଗ୍ର ବଡ଼ଦାଣ୍ଡ ପାଲଟିଥିଲ