ବିଜେଡି ନାରୀନେତ୍ରୀଙ୍କ ମୁହଁରେ ତୁଣ୍ଡି ! ସବୁ ଦେଖିବେ, କିଛି କହିବେନି
by Argus News
Wed, Nov 01 | 7:45 p.m.

ଅର୍ଗସ ବ୍ୟୁରୋ: ନାରୀ ସଶକ୍ତିକରଣକୁ ସର୍ବାଧିକ ପ୍ରାଥମିକତା ଦେଉଥିବା ବିଜେଡି କଥା ଗୋଟେ କାମ ଗୋଟେର ବିଶ୍ଵାସ କରୁଛି । ନହେଲେ ମହିଳାଙ୍କ ପ୍ରତି ଅନ୍ୟାୟ ହେଉଥିବା ବେଳେ ଦଳର ଆଗଧାଡ଼ିର ନେତ୍ରୀ ଚୁପ୍‌ ରହିଲେ କାହିଁକି ? ମମିତା ମେହେର ମାମଲାରେ ରାଜ୍ୟରେ ଯେବେ ନିଆଁ ଜଳୁଥିଲା ସେମାନେ ତତ୍କାଳୀନ ସଚିବଙ୍କ କଥାରେ ବଠଉସ ହେଉଥିଲେ । ଆଉ ଏବେ ସହଜେ ସିଏ ଚେୟାରମ୍ୟାନ ହେଲେଣି । ଏବେ ମୁହଁ ଖୋଲିବେ ବା କେମିତି ? ଏମାନେ ଯଦି ନେତ୍ରୀ ତେବେ ପାଟି ଖୋଲୁନାହାନ୍ତି କାହିଁକି ? ରାଜ୍ୟରେ ଟିକିଏ କଣ ହେଲେ ଘନଘନ ପ୍ରେସମିଟ୍‌ ସହ କେନ୍ଦ୍ର ସରକାର ଉପରେ ମନଖୋଲା ବର୍ଷିବାରେ ବ୍ୟସ୍ତ ଥିଲେ । ହେଲେ ଏବେ ପ୍ରେସମିଟ୍‌ କରୁନାହାନ୍ତି କି କ୍ୟାମେରା ସାମ୍ନାକୁ ଆସିବାକୁ ସାହସ ବି ଜୁଟାଇ ପାରୁନାହାନ୍ତି । କାରଣ ପାଦେ ପାଦେରେ ପଦ ନେତା ଚାକିରି ଚାଲିଯିବାର ଭୟ ରହିଛି ।


କୁଆଡ଼େ ଗଲେ ଶ୍ରୀମୟୀ, ସୁଲତା, ସ୍ନେହାଙ୍ଗିନୀ, ସୁଲୋଚନା, ଟୁକୁନି ଓ ଇପ୍ସିତା ?

ରାଜ୍ୟରେ ଯଦି କିଛି ଇସ୍ୟୁ ହେଲା ସାଙ୍ଗେ ସାଙ୍ଗେ ଗଣମାଧ୍ୟମ ସାମ୍ନାରେ ଗଳା ଖୋଲି ଚିଲେଇବାରେ ବ୍ୟସ୍ତ ରୁହନ୍ତି ଏମାନେ । ହେଲେ ଯଦି ତର୍ଜମା କରିବେ ଆପଣ...ତେବେ ସ୍ପଷ୍ଟ ଜାଣିପାରିବେ କି ବର୍ଷବର୍ଷ ହେଲା ଶାସକ ଦଳ ନେତାଙ୍କ ବିରୋଧରେ ଆସିଥିବା ମାମଲାରେ ମୁହଁ ଖୋଲିବାକୁ ସାହସ କରୁନାହାନ୍ତି ଏମାନେ ।

ଯେମିତିକି ନୟାଗଡ଼ ନାବାଳିକା ପରୀ ହତ୍ୟା ମାମଲାରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଅଭିଯୋଗ ସହ  ମମିତା ମେହେର ହତ୍ୟା କାଣ୍ଡରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କରଙ୍କର ସଂପୃକ୍ତି ହେଉ । ଖାଲି ଏମାନେ ନୁହନ୍ତି ବରଂ ମହାଙ୍ଗା ଡବର ମର୍ଡର କେସ୍‌ରେ ପ୍ରତାପ ଜେନା, ସଂଜୁକ୍ତା ମହଲାଙ୍କ ମାମଲାରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସୋମାଲିକାଙ୍କ ସହ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କର ଭିଡିଓ ଭାଇରାଲ ହେଉ । ଅଭିଯୋଗ ଏତିକିରେ ସରିନି ବରଂ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାରେ ବିଧାୟକ ସମୀର ଦାସଙ୍କ ସଂପୃକ୍ତି ନେଇ ବାରମ୍ବାର ଅଭିଯୋଗ ଆସିଥିଲା । ହେଲେ ପୂରା ଘଟଣାର କ୍ସାଏମାକ୍ସ ଜଣାପଡିବା ପରେ ବି ଶଙ୍ଖ ଦଳର ନାରୀ ନେତ୍ରୀମାନେ ମୁହଁ ଖୋଲିବାକୁ ସାହସ କଲେନି ।


କୁହାଯାଉଛି, କି ଶଙ୍ଖ ଦଳର ନେତ୍ରୀମାନେ କାଳେ ଦଳୀୟ ନେତାଙ୍କ ବିରୋଧରେ କିଛି କହିବାକୁ ଅନୁମତି ନାହିଁ । ଏମିତିକି ଦଳୀୟ ପକ୍ଷରୁ କାଳେ ଅନଔପଚାରିକ ଭାବରେ ନେତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅଣଦେଖା କରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ତେଣୁ ମୁହଁ ଫିଟାଉନାହାନ୍ତି ଏହି ନାରୀନେତ୍ରୀମାନେ । ହେଲେ କାହିଁକି ମୁହଁ ଖୋଲୁନାହାନ୍ତି ସେନେଇ ଦଳ ପକ୍ଷରୁ କୌଣସ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ । 
 

BJD
2m ago
ବିଜେଡିକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: କନ୍ଧମାଳ ସଭାରେ ବିଜେଡି ଉପରେ ଧୁମ୍ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ସରକାର କନ୍ଧମାଳକୁ ଆକାଂକ୍ଷୀ ଜିଲ୍ଲା ଘୋଷଣା କରିଛି । ବିଜେଡ
MODI
6m ago
ନକଲି ଚାବିରେ ଖୋଲାଯାଇ ପ୍ରଭୁଙ୍କ ଆଭୂଷଣ ଚୋରି ହେଉଥିଲାକି?
ଅର୍ଗସ ବ୍ୟୁରୋ :ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ ଚାବି ମିଳିଛି । ଡୁପ୍ଲିକେଟ ଚାବି କାହିଁକି ତିଆରି ହେଲା ଏହାକୁ ନେଇ ପ୍ରଶ୍ନ କରିଛନ୍ତି ମୋଦି।ଡୁପ୍ଲିକେଟ ଚାବିରେ କେହି ଖୋଲୁନଥିଲା
ପ୍ରଧାନମନ୍ତ୍ରୀ ମୋଦି
54m ago
"କଂଗ୍ରେସର ନୀତି ପାଇଁ ଜାମ୍ମୁ କାଶ୍ମୀରରେ ବଢିଥିଲା ଆତଙ୍କବାଦ"- ପ୍ରଧାନମନ୍ତ୍ରୀ ମୋଦି
କନ୍ଧମାଳ : କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, କଂଗ୍ରେସ ବାରମ୍ବାର ଆମ ଦେଶକୁ ଡରାଇବାକୁ ଚେଷ୍ଟା କରୁଛନ୍ତି । କଂଗ୍ରେସର ନୀତି ପାଇଁ ଜାମ୍ମୁ କାଶ୍ମୀରରେ ବଢିଥିଲ