ବାତ୍ୟାରେ ସର୍ବାଧିକ ହଇରାଣ କିଏ ହେଉଛନ୍ତି ? ମହିଳା ନା ପୁରୁଷ ?
by Argus News
Tue, Oct 29 | 3:44 p.m.

ରାଜନଗର:  ବାତ୍ୟାରେ ସର୍ବାଧିକ ହଇରାଣ କିଏ ହେଉଛନ୍ତି ? ମହିଳା ନା ପୁରୁଷ ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥାଏ । ହେଲେ ଏମାନଙ୍କର ଅସୁବିଧା ଶୁଣିବା ପରେ ଆପଣ ବି କହିବେ ସତରେ ସର୍ବାଧିକ ଅସୁବିଧାର ସାମ୍ନା କରୁଛନ୍ତି ମହିଳା । 

ଇଏ ହେଉଛି ରାଜନଗରର କିଛି ବାତ୍ୟା ଆଶ୍ରୟସ୍ଥଳୀର ଦୃଶ୍ୟ । ବାତ୍ୟା ଆସିନି ତ ଦୁଃଖ ନେଇକି ଆସିଛି । ଥରେ ଚିନ୍ତା କରନ୍ତୁ ଝଡବର୍ଷାରେ ମହିଳାଟିଏ କି ଅସୁବିଧାର ସାମ୍ନା ନକରୁଥିବ । କିଏ ଅନ୍ତସୋତା ମହିଳା ତ ଆଉ କିଏ ରତୁସ୍ରାବରେ ସାମ୍ନା କରୁଛି । ପଚପଚ ପାଣି କାଦୁଅରେ ଘରେ ସେ କେମିତି ରହୁଥିବ ସ୍ପଷ୍ଟ ଅନୁମେୟ ।

ଏ ଦୃଶ୍ୟ ଦେଖିବା ପରେ ମହିଳାଙ୍କ ଅସୁବିଧା ଯେ କଣ ତାହା ଆଉ ବୁଝାଇବାର ଆବଶ୍ୟକତା ନାହିଁ । ବାତ୍ୟା ଆଶ୍ରୟସ୍ଥଳୀରେ ମହିଳାମାନେ କେମିତି ସମୟ କାଟୁଛନ୍ତି ତାହା ଉପରେ ବି ଟିକିଏ ନଜର ପକାନ୍ତୁ  । ଏଠି ସେଠି କୁନିକୁନି ପିଲାଙ୍କୁ ଧରି ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ।  କିଏ ତଳେ ଶୋଇ କଅଁଳା ଛୁଆଟିକୁ କ୍ଷୀର ଦେଉଛି ତ କିଏ ନିଜେ କେମିତି ପୋଷାକ ବଦଳେଇବ, ଶୌଚାଳୟ ଯିବ ସେ କଥା ଭାବୁଛି । 

ଘର ଗୋଟିଏ, ହେଲେ ଏକାଠି 30 ରୁ 40 ଜଣ ମହିଳା ବସିଛନ୍ତି । ଶୌଚ ହେବା ପାଇଁ ନା ଅଛି ଶୌଚାଳୟ ନା ଲୁଗା ବଦଳାଇବା ପାଇଁ ଅଛି ଟିକେ ଜାଗା । ଆଉ ଯଦି କୌଣସି ମହିଳା ମାସିକ ଋତୁସ୍ରାବ ହୋଇଛି ତ କଥା ସରିଲା ।  ସମସ୍ତଙ୍କର ଗୋଟିଏ କଥା ଏହି ପ୍ରାକୃତିକ ବିପର୍ଯ୍ୟୟ, ବାତ୍ୟା ବନ୍ୟା ସମୟରେ ପୁରୁଷ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି..ଅଧିକ କଷ୍ଟ ପାଆନ୍ତି । 

ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପୁରୁଷ ଓ ମହିଳା । ଆମେ ଜାଣିଛେ ଏକବିଂଶ ଶତାବ୍ଦୀରେ ପୁରୁଷଙ୍କ କାନ୍ଧରେ କାନ୍ଧ ମିଶାଇ ମହିଳା ମାନେ ଆଗେଇ ଚାଲିଛନ୍ତି । ହେଲେ ଏପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ବେଶୀ ପ୍ରଭାବିତ ହୁଅନ୍ତି ।

 

ଗଣହତ୍ୟା ମାମଲା
11m ago
ସୁନ୍ଦରଗଡ଼ ଗଣହତ୍ୟା ମାମଲା ; ୭ ଅଭିଯୁକ୍ତ ଗିରଫ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଗଣହତ୍ୟା ମାମଲାରେ ୭ ଅଭିଯୁକ୍ତଙ୍କୁ ଗିରଫ କଲା ସୁନ୍ଦରଗଡ ପୋଲିସର ସ୍ଵତନ୍ତ୍ର ଟିମ୍ । ଗତ ଅକ୍ଟୋବର ୨୯ ତାରିଖ ରାତିରେ ସଦର ଥାନା କରମଡିହି
ହିମାଂଶୁ
34m ago
ବିଧାୟକ ହିମାଂଶୁଙ୍କୁ ଆକ୍ରମଣ ; ଆଜି ପୁଣି ଆଉ ୮ ଅଟକ
ଅର୍ଗସ ବ୍ୟୁରୋ : ଗତକାଲି ଗିରଫ ହୋଇଥିଲେ ୧୦, ଆଉ ଆଜି ପୁଣି ଅଟକ ହେଲେ ୮ । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ଆଉ ୮ ଜଣ ଅଟକ ଅଛନ୍ତି । ଗିରଫ ୧
ନିଆଳି
47m ago
ନିଆଳିରୁ ଶ୍ରୀକ୍ଷେତ୍ର ଯାଉଛି ଭାର, କାଲି ପଢୁଆଁ ହେବେ ମହାବାହୁ
ଅର୍ଗସ ବ୍ୟୁରୋ : ଆସନ୍ତାକାଲି ପ୍ରଥମାଷ୍ଟମୀ। ପଢୁଆଁ ହେବେ ମହାବାହୁ। ମାମୁଁ ଘରୁ ଭଣଜା ପାଖକୁ ଯାଉଛି ଅଷ୍ଟମୀ ଭାର। ନିଆଳି ଶ୍ରୀମାଧବଙ୍କ ପୀଠରେ ପୋଢୁଆ ଯାତ୍ରା। ପ୍ରଭାତରୁ ନିଆଳ
ନେତନ୍ୟାହୁ
ନେତନ୍ୟାହୁଙ୍କ ବିରୋଧରେ ଗିରଫ ୱାରେଣ୍ଟକୁ ନେଇ ମୁହାଁମୁହିଁ ଜାତିସଂଘ ଓ ଆମେରିକା
ଅର୍ଗସ ବ୍ୟୁରୋ : ଇସ୍ରାଏଲ ପିଏମ ନେତନ୍ୟାହୁଙ୍କ ବିରୋଧରେ ଗିରଫ ୱାରେଣ୍ଟକୁ ନେଇ ମୁହାଁମୁହିଁ ଜାତିସଂଘ ଓ ଆମେରିକା । ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟର ଗିରଫ ୱାରେଣ୍ଟକୁ ଖାରଜ କଲ
ଆନ୍ଦୋଳନ
ଆନ୍ଦୋଳନରୁ ଓହରିଲା ୟୁନାଇଟେଡ ଟ୍ରକ୍ ଓନର ଆସୋସିଏସନ୍ କୋଡିନେସନ୍ କମିଟି
ଅର୍ଗସ ବ୍ୟୁରୋ : ଆନ୍ଦୋଳନରୁ ଓହରିଲା ୟୁନାଇଟେଡ ଟ୍ରକ୍ ଓନର ଆସୋସିଏସନ୍ କୋଡିନେସନ୍ କମିଟି। ଗୁରୁବାର ତୃତୀୟ ଥର ପାଇଁ ପରିବହନ ମନ୍ତ୍ରୀ ଓ ସଚିବଙ୍କ ସ