ସ୍ତ୍ରୀର ସମ୍ପତ୍ତି ଉପରେ କାହାର ଅଧିକାର ଅଛି ? ଜାଣନ୍ତୁ .... 
by Argus News
Fri, Apr 26 | 4:24 p.m.

ନୂଆଦିଲ୍ଲୀ: ସ୍ତ୍ରୀର ସମ୍ପତ୍ତି ଅର୍ଥାତ ସ୍ତ୍ରୀ ର ଧନ ଉପରେ  ସ୍ୱାମୀ ଏବଂ ଶାଶୂ  ଘର ଲୋକଙ୍କ କୌଣସି ଅଧିକାର ନାହିଁ।  ଏପରି ଏକ  ନିଷ୍ପତ୍ତି ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ।  ସୁପ୍ରିମକୋର୍ଟ କହିଛନ୍ତି  କୌଣସି ବି ମହିଳାଙ୍କୁ ତାଙ୍କର ପିଲାବେଳରୁ ନେଇ ବିବହା ପର୍ଯ୍ୟନ୍ତ ମିଳିଥିବା ଜିନିଷ ଯାହା ସ୍ତ୍ରୀଧନ ବା ସମ୍ପତ୍ତିରେ  ଯାଉଛି।   ଏଥିରେ  ନଗଦ ଟଙ୍କା ଠାରୁ ଆରମ୍ଭ କରି ସୁନାଗହଣା, ସମସ୍ତ ପ୍ରକାରର ଉପହାର, ସମ୍ପତ୍ତି ଏବଂ ସଞ୍ଚୟ ଅନ୍ତର୍ଭୁକ୍ତ ।   କୋର୍ଟ କହିଛନ୍ତି ସ୍ତ୍ରୀ ଧନ ଜଣେ ସ୍ତ୍ରୀର ପୂର୍ଣ୍ଣ ସମ୍ପତ୍ତି। ଯାହା ସେ ତାଙ୍କ ଇଛା ଅନୁସାରେ  ଖର୍ଚ୍ଚ କରିବାର ସମ୍ପୂର୍ଣ୍ଣ ଅଧିକାର ପାଇଛନ୍ତି ।   ତେବେ  ସ୍ତ୍ରୀର ସମ୍ପତ୍ତିରେ  ସ୍ୱାମୀ କେବେ ବି ଭାଗ ବସେଇପାରିବନି। କିନ୍ତୁ ସଙ୍କଟ ସମୟରେ ଅର୍ଥାତ ସ୍ୱାମୀର ଅତ୍ୟନ୍ତ ଜରୁରୀ ସମୟରେ  ସ୍ତ୍ରୀର ଅନୁମତିରେ ଏହା ବ୍ୟବହାର କରିପାରିବେ। 

ଜଷ୍ଟିସ୍‌  ସଞ୍ଜୀବ  ଖାନା ଏବଂ ଜଷ୍ଟିସ  ଦିପାଙ୍କର  ଦତ୍ତା ଙ୍କ ଖଣ୍ଡପିଠରେ ସ୍ତ୍ରୀର  ସମ୍ପତ୍ତି କୁ ନେଇ ଏକ ବୈବାହିକ  ବିବାଦ  ଉପରେ  ଶୁଣାଣି କରି କହିଥିଲେ  ମହିଳାଙ୍କୁ ନିଜ ସମ୍ପତ୍ତି  ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି  ଯାହା ବିବାହ ପରେ, ବିବାହ ପୂର୍ବରୁ ଏବଂ ବିବାହ ସମୟରେ  ମିଳିଥିବା ସମସ୍ତ ଜିନିଷ ସାମିଲ ଅଛି। ଯାହା କି ମାତା ପିତା, ଶାଶୂଘର,  ସମ୍ପର୍କୀୟ, ସାଙ୍ଗସାଥିଙ୍କ ଠୁ ମିଳିଥିବା  ଧନ, ଗହଣା, ଜମି ଏବଂ  ବାସକୁସନ ସାମିଲ ଅଛି। 

ଏହି ସ୍ତ୍ରୀ ଧନ କଣ ? 

ଏହା ନିହାତି ଜାଣିବା କଥା ଯେ ଏହି ସ୍ତ୍ରୀ ଧନ ଅର୍ଥାତ ସ୍ତ୍ରୀ ର ସମ୍ପତ୍ତି କଣ ? ଏବଂ ଏହାର ପରିସରରେ କଣ କଣ ସବୁ ଆସିଥାଏ।  ସ୍ତ୍ରୀ ସମ୍ପତ୍ତି ଏକ ଆଇନଗତ ଶଦ୍ଦ।  ଯାହା ବିଷୟରେ ହିନ୍ଦୁ ଧର୍ମରେ ଦେଖିବାକୁ ମିଳେ। ସ୍ତ୍ରୀ ଧର ଅର୍ଥ ମହିଳାଙ୍କ ଭାଗର ସମ୍ପତ୍ତି, ସୁନାଗହଣା, କାଗଜପତ୍ର ଏବଂ ଅନ୍ୟାନ୍ୟ ବସ୍ତୁ ମଧ୍ୟ ସାମିଲ ଅଛି।  ଆମର ଏକ  ଚିନ୍ତାଧାରା ରହିଛି ଯେ, ମହିଳାମାନେ ବିବାହ ସମୟରେ ଉପହାର ରୂପେ ଗ୍ରହଣ କରୁଥିବା ଜିନିଷଗୁଡ଼ିକ  ସ୍ତ୍ରୀ ଧନ  ଭାବରେ ବିବେଚନା କରାଯାଏ  କିନ୍ତୁ ଏହା  ସ୍ତ୍ରୀ  ଧନରେ ଯାଏ ନାହିଁ। 

ଅଧିକ ପଢନ୍ତୁ ଭାରତ ଖବର 
 

MOTHER-IN-LAW
16m ago
ବୋହୂର ମାଡରେ ଶାଶୂ ଗୁରୁତର, ଭାଇରାଲ ହେଉଛି ମାଡ଼ ବେଳର ଦୃଶ୍ୟ
ଅର୍ଗସ ବ୍ୟୁରୋ : ବୋହୂର ମାଡରେ ୬୫ବର୍ଷୀୟ ଶାଶୂ ଗୁରୁତର । ଗୁରୁତର ଶାଶୂଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଗ୍ରାମବାସୀ ମାନେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଜାର
MANMOHAN SAMAL
44m ago
କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନୋବଳକୁ ସୁଦୃଢ କଲେ
ଅର୍ଗସ ବ୍ୟୁରୋ : ଆଜି ଦିନିକିଆ ଗସ୍ତରେ ମୟୂରଭଞ୍ଜ ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦୁଇ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନବଳକୁ ସୁଦୃ
ନିଯୁକ୍ତି ନାଁରେ ଗୋଚର
ନିଯୁକ୍ତି ନାଁରେ ଗୋଚର ଜମି ହଡ଼ପ କରୁଛନ୍ତି କନ୍ଧମାଳ ସାଂସଦ
ଅର୍ଗସ ବ୍ୟୁରୋ: ସ୍କୁଲ ଭିତରକୁ ଧସେଇ ପଶିଲେ ଲୋକେ , ସାଇନ ବୋର୍ଡ ଭାଙ୍ଗିଲେ। ଜମି ମାଫିଆ କହି ଦେଲେ ନାରାବାଜି l ଏଭଳି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚା ହୋଇଥିବା ବେଳେ ଘଟଣାକ