ବିଶ୍ବକପ : ଫାଇନାଲ ମ୍ୟାଚ ମଝିରେ ବିରାଟଙ୍କୁ ହଗ୍‌ କଲେ ପାଲେଷ୍ଟାଇନ ସମର୍ଥକ
by Argus News
Sun, Nov 19 | 9:33 p.m.

ଅର୍ଗସ ବ୍ୟୁରୋ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଛି ସବୁଠୁ ବଡ଼ ମ୍ୟାଚ। ମାନେ ଭାରତ-ଅଷ୍ଟ୍ରେଲିଆ ଫାଇନାଲ ବିଶ୍ବକପ ମ୍ୟାଚ। ଏହି ମ୍ୟାଚ ଚାଲିଥିବା ସମୟରେ ଜଣେ ଫ୍ୟାନ ସୁରକ୍ଷାକର୍ମୀଙ୍କୁ ଭେଦ କରି କୋହଲିଙ୍କୁ ହଗ୍‌ କରିବାପାଇଁ ପଡ଼ିଆରେ ପଶିଯାଇଛନ୍ତି। ଏଥିପାଇଁ ଫାଇନାଲ ମ୍ୟାଚ ଆରମ୍ଭ ହେବାରେ କିଛି ମିନିଟ ବାଧାପ୍ରାପ୍ତ ହୋଇଥିଲା। 

 

୧୪ତମ ଓଭରରେ ଏହି ଘଟଣା ଘଟିଥିଲା ଯେତେବେଳେ ଜଣେ ଫ୍ୟାନ ସୁରକ୍ଷା କର୍ଡନକୁ ଚକମା ଦେବା ସହ ପଡ଼ିଆକୁ ଯିବାରେ ସଫଳ ହୋଇଥିଲେ। ଫ୍ୟାନ ଜଣକ ତାଙ୍କର ଏକ ଟି-ସର୍ଟ ପିନ୍ଧିଥିଲେ ଯେଉଁଥିରେ `ପାଲେଷ୍ଟାଇନ ଉପରେ ବୋମା ବିସ୍ଫୋରଣ ବନ୍ଦ କର' ଲେଖାଥିଲା। ଏବଂ ତାଙ୍କ ହାତରେ ପାଲେଷ୍ଟାଇନ ପତାକା ମଧ୍ୟ ଥିଲା। ଏପରିକି ତାଙ୍କ ଫେସ ମାସ୍କରେ ପାଲେଷ୍ଟାଇନ ପତାକା ରହିଥିଲା। ତେବେ ପଡ଼ିଆରେ ପ୍ରବେଶ କରିବାପାଇଁ ସୁରକ୍ଷା ଭଙ୍ଗ କରିଥିବା ପାଲେଷ୍ଟାଇନ ସମର୍ଥକଙ୍କୁ ପୋଲିସ ଗିରଫ କରିଛି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ