ଆପଣ ବି ହ୍ବାଟ୍ସ‌ ଆପରୁ ଡାଉନଲୋଡ କରିପାରିବେ ବସ ଟିକେଟ, ଜାଣନ୍ତୁ କିପରି...
by Argus News
Wed, Apr 10 | 6:00 p.m.

ଅର୍ଗସ ବ୍ୟୁରୋ : ୱାଟସପର ଫିଚର ଦିନକୁ ଦିନ ବଦଳିବାରେ ଲାଗିଛି । ଅନେକ ନୂଆ ନୂଆ ଫିଚର ସହ ଅପଡେଟ ହେଉଛି ହ୍ବାଟସପ । ଏବେ ଏପରି ଫିଚର ଆସୁଛି , ଯେଉଁଥିରେ ଆପଣ ବସ ଟିକେଟ ମଧ୍ୟ ପାଇପାରିବେ । ୱାଟସପର ଲାଟେଷ୍ଟ ଅପଡେଟ ଏପରି ଆସିଛି ଯେଉଁଥିରେ ଆପଣ ଘରେ ବସି ନିଜର ବସ ଟିକେଟ ବୁକ କରିପାରିବେ । ଟିକେଟ ବୁକ କରିବାକୁ ହେଲେ ପ୍ରଥମେ ହ୍ବାଟସପର ଏକ ନମ୍ବର (+91 8744073223)ରେ ଏକ "ହାଏ"(HI) ମେସେଜ କରିବାକୁ ପଡିବ ।

ଅଧିକ ପଢନ୍ତୁ : ଵର୍ତ୍ତମାନ ଲୋକମାନେ ଛୋଟ ଘରକୁ ଵେଶି ପସନ୍ଦ କରୁନାହାନ୍ତି

ପରେ ଏଥିରେ ନିଜ ନିଜର ଭାଷା ଚୟନ କରିବାକୁ ପଡିବ । ଭାଷା ଚୟନ ପରେ ୟୁଜର୍ସଙ୍କ ପାଇଁ ୩ଟି ଅପ୍ସନ ଆସିବ, ଯେଉଁଥିରେ ଟିକେଟ ବୁକ , ଡାଉନଲୋଡ ଟିକେଟ ଏବଂ ଲାଷ୍ଟ ଟ୍ରାନ୍ସଜାକସନ୍ ଭଳି ବିକଳ୍ପ ଆସିବ। ଯେଉଁଥିରୁ ଆପଣ ବୁକ ଟିକେଟର ବିକଳ୍ପ ବାଛିପାରିବେ । ଏବଂ କେଉଁଆଡେ ଯିବେ ଚୟନ କଲାପରେ ଆପଣଙ୍କୁ ପେମେଣ୍ଟ ଅପ୍ସନ ଆସିବ , ଏବଂ ଆପଣଙ୍କ ଟିକେଟ ବୁକିଂ କରାଯାଇପାରିବ । ଏହିପରି ଭାବରେ ଆପଣ ନିଜର ଟିକେଟ ଡାଉନଲୋଡ ମଧ୍ୟ କରିପାରିବେ । ଦିଲ୍ଲୀ ଟ୍ରାନ୍ସପୋର୍ଟ ସିଷ୍ଟମ ପାଇଁ କେବଳ ଏପରି ଫିଚରର ବ୍ୟବସ୍ଥା କରାଯାଇଛି ।  

EMPLOYEES
16m ago
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତ
BAJRANG PARTY
41m ago
ଗୋମାଂସ କଟାକୁ ବିରୋଧ: ବଜରଙ୍ଗ ଦଳର କର୍ମୀଙ୍କୁ ଆକ୍ରମଣ, ୧୫ ଆହତ
ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ
TIGER
57m ago
ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ