ସ୍ତନ କର୍କଟ ବିଜ୍ଞାପନ ଦେଇ ଫସିଲା ଯୁବରାଜ ସିଂଙ୍କ ଏନ୍‌ଜିଓ
by Argus News
Fri, Oct 25 | 4:26 p.m.

ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ଏନ୍‌ଜିଓ ‘ୟୁଓ୍ବିକ୍ୟାନ୍‌’ ପକ୍ଷରୁ ସ୍ତନ କର୍କଟ ସଚେତନତା ପାଇଁ ଦିଲ୍ଲୀ ମେଟ୍ରୋରେ ଦିଆଯାଇଥିବା ବିବାଦୀୟ ବିଜ୍ଞାପନ ସମାଲୋଚିତ ହୋଇଛି। ଉକ୍ତ ବିଜ୍ଞାପନରେ ସ୍ତନକୁ ‘ଅରେଞ୍ଜ’ ଭାବେ ଦର୍ଶାଯାଇଥିଲା। ଏଭଳି ଲଜ୍ଜାକର ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଏହା ଜାଣିବା ପରେ ଦିଲ୍ଲୀ ମେଟ୍ରୋ କର୍ତ୍ତୃପକ୍ଷ ଉକ୍ତ ବିଜ୍ଞାପନକୁ ହଟାଇ ଦେଇଛନ୍ତି। 

ଏଆଇ ପ୍ରସ୍ତୁତ ଉକ୍ତ ବିବାଦୀୟ ବିଜ୍ଞାପନରେ ଜଣେ ଯୁବତୀ ବସ୍‌ରେ ଯାଉଥିବାବେଳେ ହାତରେ ଦୁଇଟି କମଳା ଧରିଛନ୍ତି। ତାଙ୍କ ଚାରିପଟେ ବୟସ୍କା ମହିଳାମାନେ ବସିଥିବାବେଳେ ଜଣେ ମହିଳାଙ୍କ ହାତରେ କମଳା ଝୁଡ଼ି ରହିଛି। ଉକ୍ତ ଫଟୋ ତଳେ ସ୍ଲୋଗାନ ଲେଖାଯାଇଛି, ‘ଚେକ୍‌ ୟୋର୍‌ ଅରେଞ୍ଜସ୍‌ ଓ୍ବାନ୍ସ ଏ ମନ୍ଥ’। ଯଦି ଆମେ ସ୍ତନ ଶବ୍ଦ ବ୍ୟବହାର କରିପାରିବା ନାହିଁ, ତେବେ ଦେଶରେ ସ୍ତନ କର୍କଟ ସମ୍ପର୍କରେ ସଚେତନତା କିପରି ସୃଷ୍ଟି କରିବା ବୋଲି ଏକ ପୋଷ୍ଟରେ ଏକ୍ସ ଆକାଉଣ୍ଟ କନ୍‌ଫୁଡିଅସ୍‌ ସମାଲୋଚନା କରିଛି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା