୩୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୁର୍ଣ୍ଣିବଳୟ

ଅର୍ଗସ ବ୍ୟୁରୋ : ପୁଣି ଏକ ଘୁର୍ଣ୍ଣିବଳୟର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ୩୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ। ଆଗକୁ ନେଇପାରେ ଲଘୁଚାପର ରୂପ। ପ୍ରଭାବରେ ରାଜ୍ୟରେ ୩୧ ରୁ ପ୍ରବଳ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ।ଏପଟେ ମୌସୁମୀ ସହ ୩ଟି ପାଣିପାଗ ନିୟାମକର ସକ୍ରିୟତାକୁ ନେଇ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆସନ୍ତା ୨୪ ଘଂଟାରେ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା। ପ୍ରବଳ ବର୍ଷା ପାଇଁ କେନ୍ଦୁଝର , ମୟୁରଭଞ୍ଜ, ବାଲେଶ୍ୱର , ଭଦ୍ରକ ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ,କଟକ ମାଲକାନଗିରି କୋରାପୁଟ ଓ ନବରଙ୍ଗପୁର ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ କେନ୍ଦୁଝର ,ମୟୁରଭଞ୍ଜ, ବାଲେଶ୍ୱର ,ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ପରେ ୩୧ ତାରିଖ ବେଳକୁ ଘୁର୍ଣ୍ଣିବଳୟ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଇଛି ବିଭାଗ।
ଅଧିକ ପଢନ୍ତୁ : ବର୍ଷାରେ ଲାଗିବନି ବ୍ରେକ, ପୁଣି ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ
କଟକ, ନୟାଗଡ଼ ,ଢେଙ୍କାନାଳ ,ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲର ଅତି ପ୍ରବଳ ବର୍ଷାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପ୍ରବଳ ବର୍ଷା ପାଇଁ ଭଦ୍ରକ , ବାଲେଶ୍ୱର, ମୟୁରଭଞ୍ଜ ,କେନ୍ଦୁଝର, ବୌଦ୍ଧ ,ଖୋର୍ଦ୍ଧା ,କେନ୍ଦ୍ରାପଡା ,ଜଗତସିଂହପୁର ,କୋରାପୁଟ ,ମାଲକାନଗିରି , ଦେଓଗଡ ଓ ସୁନ୍ଦରଗଡ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟରେ ୩ ଯାଏ ଲାଗିରହିବ ବର୍ଷା। ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୪୭୮.୮ ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୯ ପ୍ରତିଶତ ନିଅଁଟିଆ ବର୍ଷା ରହିଛି ୫୨୬.୪ ସ୍ୱାଭାବିକ ଵର୍ଷା ହେବାକଥା। ଗୋଟିଏ ଜିଲ୍ଲା ମାଲକାନଗିରି ରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଗତ ୨୪ ଘଂଟାରେ ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ୨ ସହରରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ଜଗତସିଂହପୁର କୁଜଙ୍ଗରେ ସର୍ବାଧିକ ୧୧୦.୦ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ସର୍ବାଧିକ ୩୪.୮ ଡିଗ୍ରୀ ତାପମାତ୍ରା ପାରଳାଖେମୁଣ୍ଡି ରେ ରେକର୍ଡ ହୋଇଛି।
📱 Get Argus News App
✨