Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
argusnews

ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା

Ritu Das
Browse all articles by Ritu Das
·2 years ago·2 min read
ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା

ଅର୍ଗସ ବ୍ୟୁରୋ: ସୃଷ୍ଟି ହେଲା ଲଘୁଚାପ। ଦକ୍ଷିଣ ଓଡ଼ିଶା ଉପକୂଳର ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ର ତତସଂଲଗ୍ନ ଉତ୍ତରପଶ୍ଚିମ ଭାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳର ୭.୬  କିଲୋମିଟର ଯାଏ ବ୍ୟାପିଛି। ଏହାର ପ୍ରଭାବ ଓଡିଶା ଉପରେ କେତେ ରହିବା ତାହା ସ୍ପଷ୍ଟ  ହୋଇନଥିବା ବେଳେ ପ୍ରଭାବରେ ବର୍ଷା ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେବେ ଏଇ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହେବ ସିରିଜ ଲଘୁଚାପ। ଗୋଟିଏ ଲଘୁଚାପ ଆଜି ସୃଷ୍ଟି ହୋଇଥିବା ବେଳେ  ଆଉ ଏକ ଲଘୁଚାପ ୧୯ ତାରିଖରେ ସୃଷ୍ଟି  ହେବ ବୋଲ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଏହି ଦୁଇଟି  ଲଘୁଚାପର ପ୍ରଭାବରେ ଆଗାମୀ  ୫ ଦିନ  ଯାଏ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଥିବା  ବେଳେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଦେଇଛି।  ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକରୁ  ମାଧ୍ୟମ ଧରଣର ବର୍ଷା ହେବା ସହ କିଛି  ସ୍ଥାନରେ  ପ୍ରବଳରୁ ଅତି ପ୍ରବଳ ବର୍ଷା  ହେବାର  ସମ୍ଭାବନା ଦେଇଛି  ବିଭାଗ । 

କୋରାପୁଟ, ମାଲକାନଗିରି ନବରଙ୍ଗପୁର, ରାୟଗଡାରେ ଅତି ପ୍ରବଳ ଓ ନୂଆପଡା, କଳାହାଣ୍ଡି  କନ୍ଧମାଳ, ଗଞ୍ଜାମ, ଗଜପତି  ବଲାଙ୍ଗୀରରେ ପ୍ରବଳ ବର୍ଷା  ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି  କରିଛି  ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ବର୍ଷାର ପରିମାଣ  ଟିକିଏ  କମ ରହିବା ସହ ୧୭ ରୁ ପୁଣି  ବର୍ଷାର ବିସ୍ତୃତି ବଢିବ ବୋଲି ବିଭାଗ ଆକଳନ କରିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଦ୍ବିତୀୟ ଲଘୁଚାପ କ୍ଷେତ୍ର ଟି ୧୯-୨୦ ଜୁଲାଇ ବେଳକୁ ଉତ୍ତର ବଙ୍ଗୋପସାଗର ତତ୍ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ସୃଷ୍ଟି ହୋଇପାରେ। ଏହି ଲଘୁଚାପ ଟି ପ୍ରଥମ ଲଘୁଚାପ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇ ଚିହ୍ନିତ ଲଘୁଚାପ କିମ୍ବା ଅବପାତର ରୂପ ନେଇପାରେ। ଏହି କ୍ଷେତ୍ର ପ୍ରଭାବ ରେ ୨୦ ରୁ ୨୨ ତାରିଖ ମଧ୍ୟରେ ରାଜ୍ୟ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶା ରେ ଅଧିକ ବର୍ଷା ସମ୍ଭାବନା ରହିଛି। ଆସୁଥିବା ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଭରଣା ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ପରେ ଲଘୁଚାପଟି ଘନୀଭୂତ ହୋଇ  ଅବପାତର ରୂପ ନେବ। ଅବପାତ ପ୍ରଭାବରେ ଜୁଲାଇ ୧୮ରୁ ୨୫  ତାରିଖ ପର୍ଯ୍ୟନ୍ତ ପୂର୍ବ, ମଧ୍ୟ ଏବଂ ପଶ୍ଚିମ ଭାରତ ଉପରେ ପ୍ରବଳ ବର୍ଷା ହୋଇପାରେ । ପରେ  ଜୁଲାଇ ୨୩  ପରେ ବଙ୍ଗୋପସାଗରରେ ଅନ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି । 
ସେପଟେ ଜୁନ ୧ ରୁ ରାଜ୍ୟରେ ଏବେ ସୁଦ୍ଧା ୨୫୯.୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ  ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ବର୍ତ୍ତମାନ ସୁଧା ୩୫୭. ୪  ମିମି ବର୍ଷା ରହିବା କଥା। ବାଲେଶ୍ୱର ରେ ଅଧିକ ନିଅଣ୍ଟିଆ ଥିବା  ବେଳେ ୧୮  ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Sponsored
Another low pressure | Argus News