Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
argusnews

ରେକର୍ଡ କରୁଛି ସହରର ତାପମାତ୍ରା

Jitendra Dash
Browse all articles by Jitendra Dash
·2 years ago·2 min read
ରେକର୍ଡ କରୁଛି ସହରର ତାପମାତ୍ରା

ଅଗ୍ନି କୁଣ୍ଡରେ ସିଝୁଛି ବାରିପଦା ସହର
ବର୍ଷକୁ ବର୍ଷ ରେକର୍ଡ ପରେ ରେକର୍ଡ କରୁଛି ସହରର ତାପମାତ୍ରା
 

ଅର୍ଗସ ବ୍ୟୁରୋ : ଏକଦା ଶୀତଳ ସହର ଭାବେ ପରିଚିତ ଥିବା ବାରିପଦା ସହର ଗତ ଦୁଇ ବର୍ଷ ହେଲା କେତେବେଳେ ବିଶ୍ବର ଉତ୍ତପ୍ତ ସହର ଭାବେ ରେକର୍ଡ କରୁଛି ତ ପୁଣି କେତେବେଳେ ରାଜ୍ୟର ଉତ୍ତପ୍ତ ସହର ଭାବେ ରେକର୍ଡ ସୃଷ୍ଟି କରୁଛି । ତେଣୁ ସହରର ତାପମାତ୍ରା ବୃଦ୍ଧି ଏବେ ବାରିପଦା ବାସୀଙ୍କର ଚିନ୍ତାର କାରଣ ପାଲଟିଛି । ଶିମିଳିପାଳ ଜୈବ ମଣ୍ଡଳର ଖୁବ୍ ନିକଟରେ ଥ‌ିବା ବାରିପଦା ସହରରେ ଏମିତି ଅଗ୍ନିବର୍ଷା ହେବା ଘଟଣା ସାଧାରଣ ଜନଜୀବନକୁ ପ୍ରଭାବିତ କରିଥିବା ବେଳେ ବିଶେଷଜ୍ଞ ଓ ପରିବେଶବିତମାନେ ମଧ୍ୟ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

କଂକ୍ରିଟ୍ ଦୁନିଆ, ଅବାଧ ଗଛକଟା ଏବଂ ସୌନ୍ଦର୍ଯ୍ୟୀକରଣ ନାଁରେ ସହର ମଧ୍ୟରେ ଥିବା ଜଳାଶୟ ଗୁଡିକୁ ନଷ୍ଟ କରିଦେବା ଘଟଣା ହିଁ ତାପମାତ୍ରା ବୃଦ୍ଧିର କାରଣ ବୋଲି ପରିବେଶଵିତ ଓ ଗବେଷକ ମତ ଦେଇଛନ୍ତି । ପୋଖରୀର ପୁନରୁଦ୍ଧାର ଓ ଉନ୍ନତୀକରଣ ନିମନ୍ତେ ସରକାର ପଦକ୍ଷେପ ନେଇଛନ୍ତି । ମାତ୍ର ଏଥିରେ ଜଳାଶୟ ଗୁଡିକୁ ପୋତିବାର ନିୟମ ନଥିବା ବେଳେ ଏସବୁକୁ ପୋତି ସେଗୁଡିକୁ ସଂକୀର୍ଣ୍ଣ କରିବା ଏବଂ ଏହାକୁ ପଥର ପେଚିଂ ଦ୍ୱାରା କଂକ୍ରିଟମୟ କରିବା ଦ୍ୱାରା ତାପମାତ୍ରା ବୃଦ୍ଧି ପାଉଥିବା କୁହାଯାଉଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ପରିବେଶକୁ ନେଇ ନିଜର ଗବେଷଣା ଜାରିରଖିଥିବା ବିଶେଷଜ୍ଞଙ୍କ ମତରେ, ଲୋକଙ୍କ ପରିବେଶ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଜଳବାୟୁ ପରିବର୍ତ୍ତନ ସମସ୍ୟା ଦେଖାଦେଉଛି । ସହର ତଥା ଆଖପାଖ ଅଞ୍ଚଳରେ ସବୁଜ ବଳୟ ସୃଷ୍ଟି କରାଯାଇ ଜଳାଶୟ ଗୁଡ଼ିକରେ ଜଳଧାରଣ କ୍ଷମତାକୁ ଗୁରୁତ୍ବ ଦିଆଗଲେ ତାପମାତ୍ରା ନିୟନ୍ତ୍ରଣ ହୋଇପାରିବ । 

ଏଥିପାଇଁ ଯୁବପିଢ଼ି ସଚେତନ ହୋଇ ଜୀବନ ରକ୍ଷାକାରୀ ବୃକ୍ଷ ପ୍ରତି ସଜାଗ ରହି ସବୁଜ ବନାନୀ ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଶୁଭାନୀ ରଥ । ଏବେ ସହରରେ ତାପମାତ୍ରା ଯୋଉଭଳି ଭାବେ ବୃଦ୍ଧି ପାଉଛି, ଯାହାକୁ ଚନ୍ତାରେ ସାଧାରଣ ଲୋକେ ।
 

Sponsored
baripada weather update | Argus News