Videos
|
argusnews

ତାତିରେ ଲାଗୁନି ବ୍ରେକ, ଆଜି ବି କଲବଲ କରୁଛି ଟାଣ ଖରା

Jitendra Dash
Browse all articles by Jitendra Dash
·2 years ago·1 min read
ତାତିରେ ଲାଗୁନି ବ୍ରେକ, ଆଜି ବି କଲବଲ କରୁଛି ଟାଣ ଖରା

ଅର୍ଗସ ବ୍ୟୁରୋ : ତାତିରେ ଲାଗିବ ବ୍ରେକ । ବଦଳିବ ପାଗ । ଏମିତି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟରେ ସାମୁଦ୍ରିକ ଝଡ଼ ପ୍ରଭାବରେ ଆଜିଠାରୁ ୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ଖସିବର ସମ୍ଭାବନା ଥିବା ବେଳେ ଆଦ୍ରତା ଅଧିକ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । 

ସେପଟେ କିନ୍ତୁ ଆଭ୍ୟନ୍ତରିଣ ଏବଂ  ପଶ୍ଚିମ ଓଡ଼ିଶା ଜଳିବ ।  ମାତ୍ର ୫ ତାରିଖ ପରଠାରୁ ପୁରା ରାଜ୍ୟରେ କମିବ ତାପମାତ୍ରା । ଓଡ଼ିଶା ଉପରିଭାଗରେ ଏକ ଟ୍ରାପ ଲାଇନ ସହ ବାୟୁର ଗତି ପରିବର୍ତ୍ତନ କାରଣରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ  କାଳବୈଶାଖୀ ଜନିତ ବର୍ଷା ହେତୁ କମିବ ତାତି । ସେପଟେ ଆଜି ରାଜ୍ୟର କୌଣସି ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ନଥିବା ବେଳେ ଆଭ୍ୟନ୍ତରିଣ ଓଡ଼ିଶାର ଅଧିକାଂଶ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 

ସେପଟେ ଆଜି ଦିନ ସାଢେ ୧୧ଟା ସୁଦ୍ଧା ୪୦ଟପିଲା ୩ ସହରର ତାପମାତ୍ରା । ବାଲେଶ୍ବରରେ ସର୍ବାଧିକ ୪୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡା ଏବଂ କେନ୍ଦୁଝରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ । ସେହିପରି ସମ୍ବଲପୁରରେ ୩୯.୭, ହୀରାକୁଦରେ ୩୯, ରାଉରକେଲାରେ ୩୮.୪ ଏବଂ ଭୁବନେଶ୍ବରରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଗତକାଲି ଠାରୁ ଆଜି ଭୁବନେଶ୍ବରରେ ପାଣିପାଗ ସ୍ତିତି ଅଧିକ ଅସ୍ବାଭାବିକ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bhubaneswar weather update | Argus News