Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶୁକ୍ରବାର ୪୪ ଓ ଶନିବାର ୪୫ ଡିଗ୍ରୀ ଛୁଇଁଲା ପାରଦ

argusnews

ଶୁକ୍ରବାର ୪୪ ଓ ଶନିବାର ୪୫ ଡିଗ୍ରୀ ଛୁଇଁଲା ପାରଦ

Jitendra Dash
Browse all articles by Jitendra Dash
·2 years ago·2 min read
ଶୁକ୍ରବାର ୪୪ ଓ ଶନିବାର ୪୫ ଡିଗ୍ରୀ ଛୁଇଁଲା ପାରଦ

ଅର୍ଗସ ବ୍ୟୁରୋ : କଲବଲ କରୁଛି ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ଖରାରେ ଆକ୍ତାମାକ୍ତା ହେଲେଣି ରାଜ୍ୟବାସୀ । ଦିନକୁ ଦିନ ତାପମାତ୍ରା ବଢୁଥିବାରୁ ବାହାରକୁ ଯିବାକୁ ଛାନିଆ ହେଉଛନ୍ତି ଲୋକେ । ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ, ଦେଶର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି ବୌଦ୍ଧ ଜିଲ୍ଲା । ଶୁକ୍ରବାର ଜିଲ୍ଲାର ତାପମାତ୍ରା ୪୪ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଶନିବାର ମଧ୍ୟ ସ୍ଥିତି ସମାନ। ବୌଦ୍ଧ ଜିଲ୍ଲା ଏବେ ସାଜିଛି ତତଲା କଢେଇ । ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଥିବାରୁ  ତ୍ରାହୀ ତ୍ରାହୀ ଡାକିଲେଣି ଲୋକେ । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ବୌଦ୍ଧ ଜିଲ୍ଲାବାସୀ । 

ସକାଳ ୮ଟାରୁ ପଦାକୁ ବାହାରି ହେଉନଥିବାବେଳେ ପଂଖା କୁଲର ମଧ୍ୟ କିଛି କାମ ଦେଉନାହିଁ । ପ୍ରବଳ ଖରରେ ଗାଁ ଗାଁରେ ଜଳକଷ୍ଟ ଭୋଗୁଛନ୍ତି ଲୋକେ । ପରିବେଶବିତଙ୍କ ମତରେ ଜିଲ୍ଲାରେ ପ୍ରବାହିତ ମହାନଦୀ ଯୋଗୁଁ ତାପମାତ୍ର ବୃଦ୍ଧି ପାଉଛି । ଜିଲ୍ଲାର ଉତ୍ତର ଦିଗରେ ପଶ୍ଚିମରୁ ପୂର୍ବକୁ ୧୧୦ କିଲୋମିଟର ମହାନଦୀ ଲମ୍ବି ରହିଛି । ମହାନଦୀର ବାଲୁକାଶଯ୍ୟା ଓ ପଥର ଅଧିକ ମାତ୍ରାରେ ତାପ ସୃଷ୍ଟି କରି ବାୟୁ ମଣ୍ଡଳର ଉଷ୍ଣତା ବୃଦ୍ଧି କରୁଛି ।

ଅଧିକ ପଢନ୍ତୁ : ଅସମ୍ଭାଳ ତାତିରେ ଛଟପଟ ସାରା ଓଡ଼ିଶା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ସହିତ ଜଙ୍ଗଲରେ ଅବାଧ ଗଛକଟା ଯୋଗୁଁ ଉତ୍ତାପ ସୃଷ୍ଟି ହୋଇଛି । ପୂର୍ବରୁ ମହାନଦୀରେ ବର୍ଷସାରା ପାଣି ଭରପୁର ରହୁ ଥିବାରୁ ବାଲି ଓ ପଥର ନଦୀର ଜଳ ଶଯ୍ୟାରେ ବୁଡି ରହୁଥିଲା ଫଳରେ ତାପ ମାତ୍ର ହ୍ରାସ ପାଉଥିଲା ।  ମହାନଦୀରେ ଜଳସ୍ତର ହ୍ରାସ ପାଇବାରୁ ହଜାର ହଜାର ହେକ୍ଟର ବାଲୁକା ଶଯ୍ୟା ସୃଷ୍ଟି ସହିତ ପଥର ଗୁଡିକ ପ୍ରାୟ ୬ମାସ ଧରି ସୂର୍ଯ୍ୟ ଉତ୍ତାପରେ ଉତ୍ତପ୍ତ ହୋଇ ତାପମାତ୍ରା ବୃଦ୍ଧି କରୁଛି ।  ଯଦି ଆଗାମୀ ଦିନରେ ନୂତନ ଜଙ୍ଗଲ ସୃଷ୍ଟି ସହିତ ମାନବ ସମାଜ ସଚେତନ ନ ହୁଏ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ହେବା ସହିତ ଯିବ ଜଗତ ଓ ପରିବେଶ ଉପରେ ଗ୍ରୀଷ୍ମ ପ୍ରଭାବ ଅଧିକ ପଡିବ ଏକଥାକୁ ଏଡାଇ ଦିଆଯାଇ ନପାରେ ।  
 

Sponsored
boudha weather update | Argus News