Videos
|
argusnews

ରାଜ୍ୟରେ ଆହୁରି ୩ଦିନ ବର୍ଷା ସମ୍ଭାବନା: ୨୮ ଯାଏଁ କୋହଲା ପାଗ

Ritu Das
Browse all articles by Ritu Das
·2 years ago·1 min read
ରାଜ୍ୟରେ ଆହୁରି ୩ଦିନ ବର୍ଷା ସମ୍ଭାବନା: ୨୮ ଯାଏଁ କୋହଲା ପାଗ

ଅର୍ଗସ ବ୍ୟୁରୋ: ରାଜ୍ୟରେ ଆହୁରି ତିନି ଦିନ ବର୍ଷା। ୨୮ ତାରିଖ ଯାଏ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ସେହିପରି ୨୮ ତାରିଖ ପର୍ଯ୍ୟନ୍ତ ପାଗ କୋହଲା ରହିବ। ଆସନ୍ତା ୪ଦିନ ଯାଏ ତାପମାତ୍ରା ମଧ୍ୟ କମ ରହିବ। 

ରବିବାର ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ସନ୍ଧ୍ୟା ସୁଦ୍ଧା ବାଲେଶ୍ବରରେ ୧୦.୫ ମିମି ବର୍ଷା ରେକର୍ଡ ହୋଇଛି। ଭବାନୀପାଟଣାରେ ୭.୬ମିମି ବର୍ଷା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାର ବାଣପୁରରେ ୧୦୫ ମିମି ବର୍ଷା ହୋଇଛି। ଗଞ୍ଜାମର ବେଲଗୁଣ୍ଠାରେ ୯୬.୬, ଚିଲିକାରେ ୫୪, ଗଞ୍ଜାମର ବୁଗୁଡ଼ାରେ ୪୮, ଭଞ୍ଜନଗରରେ ୩୮, ଦାରିଙ୍ଗବାଡ଼ିରେ ୨୦ ଓ ଟିଟଲାଗଡ଼ରେ ୧୫ ମିମି ବର୍ଷା ରେକର୍ଡ ହୋଇଛି। ବର୍ଷା ଯୋଗୁ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା କମିଛି। ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୫.୨ ଡିଗ୍ରୀ ରହିଛି। ରାୟଗଡ଼ାରେ ୩୪.୪ ଓ ପାରଳାଖେମୁଣ୍ଡିରେ ୩୪.୨ ରହିଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Chance of rain for | Argus News