ଆସନ୍ତା ୪୮ ଘଣ୍ଟା ପାଇଁ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
·2 years ago·1 min read

ଅର୍ଗସ ବ୍ୟୁରୋ: ଗତ 24 ଘଣ୍ଟାରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଥିବା ବେଳେ ସର୍ବାଧିକ ରାୟଗଡ଼ା ରେ 52 ମିମି ରେକର୍ଡ କରାଯାଇଛି। ଆସନ୍ତା 48 ଘଣ୍ଟା ପାଇଁ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଅଛି। ବିଶେଷ ଭାବେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ଷା ସମ୍ଭାବନା ରହିଛି ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ବର୍ଷାର ପରିମାଣ ଅଧିକ ରହିବାର ସମ୍ଭାବନା ରହିଛି।
13 ତାରିଖରେ କୋରାପୁଟ, ରାୟଗଡ଼ା, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ରେ ପ୍ରବଳ ବର୍ଷା ହେବ। 13 ତାରିଖ ପରେ ବର୍ଷା ପରିମାଣ କମିବ। ବର୍ତ୍ତମାନ ସୁଦ୍ଧା 216.5 ମିମି ବର୍ଷ ରାଜ୍ୟ ରେ ରେକର୍ଡ କରାଯାଇଥିବା ବେଳେ 255 ମିମି ସ୍ଵାଭାବିକ ବର୍ଷା ହେବା କଥା l ବର୍ତ୍ତମାନ ରାଜ୍ୟରେ 27 ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ପୁରୀରେ ବର୍ତ୍ତମାନ ପାଗ ମେଘୁଆ ରହିଛି ଓ ବର୍ଷା ସମ୍ଭାବନା ରହିଛି। ସନ୍ଧ୍ୟା ପରେ ବର୍ଷାର ପରିମାଣ କମିବ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: