ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଲା ବାତ୍ୟା ମିଲଟନ

ଅର୍ଗସ ବ୍ୟୁରୋ: ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଲା ବାତ୍ୟା ମିଲଟନ । ଆମେରିକାର ପଶ୍ଚିମ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ୪ ଜଣଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ କାଟ ଯୋଗୁ ଅନ୍ଧାରରେ 30 ଲକ୍ଷରୁ ଅଧି୍କ ଲୋକ ରହିଛନ୍ତି । ଫ୍ଲୋରିଡାର ସାରସୋଟା ନିକଟ ଏକ ଉପଦ୍ବୀପ ସିଏଷ୍ଟା-କି ଅଞ୍ଚଳରେ ଲ୍ୟାଣ୍ଡଫଲ କରିଛି ସାମୁଦ୍ରିକ ଝଡ଼ ମିଲଟନ୍ । ବୁଧବାର ରାତିରେ ବାତ୍ୟା ମିଲଟନ ଫ୍ଲୋରିଡାରେ ସ୍ଥଳଭାଗ ଅତିକ୍ରମ କରିଛି । ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୨୦୫ କିମି ବେଗରେ ପବନ ବହିଥିଲା। ପୂର୍ବରୁ ଫ୍ଲୋରିଡାରେ ମିଲଟନ କ୍ୟାଟାଗୋରୀ ୫ ସ୍ତରର ରୂପ ନେଇ ହିଟ କରିବ ବୋଲି କୁହାଯାଉଥିଲା। ମିଲଟନ ଗଲ୍ଫ ଅଫ ମେକ୍ସିକୋ ଦେଇ ଚାଲି ଯାଇଛି। ଲ୍ୟାଣ୍ଡଫଲ ବେଳେ ସାମୁଦ୍ରିକ ଝଡ଼ ମିଲଟନ୍ କାଟାଗୋରି ୫ ବାତ୍ୟାରୁ କାଟାଗୋରି ୩ରେ ପରିଣତ ହୋଇସାରିଥିଲା । ତେଣୁ ପବନର ବେଗ ଅପେକ୍ଷାକୃତ କମିଯାଇଥିବା ନେଇ ସୂଚନା ମିଳିଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୨୦୦ କିଲୋମିଟର ପ୍ରତି ଘଣ୍ଟା ଥିଲା । ବାତ୍ୟା ଦ୍ବାରା ପ୍ରାୟ ୧୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ । ମିଲଟନର ତାଣ୍ଡବରେ ଅନେକ ସ୍ଥାନର ତଳିଆ ଅଞ୍ଚଳରେ ପାଣି ଭରିରହିଛି । ରାସ୍ତାରେ ଗଛ ଓ ବିଲ୍ବୋର୍ଡ ସବୁ ଭାଙ୍ଗି ପଡ଼ିଛି । ଅନେକ ଅଞ୍ଚଳରେ ବିଜୁଳି ସଂଯୋଗ ବିଛିନ୍ନ ରହିଛି ।
ଆହୁରି ପଢନ୍ତୁ ପାଣିପାଗ ଖବର...